ଏହି ସଫଳ ବ୍ୟକ୍ତିମାନେ ସକାଳୁ ଏହି ସମୟରେ ବିଛଣା ଛାଡ଼ନ୍ତି, ଜାଣନ୍ତୁ ନିଦରୁ ଉଠି କ’ଣ କରନ୍ତି

0 2,548

ସଫଳ ବ୍ୟକ୍ତିମାନଙ୍କ କାହାଣୀ ସବୁବେଳେ ଆମକୁ ପ୍ରେରଣା ଦେଇଥାଏ। ସେମାନଙ୍କ ପଥ ଅନୁକରଣ କରିବା ନିହାତି ଭାବେ ଯେକୌଣସି ଲୋକ ପାଇଁ ଫଳପ୍ରଦ ପ୍ରମାଣିତ ହୁଏ। ତେବେ, ଚାଲନ୍ତୁ ଆଜି ସେମିତି କିଛି ସଫଳ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିବା। ସେମାନେ କେତେବେଳେ ବିଛଣା ଛାଡ଼ନ୍ତି ଓ ବିଛଣା ଛାଡ଼ିବା ପରେ କ’ଣ କରନ୍ତିି ସେ ବିଷୟରେ ଜାଣିବା।

 ମାର୍କ ଜୁକରବର୍ଗ: ଫେସ୍‌ବୁକ୍‌ର ସିଇଓ ମାର୍ଜ ଜୁକରବର୍ଗ ସକାଳ ୮ଟାରେ ଉଠନ୍ତି। ସେ ପ୍ରତିଦିନ ସେହି ଗୋଟାଏ ଟି-ସାର୍ଟ ପିନ୍ଧନ୍ତି। କାହିଁକି ନା, କ’ଣ ପିନ୍ଧିବେ ବୋଲି ଚିନ୍ତା କରବାରେ ସେ ସମୟ ନଷ୍ଟ କରନ୍ତି ନାହିଁ।

ଆଲବର୍ଟ ଆଇନ୍‌ଷ୍ଟାଇନ୍‌: ବୈଜ୍ଞାନିକ ଆଲବର୍ଟ ଆଇନ୍‌ ଷ୍ଟାଇନ୍‌ ସକାଳ ୮.୩୦ରେ ଉଠୁଥିଲେ। ସେ ବିଶ୍ୱାସ କରୁଥିଲେ କି ଉତ୍ତମ ନିଦ୍ରା ସୃଜନଶୀଳତାର ମାପକାଠି।

ଷ୍ଟିଭ୍‌ ଜବ୍‌ସ: ଆପେଲ୍‌ର ନିର୍ମାତା ଷ୍ଟିଭ୍‌ ଜବ୍‌ସ ସକାଳ ୬ଟାରେ ଉଠନ୍ତି। ଉଠିବା ପରେ ସେ ପ୍ରଥମେ ଆଇନା ଦେଖି ଦିନରେ କ’ଣ କରିବେ ବୋଲି ପ୍ରଶ୍ନ କରନ୍ତି।

ବିଲ୍‌ ଗେଟ୍‌ସ: ମାଇକ୍ରୋ ସଫଟ୍‌ର ନିର୍ମାତା ବିଲ୍‌ ଗେଟ୍‌ସ ସକାଳ ୭ଟାରେ ଉଠନ୍ତି। ବିଛଣା ଛାଡ଼ିବା ପରେ ପ୍ରଥମେ କିଛି ଶିକ୍ଷଣୀୟ ଭିଡିଓ ଦେଖି ଦିନ ଆରମ୍ଭ କରନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.