ଖାଦ୍ୟ ପସନ୍ଦ, ରାନ୍ଧିବା ପ୍ରଣାଳୀ, ଖାଇବା ଶୈଳୀ ଆଦି ହୋଇଥାଏ ମୋଟାପା କାରଣ; ଜାଣନ୍ତୁ କିପରି ରଖିବେ ନିଜକୁ ପତଳା

ଜାପାନର ମହିଳାମାନଙ୍କୁ ଖୁବ୍‌ ସୁନ୍ଦର ବୋଲି ବିବେଚନା କରଯାଏ। ତାହାର ମୁଖ୍ୟ କାରଣ ହେଉଛି ସେମାନଙ୍କ ଶାରୀରିକ ଗଠନ। ତିରିଶ ବର୍ଷ ବୟସରେ ସେମାନେ ୧୮ ବର୍ଷ ବୟସ୍କା ପରି ଲାଗୁଥିବା ବେଳେ ୪୦ ବର୍ଷ ବୟସରେ ସେମାନେ ୪୦ ବର୍ଷୀୟା ମହିଳାଙ୍କ ପରି ଦିଶିଥାନ୍ତି। ତେବେ ଚାଲନ୍ତୁ ଜାଣିବା ଜାପାନିଜ୍‌ମାନେ କିପରି ଏତେ ଯୁବା ଦିଶିଥାନ୍ତି।

: ସେମାନଙ୍କର ଖାଦ୍ୟ ପସନ୍ଦ ଖୁବ୍‌ ଭଲ। ସେମାନେ ମୁଖ୍ୟତଃ ମାଛ, ପରିବା, ଫଳ ଓ ସବୁଜ ଚା’ ଆଦି ପସନ୍ଦ କରିଥାନ୍ତି। ସେମାନେ ହାଇ-କ୍ୟାଲୋରିଜ୍‌ ଜଙ୍କ୍‌ଫୁଡ୍‌ ବିଶେଷ ଖାଇନଥାନ୍ତି।

: ଖାଦ୍ୟ ରାନ୍ଧିବାର ପ୍ରଣାଳୀ ବି ପତଳା କିମ୍ବା ମୋଟା ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଜାପାନିଜ୍‌ମାନେ ତାଙ୍କ ଖାଦ୍ୟକୁ ବିଶେଷ କରି ସିଝାଇକି ନଚେତ ଅଳ୍ପପାଣିରେ ଫୁଟାଇ ରାନ୍ଧିଥାନ୍ତି।

: ଖାଇବା ଶୈଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଧୀରେ ଧୀରେ ଖାଇଲେ ବିଶେଷ ମୋଟାପଣ ବୃଦ୍ଧି ପାଇନଥାଏ। ଏକାଥରକେ ପୁଳାଏ ନଖାଇ ଅଳ୍ପ ଅଳ୍ପ ଖାଇଲେ ବି ଏ ଦୃଷ୍ଟିରୁ ଭଲ।

: ରୁଟି କିମ୍ବା ପାଉଁରୁଟି ଆପେକ୍ଷା ସେମାନେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି। ଆମେ ଭାବନ୍ତି ଯେ ଭାତରେ ଅଧିକ ଫ୍ୟାଟ୍‌ ଅଛି, ମାତ୍ର ବାସ୍ତବ କଥା ହେଉଛି ରୁଟି ଓ ପାଉଁରୁଟିରେ ହିଁ ଅଧିକ ଫ୍ୟାଟ୍‌ ଅଛି।

: ଦିନ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ ହେଉଛି ସକାଳ ଜଳଖିଆ। ସେଇ ସମୟରେ ସେମାନେ ପେଟ ଭରି ଖାଇଥାନ୍ତି। ପରେ ଟିକେ ଟିକେ କମ୍‌ କରିଥାନ୍ତି ଖାଇବା।

ସମ୍ବନ୍ଧିତ ଖବର