କ’ଣ ଏହି ଭିଟାମିନ୍‌ ପି, ଯାହାକୁ ଖାଇବା ଦ୍ୱାରା ଚର୍ମର ଔଜ୍ଜ୍ୱଲ୍ୟ ବୃଦ୍ଧି ପାଇବା ସହିତ ଶୁଷ୍କତା ହ୍ରାସ ପାଇଥାଏ

ପ୍ରତିଦିନ ବିଭିନ୍ନ ପ୍ରକାର ଭିଟାମିନ୍‌ ଯୁକ୍ତ ଖାଦ୍ୟ ଆମେ ଖାଇବା ଉଚିତ। ତେବେ ଭିଟାମିନ୍‌ ପି ଯୁକ୍ତ ଖାଦ୍ୟ ଖାଇବା ଦ୍ୱାର ଚର୍ମର ଔଜ୍ଜ୍ୱଲ୍ୟ ବୃଦ୍ଧି ପାଇବା ସହ ଚର୍ମ ସଙ୍କୁଚିତ ହୁଏ ନାହିଁ ବୋଲି ଖୁବ କମ୍‌ ଲୋକ ଜାଣିଛନ୍ତି। ଯଦି ଖାଦ୍ୟରେ ଭିଟାମିନ୍‌ ପି ଯୁକ୍ତ ଖାଦ୍ୟକୁ ସାମିଲ କରିବେ ତେବେ ଦେଖି ଆପଣ ବୟସ ଯେତିକ ହୋଇଥିବ ତାହାଠାରୁ କମ୍‌ ବୟସର ଲାଗିବେ।

ତେବେ ଆସନ୍ତୁ ଜାଣିବା ଏହି ଭିଟାମିନ୍‌ ପି କ’ଣ ଓ କେଉଁ ସବୁ ଖାଦ୍ୟରେ ଏହା ଥାଏ।

ଏକାଧିକ ପ୍ରକାରର ଉଦ୍ଭିଦରୁ ମିଳୁଥିବା ବାୟୋଫ୍ଲାଭୋନଏଡ୍‌କୁ ଭିଟାମିନ୍‌ ପି କୁହାଯାଏ। ବାୟୋଫ୍ଲାଭୋନଏଡ୍‌ ମୁଖ୍ୟତଃ ଭିଟାମିନ୍‌ ସିର କାର୍ଯ୍ୟକ୍ଷମତା ବଢ଼ାଇଥାଏ। ଚର୍ମର ଔଜ୍ଜ୍ଵଲ୍ୟ ବଢ଼ାଇବା ଏବଂ ଶୁଷ୍କତା ଦୂର କରିବା ପାଇଁ ଭିଟାମିନ୍‌ ପି ଏବଂ ଭିଟାମିନ୍‌ ସି ଏକତ୍ର ସେବନ କରାଯାଇପାରେ।

ଖଣ୍ଡିଆ ଘାଆ ଶୁଖାଇବାରେ ଏହି ଦୁଇ ଭିଟାମିନ୍‌ ସାହାଯ୍ୟ କରନ୍ତି। କମଳା ଓ ଲେମ୍ବୁ ଚୋପାର ଭିତର ଧଳା ଅଂଶ ଏହି ଦୁଇ ଭିଟାମିନ୍‌ର ମୁଖ୍ୟ ପ୍ରାକୃତିକ ଉତ୍ସ। ଏହା କର୍କଟ ପ୍ରତିରୋଧୀ ଗୁଣରେ ଭରପୂର। ସମସ୍ତ ପ୍ରକାରର ବାୟୋଫ୍ଲାଭୋନଏଡ୍‌ ପାଇବା ପାଇଁ ନିୟମିତ ରସୁଣ, ପିଆଜ, ଅଙ୍ଗୁର, କାପ୍‌ସିକମ୍‌, ଫୁଲକୋବି, ଗାଢ଼ା ରଙ୍ଗର ଯେକୌଣସି କୋଳି, ସବୁଜ ଚାହା ଓ ଆପ୍ରିକଟ୍‌ ଖାଆନ୍ତୁ।

ସମ୍ବନ୍ଧିତ ଖବର