ମୋଟା ହେବାକୁ ଚାହାନ୍ତି କି? ଏସବୁ ଖାଆନ୍ତୁ

ଫିଟ୍‌ ରହିବାକୁ କିଏ ବା ଚାହେଁନା? କେହି କେହି ନିଜକୁ ଫିଟ୍‌ ରଖିବା ପାଇଁ ଜିମ୍‌ ଯାଉଥିବା ବେଳେ କେହି କେହି ଯୋଗର ସହାୟ ନେଇଥାନ୍ତି। କେତେକ ଡାଇଟ୍‌ କରିବାରେ ବି ବିଶ୍ୱାସ ରଖନ୍ତି। ମାତ୍ର ଏହି ଡାଇଟିଂର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନାହିଁ। କେହି କେହି ଉପବାସ କରି ଡାଇଟିଂ କରନ୍ତି ତ କେହି କେହି ଖାଦ୍ୟରେ ପରିବର୍ତ୍ତନ ଆଣନ୍ତି। ତେବେ ଯାହାବି ହେଉ, ଆପଣଙ୍କୁ ଫିଟ୍‌ ରହିବାର ଅଛି। ଡାଇଟିଂ ଶବ୍ଦ ସହ କ’ଣ ସଂପକ? ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଆପଣ ନିଜର ପତଳା ଅଣ୍ଟାକୁ ମୋଟା କରିପାରିବେ। ମୋଟା ବ୍ୟକ୍ତି, ଯିଏକି ନିଜକୁ ପତଳା କରିବାକୁ ଚାହିୁଁଥିବେ ତାଙ୍କୁ ଏହାର ବିପରୀତ କାର୍ଯ୍ୟ କରିବାକୁ ହେବ।

ପ୍ରତିଦିନ ଖାଦ୍ୟ ରୁଟିନ୍‌ରେ ବାଦାମ ଶ୍ରେଣୀୟ ଖାଦ୍ୟ ଯଥା ବାଦାମ, କାଜୁବାଦାମ, ଆଲମଣ୍ଡ ଆଦି ନିଶ୍ଚୟ ରଖନ୍ତୁ। ଏହା ଚର୍ବି ବଢ଼ଏ ନାହିଁ ବରଂ ପ୍ରାକୃତିକ ସ୍ୱାସ୍ଥ୍ୟ ପ୍ରଦାନ କରେ। ଏସବୁ ଖାଇବା ଦ୍ୱାରା ଶକ୍ତି ମିଳିବା ସହ ଶରୀରରେ ଉଜ୍ଜଳତା ବି ବୃଦ୍ଧି ପାଇଥାଏ।

ଖିର, ଦହି, ଲହୁଣୀ,ଚେନା, ଘିଅ ଆଦି ସମସ୍ତ ଖିର ଜାତୀୟ ଜିନିଷ ସୁସ୍ଥକର। ଏସବୁ ଖାଇବା ଦ୍ୱାରା ପତଳା ଲୋକଙ୍କ ଶରୀରରେ ପରିବର୍ତ୍ତନ ଆସେ। ସେମାନେ ଅପେକ୍ଷାକୃତ ଫିଟ୍‌ ହୋଇଥାନ୍ତି।

ସବୁବେଳେ ତଟକା ପନି-ପରିବା ଖାଇବା ଖୁବ୍‌ ଭଲ। ସୁଖା ପରିବା ଖାଇବା ଆଦୌ ନଖାଇବା ସହ ସମାନ। ପରିବା ସୁଖିଗଲେ ସେଥିରୁ ସବୁ ଭିଟାମିନ୍‌ ନଷ୍ଟ ହୋଇଯାଏ।

ମାଛ, ମାଂସ, କଙ୍କଡ଼ା, ଚିଙ୍ଗୁଡ଼ି ଆଦି ଆମିଷ ଖାଦ୍ୟ ଖାଇବା ମଧ୍ୟ ଉପକାରୀ ହୋଇଥାଏ। ମାତ୍ରାଧିକ ଆମିଷ ଭକ୍ଷଣ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ।

ସାମାନ୍ୟ ମୋଟା ହେବାକୁ ଚାହୁଁଥିବା ବ୍ୟକ୍ତି ଖିର ସହ କଦଳୀ ମଧ୍ୟ ଖାଇପାରନ୍ତି। ଏହା ଖୁବ୍‌ ଶୀଘ୍ର ମୋଟା କରାଇଥାଏ।

ସମ୍ବନ୍ଧିତ ଖବର