କିଡ୍‌ନି ଷ୍ଟୋନ୍‌ ରୋଗୀଙ୍କ ପାଇଁ, ଘରୋଇ ଜିନିଷ ଖାଇ ଏହାର ନିରାକରଣ କରନ୍ତୁ ଓ ଜାଣନ୍ତୁ କ’ଣ ଖାଇବେ ନାହିଁ

କିଡ୍‌ନିରେ ଷ୍ଟୋନ୍‌ ଖରାପ ଖାଦ୍ୟ କିମ୍ବା ପାଣି କମ୍‌ ପିଇବା ଦ୍ୱାରା ହୋଇଥାଏ। ଜୀବନଶୈଳୀ ଠିକ୍‌ ଥିଲେ କିଡ୍‌ନିରେ ଥିବା ଷ୍ଟୋନ୍‌ ମୂତ୍ରାଶୟ ମାଧ୍ୟମରେ ଶରୀରରୁ ବାହାରିଯାଏ। ଯଦି କିଡ୍‌ନି ଷ୍ଟୋନ୍‌ ବଡ଼ ହୋଇଯାଏ ତେବେ ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡ଼ିଥାଏ। ଏହା ଏକ ଛୋଟ ରୋଗ ପରି ଜଣାଗଲେ ମଧ୍ୟ ଯଦି ସମୟ ଥିବା ଭିତରେ ଚିକିତ୍ସା ନ କରାଯାଏ ଧୀରେ ଧୀରେ ଏହାର ପରିଣାମ ଭୟଙ୍କର ହୋଇଥାଏ। ଏହି ସମୟରେ କିଡ୍‌ନି ଷ୍ଟୋନ୍‌ରୁ ରକ୍ଷା କରିବା ପାଇଁ ଆପଣଙ୍କର ଜାଣିବା ଜରୁରୀ ଯେ କେଉଁ ଖାଦ୍ୟ ଖାଇବେ ଓ କ’ଣ ଖାଇବେ ନାହିଁ।

କିଡ୍‌ନି ଷ୍ଟୋନ୍‌ରୁ ଶୀଘ୍ର ଆରାମ ପାଇବା ପାଇଁ ଏହି ସବୁ ଖାଦ୍ୟ ଖାଆନ୍ତୁ

 

ଫାଇବର ଯୁକ୍ତ ଭୋଜନ
କିଡ୍‌ନି ଷ୍ଟୋନ୍‌ ହେବାର ମୂଳ କାରଣ ହେଉଛି – ଫାଇବର୍‌ ଯୁକ୍ତ ଆହାର କମ୍‌ ଓ ପ୍ରୋଟିନ୍‌ ଯୁକ୍ତ ଆହାର ଅଧିକ ସେବନ। ଏଥିପାଇଁ ବର୍ତ୍ତମାନ ଖାଦ୍ୟରେ ସାମିଲ କରନ୍ତୁ – ଓଟ୍‌ସ, ଶିମ୍ବ ମଞ୍ଜି, କଲରା, ମଟର, ଓଲକୋବି, କଖାରୁ, କାକୁଡ଼ି, ଧନିଆ, ହଳଦୀ, କଞ୍ଚା ଲଙ୍କା, କୋବି ଇତ୍ୟାଦି।

 

ଆଖୁ
କିଡ୍‌ନି ଷ୍ଟୋନ୍‌ ସମସ୍ୟାରେ ଆଖୁ ରସ ପିଇବା ଅତ୍ୟନ୍ତ ଲାଭଦାୟକ। ଏହା ଦ୍ୱାରା ଶରୀରରେ ପାଣିର ମାତ୍ରା ପୂରଣ ହୋଇଥାଏ ଓ କିଡ୍‌ନି ଷ୍ଟୋନ୍‌ ଆପେ ଆପେ ଶରୀରରୁ ବାହାରିଯାଏ।

 

ଗାଜର
ଭିଟାମିନ୍‌ ବି-୬ ଓ ଭିଟାମିନ୍‌ ସି ଯୁକ୍ତ ଗାଜର କିଡ୍‌ନି ପାଇଁ ବେଶ୍‌ ଲାଭଦାୟକ। ରକ୍ତକୁ ବିଶୁଦ୍ଧ କରିବା ସହ ଏହା ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍‌ସନ୍‌ରୁ ରକ୍ଷା କରାଇଥାଏ।

 

ଲେମ୍ବୁ
ଲେମ୍ବୁ ରସ କ୍ୟାଲ୍‌ସିୟମ୍‌ ଷ୍ଟୋନ୍‌ର ଭୟକୁ କମ୍‌ କରିଥାଏ। କିଡ୍‌ନିରେ ଥିବା ଷ୍ଟୋନ୍‌ର ଆକାରକୁ ଛୋଟ କରିବାରେ ମଧ୍ୟ ଲେମ୍ବୁ ଖୁବ୍‌ ଲାଭଦାୟକ। ଆପଣ ଲେମ୍ବୁ ପାଣି କିମ୍ବା ସାଲାଡ୍‌ ଓ କୌଣସି ଫଳ ସହ ଲେମ୍ବୁ ରସ ସେବନ କରିପାରିବେ।

 

ପଇଡ ପାଣି
ନଡ଼ିଆ ପାଣି କିଡ୍‌ନି ଷ୍ଟୋନ୍‌କୁ ବାହାର କରିବା ପାଇଁ ବହୁତ ଭଲ ଜିନିଷ ଅଟେ।

 

ମୂଳା
ଯଦି କିଡ୍‌ନୀରେ ଷ୍ଟୋନ୍‌ ହୋଇଯାଇଛି ତା’ହେଲେ ପ୍ରତିଦିନ ସକାଳୁ ଅଧା କପ୍‌ ମୂଳା ରସ ପଅନ୍ତୁ। ଏହା କିଡ୍‌ନିକୁ ସଫା କରିଥାଏ।

 

ହର୍ବାଲ୍‌ ଚା’
ହର୍ବାଲ ଚା’ ପିଇବା ଦ୍ୱାରା କିଡ୍‌ନି ଷ୍ଟୋନ୍‌ ହେବାର ଭୟ ବହୁତ୍‌ କମ୍‌ ହୋଇଯାଏ। ଏଥିପାଇଁ ଏହାର ସେବନ ନିଶ୍ଚୟ କରିବା ଉଚିତ।

 

ଅଧିକ ମାତ୍ରାରେ ପ୍ରୋଟିନ୍‌ – ମାଂସ, ମାଛ ଆଦିର ସେବନ କମ୍‌ କରିବା ଉଚିତ।

 

ଭିଟାମିନ୍‌ ସି – ଭିଟାମିନ୍‌ ସି ଯୁକ୍ତ ଆହାର ର ଜରୁରୀ ଠାରୁ ଅଧିକ ସେବନ କରିବା ଅନୁଚିତ।

 

ଶାଗ – ପନିପରିବା – ଟମାଟର ମଞ୍ଜି, ଅରୁଆ ଚାଉଳ, ଚଣା ଡାଲି, ବାଇଗଣ ମଞ୍ଜି ଆଦି କିଡ୍‌ନି ଷ୍ଟୋନ୍‌ ସମସ୍ୟାକୁ ଆହୁରି ବଢ଼େଇ ଦେଇଥାଏ।

 

କୋଲ୍ଡ୍‌ ଡ୍ରିଙ୍କ୍‌ସ – ଏହି ସମସ୍ୟାରେ ପାଣି ପିଇବା ନିତାନ୍ତ ଜରୁରୀ, କିନ୍ତୁ କୋଲ୍ଡ୍‌ ଡ୍ରିଙ୍କ୍‌ସ ବିଲ୍‌କୁଲ୍‌ ପିଅନ୍ତୁ ନାହିଁ।

ସମ୍ବନ୍ଧିତ ଖବର