ପ୍ରଥମ ଥର ପାଇଁ ପୁଅଟିଏ ଝିଅର ହାତ ଧରିଲା ବେଳେ ଝିଅମାନଙ୍କ ମନ ଭିିତରେ କି ଧରଣର ପତ୍ରିକ୍ରିୟା ସୃଷ୍ଟି ହୋଇଥାଏ ଜାଣନ୍ତୁ….

ଭଲପାଇବାର ଅନୁଭବ ହେଉଛି ଦୁନିଆର ସବୁଠାରୁ ନିଆଁରା ଅନୁଭବ । ସମସ୍ତେ ନିଜ ଜୀବନରେ ଯେତେବେଳେ ପ୍ରଥମ ଥର ପାଇଁ ପ୍ରେମକୁ ଅନୁଭବ କରନ୍ତି, ସେ ସମୟ ସବୁଠାରୁ ଖାସ୍‌ ସମୟ ହୋଇଥାଏ । କିଛି ନୂଆ ଅନୂଭବ ସହ ସେମାନେ ନୂଆ ନୂଆ ପରିଚିତି ହୋଇ ଥାଆନ୍ତି । ସେ ସମୟରେ ସେମାନଙ୍କ ସହ ପ୍ରଥମ ଥର ସବୁ ହେଉଥାଏ । କିଛି ଭୁଲ କରିବାର ଡ଼ର, ଜଣଙ୍କ ପାଇଁ ନିଜ ହୃଦୟ ଦେଇ ସାରିବା ପରେ ତା ପାଇଁ ସବୁ କିଛି କରିବାର ଇଚ୍ଛା ମନ ଭିତରେ ଆସିଥାଏ । ତେବେ ସେ ସମୟରେ ସବୁ କିଛି ନୂଆ ହେଉଥିବା ବେଳେ ଯେତେବେଳେ ଆପଣ ଆପଣଙ୍କର ପ୍ରେମିକାର ହାତ ପ୍ରଥମ ଥର ପାଇଁ ଧରନ୍ତି, ସେତେବେଳେ ଆପଣଙ୍କ ପ୍ରେମିକାଙ୍କ ମନରେ ଅନେକ କିଛି ଚାଲିଥାଏ । ତେବେ ସେ ବିଷୟରେ ଆପଣ ଜାଣିଛନ୍ତି କି?ଯଦି ନାଁ?ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

.rochakpost.com

ପାର୍କରେ ବୁଲିବା ବେଳେ ଯେତେବେଳେ ଗୋଟେ ପୁଅ ଗୋଟେ ଝିଅର ହାତକୁ ଧରିନିଏ,ସେତେବେଳେ ଝିଅଟି କିଛି ସମୟ ପାଇଁ ଅଟକି ଯାଏ । ତା’ର ହୃଦୟର ସ୍ପନ୍ଦନ ବଢ଼ିବାକୁ ଲାଗିଥାଏ । ସେମାନଙ୍କ ମନରେ ସମୁଦ୍ରର ଢ଼େଉ ଜୋର୍‌ରେ ଲହରୀ ଭାଙ୍ଗିବାକୁ ଲାଗିଥାଏ । ଯେତେବେଳେ ପୁଅଟି ଝିଅର ହାତ ଧରେ ସେତେବେଳେ ଝିଅଟି ଦୁନିଆର ସବୁଠାରୁ ଧନୀ ଏବଂ ସବୁଠାରୁ ସୁଖୀ ବୋଲି ଅନୁଭବ କରିଥାଏ । ଯେତେବେଳେ ରାସ୍ତା ପାର ହେଉଥିବା ବେଳେ ପୁଅଟି ଝିଅର ହାତ ଧରିଥାଏ, ସେତେବେଳେ ଝିଅକୁ ଆଉ ନିଜ ପାଇଁ ଚିନ୍ତା କରିବାକୁ ପଡ଼ି ନଥାଏ । ଏଥର ତା’ର ଯତ୍ନ ନେବା ପାଇଁ କିଏ ଆସିଗଲା ବୋଲି ସେ ଭାବି ନେଇଥାଏ । ଯଦି ଜଣେ ପୁଅ ଜଣେ ଝିଅର ହାତକୁ ସବୁବେଳେ ଧରି ରହିଥାଏ, ସେତେବେଳେ ଝିଅଟି କିଛି ବିଷୟରେ ଭାବିବା ବନ୍ଦ କରି ଦେଇଥାଏ । ତା’କୁ କୌଣସି ଜିନିଷର ଚିନ୍ତା ରହି ନଥାଏ । ଏହା ସହ ସେମାନଙ୍କର ନିଜ ଉପରେ ଆତ୍ମବିଶ୍ୱାସ ଆହୁରି ବଢ଼ି ଯାଇଥାଏ ।

ସମ୍ବନ୍ଧିତ ଖବର