ଶିବଲିଙ୍ଗ, ତ୍ରିଶୁଳ ଓ ସାପ ସ୍ୱପ୍ନରେ ଆସିଲେ ଆପଣଙ୍କ ଜୀବନରେ ଘଟିପାରେ ଏହିସବୁ ଘଟଣା !

ଆମେ ସମସ୍ତେ ସ୍ୱପ୍ନ ଦେଖି ଥାଉ। ସ୍ୱପ୍ନ ଆମର ବାସ୍ତବ ଜୀବନ ସହିତ ଯୋଡ଼ି ହୋଇଥାଏ ତ ଆଉ କେତେକ ବାସ୍ତବତା ବାହାରେ ଥାଏ। ଅନେକ ଲୋକ ଗଛଲତା, ଜୀବଜନ୍ତୁ ଆଦି ସ୍ୱପ୍ନ ଦେଖି ଥାଆନ୍ତି। ଆଉ କେତେକ ଭଗବାନ ଶିବଙ୍କ ସହିତ ଜଡ଼ିତ ସ୍ୱପ୍ନ ଦେଖି ଥାଆନ୍ତି। ତେବେ ଆସନ୍ତୁ ଜାଣିବା ଭଗବାନ ଶିବଙ୍କ ସହିତ ଜଡ଼ିତ ଥିବା ଶିବଲିଙ୍ଗ, ତ୍ରିଶୁଳ, ସାପ, ଚନ୍ଦ୍ର, ଗଙ୍ଗା ଆଦି ସ୍ୱପ୍ନ ଦେଖିଲେ ଜୀବନରେ ଏପରି ଘଟଣା ଘଟିଥାଏ।

ସ୍ୱପ୍ନରେ ଯଦି ଶିବ ଲିଙ୍ଗ ଦେଖୁଛନ୍ତି ତେବେ ଏହା ଅଶୁଭ ପରିସ୍ଥିତିକୁ ନାଶ କରିବାର ସଙ୍କେତ ଅଟେ। ଦୀର୍ଘ ଦିନ ଧରି ଯଦି ଆପଣଙ୍କ କୌଣସି ଅସୁବିଧା ଲାଗି ରହିଛି, ତେବେ ଏହାର ଖୁବ୍‌ ଶୀଘ୍ର ସମାଧାନ ହୋଇଯିବ। ଏତଦ୍‌ବ୍ୟତୀତ ଆପଣଙ୍କୁ କୌଣସି ସମ୍ପତ୍ତି ମଧ୍ୟ ପ୍ରାପ୍ତ ହୋଇପାରେ। ଶିବଲିଙ୍ଗ ସ୍ୱପ୍ନରେ ଆସିଲେ ଜାଣି ରଖନ୍ତୁ, ତା’ପର ଦିନ ଶିବମନ୍ଦିର ଯାଇ ଶିବଲିଙ୍ଗ ଦର୍ଶନ କରି ପାଣି ଚଢ଼ାଇ ଆସନ୍ତୁ।

ସେହିପରି ସ୍ୱପ୍ନରେ ଯଦି ଶିବଙ୍କ ମସ୍ତକରେ ଲାଗିଥବା ଚନ୍ଦ୍ର ଦେଖୁଛନ୍ତି, ଏହା ଜ୍ଞାନର ପ୍ରତୀକ ଅଟେ। ଆପଣଙ୍କ ବିବାହ ସ୍ଥିର ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି କରି ପାରନ୍ତି। ଏତଦ୍‌ବ୍ୟତୀତ ଯଦି କୌଣସି ବଡ଼ ପରୀକ୍ଷା ଫଳ ପ୍ରକାଶ ପାଇବାର ଅଛି ତେବେ ଏଥିରେ ନିଶ୍ଚୟ ସଫଳତା ହାସଲ କରିବେ।

ସ୍ୱପ୍ନରେ ଯଦି ଶିବଙ୍କ ମସ୍ତକରୁ ବାହାରୁ ଥିବା ଦେବୀ ଗଙ୍ଗାଙ୍କୁ ଦେଖୁଛନ୍ତି, ତେବେ ଏହା ବି ଜ୍ଞାନର ସଙ୍କେତ ଅଟେ। ଗଙ୍ଗା ଆମ ଆତ୍ମକୁ ପବିତ୍ର କରିଥାଏ। ମା’ ଗଙ୍ଗାଙ୍କ ସ୍ୱପ୍ନ ଦେଖିଲେ କୌଣସି ଖୁସି ଖବର ପାଇବା ସହିତ ଆପଣ କାହାରି ପ୍ରେମରେ ପଡ଼ି ପାରନ୍ତି।

ଯଦି ବାରମ୍ବାର ସାପ ସ୍ୱପ୍ନ ଦେଖୁଛନ୍ତି ତେବେ ମନ୍ଦିର ଯାଇ ଶିବଙ୍କ ଦର୍ଶନ କରି ଆସନ୍ତୁ। ଯଦି ସାପ ଫଣା ଟେକି ଥିବାର ପଛ ପାର୍ଶ୍ୱକୁ ସ୍ୱପ୍ନରେ ଦେଖୁଛନ୍ତି , ତେବେ ଜାଣି ରଖନ୍ତୁ ଆପଣଙ୍କ ଉପରେ ଦେବତାଙ୍କ ଆର୍ଶବାଦ ରହିଛି।

ସେହିପରି ସ୍ୱପ୍ନରେ ଯଦି ଶିବ ଓ ପାର୍ବତୀଙ୍କୁ ଏକାଠି ଦେଖିଛୁନ୍ତି, ତେବେ ଆପଣଙ୍କ ଜୀବନରେ ନୂଆ ଅବସର ଆସିପାରେ। କୁଆଁରି ଥିବା ଯୁବକ-ଯୁବତୀଙ୍କ ଖୁବ୍‌ ଶୀଘ୍ର ବିବାହ ସ୍ଥିର ହୋଇଯିବ। ଯଦି ଅନେକ ଦିନ ହେବ ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ଓ କଳହ ସୃଷ୍ଟି ହେଉଥିଲା, ତେବେ ଏବେ ସେମାନଙ୍କ ସମ୍ପର୍କରେ ମଧୁରତା ଭରିଯିବ।

ସ୍ୱପ୍ନରେ ଯଦି ମହାଦେବ ତାଣ୍ଡବ କରୁଥିବାରୁ ଦେଖୁଛନ୍ତି, ତେବେ ଆପଣଙ୍କ ଲାଗି ରହିଥିବା ସମସ୍ୟାର ସମାଧାନ ହେବା ସହିତ ଧନ ଲାଭ ହେବ। କିନ୍ତୁ ପରିଶ୍ରମ କରିବାକୁ ପଡ଼ିବ।

ଶିବଙ୍କ ମନ୍ଦିର ସ୍ୱପ୍ନରେ ଦେଖିଲେ ଏହା ବହୁତ ଶୁଭର ସଙ୍କେତ ଅଟେ। ଅନେକ ଦିନ ହେବ ଯଦି ଆପଣ କୌଣସି ରୋଗଗ୍ରସ୍ତ ଅଛନ୍ତି ତେବେ ତାହା ଖୁବ୍‌ ଶୀଘ୍ର ଠିକ୍‌ ହୋଇଯିବ।

ସେହିପରି ସ୍ୱପ୍ନରେ ଯଦି ଶିବଙ୍କ ତ୍ରିଶୁଳ ଦେଖୁଛନ୍ତି ତେବେ ତ୍ରିଶୁଳ ଶକ୍ତିର ପ୍ରତୀକ ଅଟେ। ତେଣୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିିଳିବ। ଶିବଙ୍କ ତୃତୀୟ ଆଖି ସ୍ୱପ୍ନରେ ଦେଖିଲେ, ଏହା ସତର୍କତା ଓ ଜାଗୃତ ବିଷୟରେ ସୂଚନା ଦେଇଥାଏ। ଏହା ଜୀବନରେ କିଛି ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାର ସଙ୍କେତ ଦେଉଛି।

ଶିବଙ୍କ ଡମ୍ବରୁ ସ୍ୱପ୍ନରେ ଦେଖିଲେ ଆପଣଙ୍କ ବ୍ୟକ୍ତିତ୍ୱ ଓ ପେସାଦାର ଜୀବନରେ ସଫଳତା ମିଳିବ।ଏହା ଆପଣଙ୍କ ଜୀବନରେ ସକରାତ୍ମକ ଶକ୍ତିର ବୃଦ୍ଧି କରିପାରେ। ନୂତନ କାମ ଯଦି ଆରମ୍ଭ କରିବା ପାଇଁ ଭାବୁଛନ୍ତି ତେବେ ଜାଣି ରଖନ୍ତୁ ଏଥିରେ ନିଶ୍ଚୟ ସଫଳତା ମିଳିବ।

ସମ୍ବନ୍ଧିତ ଖବର