ନିଦରେ ଚାଲୁଥିବା ଲୋକ ସହଜରେ ଏହି କାମ କରିପାରନ୍ତି

ଅନେକ ସମୟରେ ଶୁଣିବାକୁ ମିଳେଯେ ଅମୁକ ଲୋକ ରାତିରେ ନିଦରେ ଚାଲେ । ଏକଥା ଶୁଣିବା ମାତ୍ରେ ମନରେ ଭୟ ଜାଗ୍ରତ ହୁଏ । ଆପଣ ଭାବନ୍ତି ଏହା ଏକ ରୋଗ । ଏହା କ୍ଷତିକାରକ ବୋଲି ଅଧିକାଂଶ ମନେ କରନ୍ତି । କିନ୍ତୁ ନିଦରେ ଚାଲିବାର ଲାଭ କଥା ଶୁଣିଲେ, ଆପଣ ବି ଚାହିଁବେ ଆପଣଙ୍କୁ ସେହି ରୋଗ ହୋଇଯାଉ । ତେବେ ଆସନ୍ତୁ ଜାଣିବା ନିଦରେ ଚାଲିଲେ କି ହିତ ସାଧିତ ହୋଇଥାଏ ।

ଏକ ଗବେଷଣାରୁ ଜଣାଯାଇଛି ଯେ ନିଦରେ ଚାଲୁଥିବା ଲୋକ ମଲ୍‌ଟି ଟାକ୍ସିଂ ହୋଇଥାଆନ୍ତି । ସେମାନେ ଏକ ସମୟରେ ଅନେକ ଗୁଡ଼ିଏ କାମ କରିପାରନ୍ତି । ଏଇ ନିକଟରେ କରାଯାଇଥିବା ଅନୁସନ୍ଧାନରୁ ଜଣାଯାଇଛି ଯେ ନିଦରେ ଚାଲୁଥିବା ଲୋକଙ୍କର ଗତି ଓ ସାଧାରଣ ଲୋକଙ୍କ ଗତି ମଧ୍ୟରେ ବ୍ୟାପକ ପ୍ରଭେଦ ରହିଛି ।
ଏହି ଗବେଷଣାରେ ଗବେଷକମାନେ ନିଦରେ ଚାଲୁଥିବା ଲୋକ ଓ ଅନ୍ୟ ଲୋକଙ୍କ ମଧ୍ୟରେ ଏକ ଭର୍ଚୁଆଲ୍‌ ରିଆଲିଟି ଉପରେ ଗବେଷଣା କରିଛନ୍ତି । ଯେତେବେଳେ ଏହି ଅନୁସନ୍ଧାନ ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ଚାଲେଂଜକୁ ନେଇ ପରୀକ୍ଷା କରାଗଲା, ତେବେ ସେଥିରେ ଥିବା ପାର୍ଥକ୍ୟ ସମସ୍ତଙ୍କ ସାମ୍ନାକୁ ଆସିଥିଲା ।

photo-americansleeping association

ଏହି ଲୋକମାନଙ୍କୁ ଓଲଟା ଗଣନା କରିବାକୁ କୁହାଗଲା । ଏହାକୁ ଅନାୟସରେ କରିପାରିଲେ ରାତିରେ ନିଦରେ ଚାଲୁଥିବା ବ୍ୟକ୍ତିମାନେ । କିନ୍ତୁ ସାଧାରଣ ଲୋକ ଏହାକୁ ସହଜରେ ସଂପୂର୍ଣ୍ଣ କରି ପାରିନଥିଲେ । ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା ।

ଏଥିରୁ ଗବେଷକମାନେ ହୃଦୟଙ୍ଗମ କରିଥିଲେ ଯେ ଯେଉଁ ଲୋକମାନେ ନିଦରେ ଚାଲନ୍ତି, ସେମାନେ ପ୍ରତ୍ୟେକ କାର୍ଯ୍ୟକୁ ନିଜ ଢଙ୍ଗରେ କରିବାରେ ଅଧିକ ସଫଳ । ସେମାନେ ଏକାସଙ୍ଗେ ଅନେକ ଗୁଡିଏ ସମସ୍ୟାର ସମାଧାନ ବି କରିବାରେ ସକ୍ଷମ । ଯେଉଁମାନେ ନିଦରେ ଚାଲିଥାନ୍ତି, ସେମାନେ ସହଜରେ ପୁରୁଣା କଥା ବି ଅନେକ ଦିନ ଯାଏଁ ମନେ ରଖି ପାରନ୍ତି।

ସମ୍ବନ୍ଧିତ ଖବର