ଏକ ମାସ ମଧ୍ୟରେ କରନ୍ତୁ ଓଜନ ହ୍ରାସ; ଆପଣାନ୍ତୁ ଏହି ସରଳ ଉପାୟ

ଓଜନ ବଢ଼ିବା ଆଜିକାଲି ପିଢ଼ି ପାଇଁ ଏକ ବେମାରୀ ସଦୃଶ। ଟିକେ ସତର୍କ ନହେଲେ ଦେହରେ ଚର୍ବି ଲାଗିବା ଅତି ସାଧାରଣ କଥା। ମାତ୍ର ଆମେ ଚାହିଁଲେ ଛୋଟ ଛୋଟ ସଚେତନତା ଅବଲମ୍ବନ କରି ତାହାକୁ ରୋକିପାରିବା। ଓଜନ କମାଇବା ପାଇଁ ଆମକୁ କୌଣସି ଜିବ୍‌ ଜଏନ୍‌ କରିବାର ବା ଆମ ପ୍ରିୟ ଖାଦ୍ୟ ତ୍ୟାଗ କରିବାର ଆପଶ୍ୟକତା ପଡ଼ିବ ନାହିଁ। ତେବେ ଚାଲନ୍ତୁ ଜାଣିବା କେଉଁ ସରଳ ଉପାୟ ଅବଲମ୍ବନ କରି ଆମେ ନିଜ ଓଜନକୁ ଆୟତ୍ତରେ ରଖିପାରିବା।

କେଳ ଯେ ଫାଷ୍ଟ୍‍ଫୁଡ୍‌ ବା ତୈଳଯୁକ୍ତ ଖାଦ୍ୟ ଖାଇଲେ ଓଜନ ବୃଦ୍ଧି ପାଇଥାଏ ତା ନୁହେଁ। ସର୍କରା ପରିମାଣ ଶରୀରରେ ବଢ଼ିଲେ ଚର୍ବି ବଢ଼େ ଓ ଚର୍ବି ବଢ଼ିଲେ ଓଜନ ବୃଦ୍ଧି ପାଏ। ତେଣୁ ଯେତେ ପାରୁଛନ୍ତି ମିଠା ଖାଇବା ଉପରେ ଆୟତ୍ତ ଲଗାନ୍ତୁ। ମିଠା ସବୁଠାରୁ ଅଧିକ ଓଜନ ବୃଦ୍ଧିକାରୀ ଉପାଦାନ ହୋଇଥାଏ।

ଆମେ ଅନେକ ସମରେ ନିଜେ ରହୁଥିବା ଆପାର୍ଟମେଣ୍ଟ୍‌ରେ ହେଉ, ସପିଂ ମଲ୍‌ ହେଉ କିମ୍ବା ଅଫିସ୍‌ରେ ଲିଫ୍ଟରେ ଯିବା ଆସିବା କରିବାକୁ ପସନ୍ଦ କରିଥାନ୍ତି। ମାତ୍ର ମନେ ରଖନ୍ତୁ, ବ୍ୟସ୍ତବହୁଳତା ହେତୁ ଏମିତିରେ ଆମେ ଶରୀର ପ୍ରତି ଯତ୍ନବାନ ହୋଇପାରି ନଥାଉ। ଅନ୍ତତଃ ଲିଫ୍ଟରେ ଯିବାଆସିବା ନକରି ସେତିକି ସମୟ ସିଢ଼ି ବ୍ୟବହାର କରିବା ଆମ ପାଇଁ ଉତ୍ତମ ପ୍ରମାଣିତ ହୋଇଥାଏ।

ସକାଳ ଖାଇବା କେବେ ବି ଛାଡ଼ନ୍ତୁ। ସକାଳ ଖାଇବା ଖାଉନଥିବା ବ୍ୟକ୍ତିଙ୍କ ପକ୍ଷେ ଓଜନ ବଢ଼ିବାର ସମସ୍ୟା ଅଧିକ ରହିଛି। ଆପଣ ନିୟମିତ ଭାବେ ବ୍ରେକ୍‌ଫାଷ୍ଟ୍‍ ନିଅନ୍ତି ଏହା ମଧ୍ୟ ଶୀରୀର ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ।

ବତଳମ୍ବିତ ରାତ୍ରିରେ ଶେଇବା ଓଜନ ବୃଦ୍ଧିର ଅନ୍ୟତମ କାରଣ ହୋଇଥାଏ। ଧ୍ୟାନ ଦିଅନ୍ତୁ ରାତି ୧୨ଟା ପରେ ଯେପରି ଆପଣ ନଚାହାନ୍ତି। ଶୀଘ୍ର ଶୋଇ ଶୀଘ୍ର ଉଠିବା କେବଳ ଓଜନ କ୍ଷେତ୍ରରେ ନୁହେଁ, ଅନ୍ୟ ସମସ୍ତ ଶାରୀରିକ ସମସ୍ୟାକୁ ମଧ୍ୟ ଦୂରେଇ ଦେଇଥାଏ।

ସମ୍ବନ୍ଧିତ ଖବର