ହାଇରିସ୍କ ପ୍ରେଗ୍‌ନାନ୍ସି କ’ଣ? ଆସନ୍ତୁ ଜାଣିବା କେଉଁ ମହିଳାଙ୍କୁ ଏହାର ସାମ୍ନା କରିବାକୁ ପଡ଼ିଥାଏ

0 954

ହାଇରିସ୍କ ପ୍ରେଗ୍‌ନାନ୍ସିରେ ଉଭୟ ମା’ ଏବଂ ଶିଶୁ ମଧ୍ୟରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଯାଇଥାଏ । ଶିଶୁର ବିକାଶ ଠିକ୍‌ ଭାବେ ନ ହେବା,ସମୟ ପୂର୍ବରୁ ପ୍ରସବ ଯନ୍ତ୍ରଣା ହେବା,ଶରୀରରେ ରକ୍ତ ତିଆରି ନହେବା, ମଧୁମେହ ରୋଗ ଇତ୍ୟାଦି ଶାରୀରିକ ସମସ୍ୟା ଦେଖା ଦେଇଥାଏ । ସେଥିପାଇଁ ଗର୍ଭାବସ୍ଥାରେ ମହିଳାମାନଙ୍କୁ ବିଶେଷ ଧ୍ୟାନ ରଖିବାକୁ କୁହାଯାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖା ଯାଇଥାଏ।

୧.ଯେଉଁ ମହିଳାମାନଙ୍କର ମଧୁମେହ,କର୍କଟ ରୋଗ,ଉଚ୍ଚ ରକ୍ତଚାପ,କିଡ଼୍‍ନି ଜନିତ ସମସ୍ୟା, ଶ୍ୱାସ,ହୃଦ୍‌ଜନିତ ସମସ୍ୟା ରହିଥାଏ, ସେହି ମହିଳାମାନେ ହାଇରିସ୍କ ପ୍ରେଗ୍‌ନାନ୍ସି ଅଧୀନରେ ଆସିଥାନ୍ତି । ଏଭଳି ପରିସ୍ଥିତିରେ ଉଭୟ ମା’ ଏବଂ ଶିଶୁର ଜୀବନ ଉପରେ ବିପଦ ବଢ଼ି ଯାଇଥାଏ ।

Dr. Michael Murray
Panda Mobile only

୨. ଉଚ୍ଚ ରକ୍ତଚାପ ଥିବା ମହିଳାମାନେ ଗର୍ଭଧାରଣ କରି ନିଅନ୍ତି ସତ କିନ୍ତୁ ୯ମାସ ପର୍ଯ୍ୟନ୍ତ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ଅନିୟମିତ ଉଚ୍ଚ ରକ୍ତଚାପ ଉଭୟ ମହିଳା ଏବଂ ଶିଶୁର କିଡ଼୍‍ନି ଉପରେ ପ୍ରଭାବ ପକାଇଥାଏ ।
୩. ପଲିସିସ୍‌ଟିକ୍‌ ଓଭାରି ସିନ୍‌ଡ଼୍ରମ୍‌ ହେଉଛି ଏକ ଏଭଳି ସମସ୍ୟା, ଯାହା ମହିଳାଙ୍କର ଗର୍ଭବତୀ ହେବା ଏବଂ ଗର୍ଭବତୀ ରହିବା କ୍ଷମତାକୁ ହ୍ରାସ କରିଥାଏା ଏହି ସମସ୍ୟା ହେବା ଦ୍ୱାରା ଗର୍ଭପାତ ବା ସମୟ ପୂର୍ବରୁ ପ୍ରସବ ହେବାର ଆଶଙ୍କା ବଢ଼ି ଯାଇଥାଏ ।

Bayer Research Magazine

୪.ଥାଇରଏଡ଼୍‍ ସମସ୍ୟା ଥିବା ମହିଳାଙ୍କୁ ଗର୍ଭାବସ୍ଥା ସମୟରେ ଅନେକ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ିଥାଏ । ଏହା ସହ ଯେଉଁ ମହିଳାମାନେ ଅଧିକ ମଦ୍ୟପାନ ଏବଂ ଧୂମପାନ କରିଥାନ୍ତି,ଗର୍ଭାବସ୍ଥାରେ ସେମାନଙ୍କ ସହ ସେମାନଙ୍କ ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।
୫. କମ ବା ଅଧିକ ବର୍ଷ ବୟସରେ ଗର୍ଭଧାରଣ କରିବା ହାଇରିସ୍କ ପ୍ରେଗ୍‌ନାନ୍ସି ଅଧୀନରେ ଆସିଥାଏ । ୧୮ରୁ କମ ବା ୩୫ରୁ ଅଧିକ ବର୍ଷ ବୟସ୍କ ମହିଳାମାନଙ୍କ ଠାରେ ଆନେମିଆ ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖା ଯାଇଥାଏ । ଯାହାଦ୍ୱାରା ପ୍ରସବ ସମୟରେ ଅନେକ ସମସ୍ୟା ଦେଖା ଯାଇଥାଏ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.