ଏଇ ସହଜ ଉପାୟ ଅବଲମ୍ବନ କରି ଓଜନ କମାଇ ପାରିବେ; ଜାଣନ୍ତୁ ସେସବୁ କ’ଣ ?

ବର୍ତ୍ତମାନ ମେଦବୃଦ୍ଧି ଏକ ବଡ଼ ଶାରୀରିକ ସମସ୍ୟା ହୋଇ ମୁଣ୍ଡ ଟେକିଛି। ଯେଉଁମାନେ ଏହାର ଶିକାର ସେମାନେ ନିଜର ଓଜନ କମାଇବାକୁ ନେଇ ଖୁବ୍‌ ଚିନ୍ତିତ ହୋଇପଡ଼ୁଛନ୍ତି। କିଏ ଏଥିପାଇଁ ଔଷଧ ସେବନ କଲାଣି ତ କିଏ ବ୍ୟାୟାମଶାଳାରେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି। ତେବେ କେତକ ଘରୋଇ ଉପାୟରେ ମଧ୍ୟ ଓଜନ ହ୍ରାସ କରାଯାଇ ପାରେ। ଆପଣ ନିଜର ଖାଦ୍ୟରୁଚି ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ନିମ୍ନରେ ଓଜନ ହ୍ରାସ ଲାଗି କେତୋଟି ଟିପ୍ସ।

: ନିୟମିତ ପାଳଙ୍ଗ ଶାଗ ଖାଆନ୍ତୁ। ଚର୍ବି ଖସିଯିବ ଏବଂ ଓଜନ କମିବ। ଏଥିରେ ପୁଷ୍ଟିସାର ଭରପୂର ଥିବାରୁ ଶରୀରକୁ ମଧ୍ୟ ଶକ୍ତି ଆସିବ।

: କିଛି ଦିନ ପର୍ଯ୍ୟନ୍ତ ସକାଳେ ଖାଲି ପେଟରେ ଲେମ୍ବୁ ରସ ମିଶ୍ରିତ ଉଷୁମ ପାଣି ପିଅନ୍ତୁ। ଏହା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ, ଚର୍ବି ଜମା ହୁଏ ନାହିଁ। ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼େ।

: ଚିନି କିଂବା ଅତ୍ୟଧିକ ମିଠାଯୁକ୍ତ ଖାଦ୍ୟ, ପାନୀୟ, ଫଳ ରସ ଠାରୁ ଦୂରେଇ ରହନ୍ତୁ।

: ବ୍ରକୋଲି, ଫୁଲ କୋବି, ଟମାଟୋ, ବନ୍ଧାକୋବି, ବିନ୍‌ସ, ଅଦା, କାକୁଡ଼ି ଆଦି କମ୍‌ କ୍ୟାଲୋରିଯୁକ୍ତ ଖାଦ୍ୟ। ଖାଦ୍ୟରେ ଏଗୁଡ଼ିକୁ ଅଧିକ ସାମିଲ କରନ୍ତୁ।

: ତରବରରେ ଖାଦ୍ୟ ଖାଆନ୍ତୁ ନାହିଁ। ରାତିରେ ସାତ-ଆଠ ଘଣ୍ଟା ଶୁଅନ୍ତୁ। ଡାଏଟିଂ ବା ଖାଦ୍ୟ କଟକଣା ନ କରି ସନ୍ତୁଳିତ ପୋଷକଯୁକ୍ତ ଖାଦ୍ୟାଭ୍ୟାସ ଦ୍ୱାରା ଓଜନ ବଢ଼େ ନାହିଁ।

: କଷ୍ଟକର ବ୍ୟାୟାମ ନ କରି ହାଲୁକା ବ୍ୟାୟାମ ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ଓଜନକୁ ନିୟନ୍ତ୍ରଣରେ ରଖେ।

ସମ୍ବନ୍ଧିତ ଖବର