ଚନ୍ଦାପଣ ଦୂର କରିବା ପାଇଁ ଆପଣଙ୍କ ଘରେ ଥିବା ଏହି ଦ୍ରବ୍ୟ ଯଥେଷ୍ଟ

ବେକିଂ ସୋଡାର ଉପକାରିତା ବିଷୟରେ ଆପଣ ତ ଜାଣିଥିବେ ନିଶ୍ଚୟ। ଏହାକୁ ଆପଣ ନିଜ ଘରର ରୋଷେଇ ଏବଂ ସଫାସଫିରେ ବ୍ୟବହାର କରିଥାନ୍ତି। ମାତ୍ର ଏହାକୁ କେବେ କେଶରେ ବ୍ୟବହାର କରିଛନ୍ତି କି? ଆଜ୍ଞା ହଁ, ବେକିଂ ସୋଡା ଆପଣଙ୍କ କେଶ ପାଇଁ ନିହାତି ଉପକାରୀ। ଆପଣ ଏହାକୁ ନିଜର ଦୈନିକ ସମ୍ପୋରେ ମିଶ୍ରଣ କରି ବ୍ୟବହାର କରିପାରନ୍ତି। ଏହା କେଶକୁ ସଫା ରଖିବା ସହ ସୁସ୍ଥ ରଖିଥାଏ।

ଏହାକୁ କେଶରେ ଲଗାଇବା ଦ୍ୱାରା କେଶର ରୁକ୍ଷପଣ ଦୂର ହୁଏ। କେଶ ଚିକ୍କଣ ଲାଗିବା ସହ ଭଲ ବଢ଼ିଥାଏ।

ବେକିଂ ସୋଡ଼ାର କେଶରୁ କ୍ଲୋରିନ ଭାଗ କମ୍‌ କରିବାର କ୍ଷମତା ରହିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, କେଶରେ ଅଧିକ ପରିମାଣର କ୍ଲୋରିନ୍‌ ହୋଇଗଲେ ଏହା କେଶକୁ ରୁକ୍ଷ କରିବା ସହ କେଶର ରଂଗ ବି ବଦଳାଇ ଦେଇଥାଏ।

ବେକିଂ ସୋଡା କେଶକୁ ସାମ୍ପୋଠାରୁ ବି ଅଧିକ ସଫା କରିପାରେ। ଗୋଟାଏ ବୋତଲରେ ୧:୩ ଅନୁପାତରେ ପାଣି ସହ ବେକିଂ ସୋଡା ମିଶ୍ରଣ କରନ୍ତୁ। ଯଦି ଆପଣଙ୍କର ଅଧି କେଶ ତ ଟିକେ ଅଧିକ ବି ନେଇ ପାରନ୍ତି। ତାହାକୁ କେଶରେ ଲଗାଇ କେଶ ଧୁଅନ୍ତୁ।

ଯଦି ଆପଣଙ୍କର ସୁଷ୍କ କେଶ ତେବେ ବେକିଂ ସୋଡ଼ା ଲଗାଇ ଗରମ ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ।

ସମ୍ବନ୍ଧିତ ଖବର