ନଡ଼ିଆ ତେଲରେ ଭିଟାମିନ୍‌-ଇ କ୍ୟାପସୁଲ ମିଶାଇ ଏହି ପ୍ରୟୋଗ କରନ୍ତୁ , ଜାଣନ୍ତୁ କି ଫାଇଦା ମିଳୁଛି

ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବିଭିନ୍ନ ପନ୍ଥା ଅବଲମ୍ବନ କରିଥାନ୍ତି। ବିଶେଷ କରି ମୁଖର ଉଜ୍ଜ୍ୱଳତା ଓ ଗୋରା ଦିଶିବା ଲାଗି ସେମାନେ ଅଧିକ ଚେଷ୍ଟିତ ହୋଇଥାନ୍ତି। ଏଥିପାଇଁ ଦାମିକା କସମେଟିକ, ଫେସଓ୍ଵାସ୍‌, ସ୍କିନ କେୟାର୍‌ ଉତ୍ପାଦ ଆଦି ଉପଯୋଗ କରିଥାନ୍ତି। ଠିକ୍‌ ସେହିପରି ଏଥିଲାଗି ଅଧିକାଂଶ ମହିଳା ବିଉଟି ପାର୍ଲରକୁ ଯାଇ ଫେସିଆଲ୍‌ -କ୍ଲିନିଂ ଆଦି ମଧ୍ୟ କରାଇଥାଆନ୍ତି।

କିନ୍ତୁ ଏଭଳି ଏକ ସହଜ ଉପାୟ ଅଛି, ଯାହାର ପ୍ରୟୋଗ ଯଦି ଏକ ସପ୍ତାହ ପାଇଁ କରିବେ, ତେବେ ଦେଖିବେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ଦିଶିବ ଓ ଆପଣ ଗୋରା ଦିଶିବେ।
ଏହି ପ୍ରୟୋଗ ଏକ କ୍ୟାପସୁଲ ଜରିଆରେ କରାଯାଇପାରିବ। ମନେ ରଖନ୍ତୁ ଏହି କ୍ୟାପସୁଲ୍‌ ଏକଦମ୍‌ ନିରାପଦ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବି ନାହିଁ। ଏହା ହେଉଛି ଭିଟାମିନ୍‌-ଇ କ୍ୟାପସୁଲ। ଏହା ବଜାରରେ ଥିବା ମେଡିକାଲ୍‌ ଷ୍ଟୋର୍‌ମାନଙ୍କରେ ସହଜରେ ଉପଲବ୍ଧ।


ଅଳ୍ପ ନଡ଼ିଆ ତେଲରେ ଏହି ଭିଟାମିନ୍‌-ଇ କ୍ୟାପସୁଲକୁ କାଟି ପକାନ୍ତୁ। ତା’କୁ ଭଲ ଭାବେ ଘାଣ୍ଟି ଦିଅନ୍ତୁ, ଯେପରି କ୍ୟାପସୁଲଟି ଭଲଭାବେ ତେଲରେ ମିଳାଇଯିବ।
ଏହି ମିଶ୍ରଣକୁ ଶୋଇବା ଆଗରୁ ରାତିରେ ମୁହଁ ଓ ଶରୀରର ଅନ୍ୟାନ୍ୟ ଅଙ୍ଗରେ ଲଗାନ୍ତୁ। ଏହାକୁ ଅତିକମ୍‌ରେ ୧୫ ଯାଏଁ ମାଲିସ କରନ୍ତୁ। ତା’ପରେ ଶୋଇ ଯାଆନ୍ତୁ।
ମନେ ରଖନ୍ତୁ ଏହି ପ୍ରୟୋଗ କେବଳ ଶୋଇବା ଆଗରୁ କରିବା ଉଚିତ୍‌। ଏପରି କଲେ ରାତିସାରା ସେହି ତେଲ ତା’ର କରାମତି ଦେଖାଇବ। ଏହି ପ୍ରୟୋଗକୁ ପ୍ରତି ରାତିରେ ଲଗାତର ସାତ ଦିନ ଯାଏଁ କରନ୍ତୁ, ଦେଖିବେ ଆପଣ ଗୋରା ଦିଶିବେ।

ସମ୍ବନ୍ଧିତ ଖବର