ଏହି ସବୁ ପାନୀୟ ପିଇବା ଦ୍ୱାରା କମାଇ ହେବ ଶରୀରର ଅତିରିକ୍ତ ଚର୍ବି

ଆମେ ପ୍ରାୟତଃ ଶରୀର ଚର୍ବି ଖସାଇବା ପାଇଁ ବ୍ୟାୟାମ, ଯୋଗ କିମ୍ବା ଡାଇଟ୍‌ର ସହାୟତା ନେଇଥାଉ। ମାତ୍ର ଏମିତି କିଛି ସରଳ ଉପାୟ ଅଛି ଯାହା ଦ୍ୱାରା ଖୁବ୍‌ ସହଜରେ ଆମେ ଆମ ଶରୀର ଅତିରିକ୍ତ ଚର୍ବିକୁ ଖସାଇ ଦେଇ ପାରିବା। ଏଥିପାଇଁ ଆମକୁ ଖାଇବାରେ ଆୟତ୍ତ ଆଣିବାକୁ ପଡ଼ିବ ନାହିଁ ବରଂ କିଛି ପାନୀୟ ଦ୍ୱାରା ମୋଟାପଣ କମାଇବା ଆମ ପାଇଁ ସହଜ ହୋଇଯିବ। ଚାଲନ୍ତୁ ଜାଣିବା କେଉଁ ପାନୀୟ ଦ୍ୱାରା ଚର୍ବି କମ୍‌ କରାଯାଇ ପାରେ।

ଶସ୍ତା, ସୁନ୍ଦର ଓ ମଜବୁତ୍‌ ଉପାୟ ହେଉଛି ଲେମ୍ବୁ ସରବତ, ଏହା ତ ପ୍ରାୟ ସମସ୍ତେ ଜାଣନ୍ତି। ଗରମ ପାଣିରେ ଲେମ୍ବୁ ମିଶାଇ ଖାଲି ପେଟରେ ପିଇବା ଦ୍ୱାରା ଚର୍ବି କମ୍‌ ହୋଇଥାଏ। ଗ୍ୟାସ୍‌ ନ ହେବା ପାଇଁ ଆପଣ ଏଥିରେ ସାମାନ୍ୟ ମହୁ ବି ମିଶାଇ ପାରନ୍ତି।

ଆଉ ଏକ ଲାଭକାରୀ ପାନୀୟ ହେଉଛି ଲାଉ ଜୁସ୍‌। ଆପଣ ପ୍ରାୟ ଦେଖିଥିବେ ପାର୍କ ସାମ୍ନାରେ ସକାଳ ସମୟରେ ଏହି ଜୁସ୍‌ ଉପଲବ୍ଧ ହୋଇଥାଏ। ପ୍ରାପ୍ତଃ ଭ୍ରମଣ ପରେ ଏହି ଜୁସ୍‌ ପିଇବା ଦ୍ୱାରା ସୁଫଳ ମିଳିଥାଏ।

ପୂର୍ବରୁ ବି ଆମେ ଆପଣଙ୍କୁ ଥରେ କହି ସାରିଛୁ କି ରାତିରେ ଜିରାକୁ କିଛି ପାଣିରେ ବତୁରେଇ ସକାଳୁ ତାହାକୁ ଗରମ କରି ଜିରା ସହ ସେହି ପାଣିକୁ ପିଇବା ଦ୍ୱାରା ଚୁଟ୍‌କିରେ ଶରୀର ଚର୍ବି ଖସାଇ ଦିଆଯାଇ ପାରେ।

ଗ୍ରୀନ ଟି କୁହନ୍ତୁ ବା ସବୁଜ ଚା’, ଏହାକୁ ନିଜ ଡାଏଟ୍‌ରେ ନିଶ୍ଚୟ ମିଶ୍ରଣ କରନ୍ତୁ। ମନେ ରଖନ୍ତୁ ଗ୍ରୀନ୍‌ ଟି କିନ୍ତୁ କେବେ ଖାଲି ପେଟରେ ପିଇବେ ନାହିଁ, ଓଲଟା ପ୍ରଭାବ ପଡ଼ିଥାଏ।

ପଇଡ଼ ପାଣି ବି ଚର୍ବି କାଟିବା ପାଇଁ ଖୁବ୍‌ ଭଲ ହୋଇଥାଏ। ଦୈନିକ ସକାଳ ସମୟରେ ଗୋଟାଏ ପଇଡ଼ ପିଇବା ଦ୍ୱାରା ଶରୀରର ଅତିରିକ୍ତ ଚର୍ବି ଖସିବା ସହ ମୁଖର ଔଜଲ୍ୟ ବି ବୃଦ୍ଧି ପାଇଥାଏ।

ସମ୍ବନ୍ଧିତ ଖବର