ମଧୁମେହ ରୋଗୀଙ୍କ ପାଇଁ ସବୁଠାରୁ ଅଧିକ ଆବଶ୍ୟକ କ’ଣ ଜାଣନ୍ତି !

ଏବେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରୁ ରକ୍ଷା ପାଇବାଲାଗି କ’ଣ ଆବଶ୍ୟକ ତାହା ପ୍ରଥମେ ଜାଣିବା ଦରକାର। ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ,ମଧୁମେହ କୁ ନିୟନ୍ତ୍ରଣରେ ରଖିବା ପାଇଁ ଭିଟାମିନ୍‌-ଡ଼ି ଜରୁରୀ। ଭିଟାମିନ୍‌-ଡ଼ି ର ସବୁଠାରୁ ଉତ୍ତମ ସ୍ରୋତ ହେଲା ଖରା ବା ସୂର୍ଯ୍ୟକିରଣ।ଏବେ ଆସନ୍ତୁ ଜାଣିବା ଭିଟାମିନ୍‌-ଡ଼ି ଗ୍ରହଣ କଲେ ମଧୁମେହ ରୋଗୀମାନଙ୍କୁ କି ଫାଇଦା ମିଳିଥାଏ ।

ମଧୁମେହ ରୋଗୀମାନେ ଭିଟାମିନ୍‌-ଡ଼ି ନେଲେ,ଏହା ନିୟନ୍ତ୍ରଣ ଭିତରେ ରହିଥାଏ। ଏହାର ବଢ଼ିବା ଆଶଙ୍କା କମିଯାଏ। ରକ୍ତରେ ଭିଟାମିନ୍‌-ଡ଼ି ରହିଲେ ମଧୁମେହ ରୋଗ ହେବାର ଆଶଙ୍କା ୨୪ ପ୍ରତିଶତ ହ୍ରାସ ପାଇଥାଏ। ଭିଟାମିନ୍‌ -ଡ଼ି ହେତୁ ରୋଗୀମାନଙ୍କର ବ୍ଲଡ୍‌ସୁଗାରର ସ୍ତର ନିୟନ୍ତ୍ରିିତ ରହିଥାଏ। ଭିଟାମିନ୍‌-ଡ଼ି ସେବନ ଫଳରେ ମଧୁମେହ ରୋଗ ବ୍ୟତୀତ ହୃଦ୍‌ରୋଗ ଓ ରକ୍ତଚାପ ଭଳି ରୋଗରୁ ମଧ୍ୟ ସୁରକ୍ଷା ମିଳିଥାଏ।

ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ,ଯେଉଁମାନେ ନିୟମିତ ରୂପେ ଭିଟାମିନ୍‌-ଡ଼ି ଗ୍ରହଣ କରନ୍ତି, ସେମାନଙ୍କଠାରେ ମଧୁମେହ ରୋଗ ହେବାର ଆଶଙ୍କା ଖୁବ୍‌ କମ୍‌। ଭିଟାମିନ୍‌-ଡ଼ି ସେବନ କଲେ ରକ୍ତହୀନତା,ଶାରୀରିକ ଦୁର୍ବଳତା ,ଥଣ୍ଡା ସର୍ଦ୍ଦି ରୋଗର ଆଶଙ୍କା ନଥାଏ।

ସମ୍ବନ୍ଧିତ ଖବର