ପାଣିରେ ଏହି ସାମଗ୍ରୀ ମିଶାଇ ପିଇଲେ ଅନେକ ଶାରୀରିକ ସମସ୍ୟା ଦୂର ହେବ

ଜଳ ପିଇବା ତ ସ୍ୱାସ୍ଥ୍ୟପକ୍ଷେ ହିତକାରକ। ହେଲେ ଆପଣ ଜାଣନ୍ତି କି ପ୍ରତିଦିନ ଜଳରେ ଲୁଣ ମିଶାଇ ପିଇଲେ ବି ତା’ହା ଲାଭଦାୟକ। ସମସ୍ତଙ୍କୁ ଜଣା ଯେ ଲୁଣରେ ପ୍ରାକୃତିକ ମିନେରାଲ୍‌ସ ରହିଛି। ପାଣିରେ ଲୁଣ ମିଶାଇ ପିଇଲେ ଜାଣନ୍ତୁ କି କି ଫାଇଦା ମିଳିବ। ପେଟ ପାଇଁ ଲୁଣପାଣି ଖୁବ୍‌ ଭଲ। ପ୍ରତିଦିନ ଲୁଣ ପାଣି ପିଇଲେ ହଜମ କ୍ରିୟାରେ ଉନ୍ନତି ଘଟିଥାଏ ଓ ପେଟ ସଂପର୍କୀତ କିଛି ସମସ୍ୟା ଥିଲେ,ତାହା ବି ଦୂରୀଭୂତ ହୋଇଥାଏ। ଲୁଣ ପାଣି ପିଇଲେ ହାଡ଼ ଶକ୍ତ ହୋଇଥାଏ। ଲୁଣରେ କାଲସିଅମ୍‌ ଥିବା ହେତୁ ଏପରି ଘଟିଥାଏ।
ଶରୀରରେ ଥିବା ଖରାପ ବ୍ୟାକ୍ଟେରିଆ ଗୁଡ଼ିକ ମଧ୍ୟ ନଷ୍ଟ ହୋଇଥାଏ। ଯେଉଁ ବ୍ୟାକ୍ଟେରିଆ ରୋଗ ସୃଷ୍ଟିକାରକ ହୋଇଥା’ନ୍ତି,ସେମାନଙ୍କୁ ନିପାତ କରିଥାଏ ଲୁଣପାଣି।
ଲୁଣପାଣି ପିଇଲେ ତ୍ୱଚା ଜନିତ ସମସ୍ୟା ବି ଦୂରୀଭୂତ ହୋଇଥାଏ। ଯଦି ତ୍ୱଚାରେ କଳାଦାଗ ଥାଏ,ତାହା ବି ଉଭେଇ ଯାଏ। ଖାଲି ସେତିକି ନୁହେଁ,ଏହା ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ ମଧ୍ୟ।


ପ୍ରତିଦିନ ଲୁଣ ପାଣି ପିଇଲେ ଯକୃତ ଜନିତ ସମସ୍ୟା ରହେ ନାହିଁ। ଶରୀରରୁ ଟକ୍‌ସିନ୍‌ ବି ଦୂର ହୋଇଥାଏ।

ସମ୍ବନ୍ଧିତ ଖବର