ମୁଖ ଦୁର୍ଗନ୍ଧରୁ ଜାଣନ୍ତୁ ରୋଗବୈରାଗ

ପ୍ରଶ୍ୱାସ ବାୟୁ ବା ମୁଖ ଦୁର୍ଗନ୍ଧ ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବହୁ କଥା ଜଣାଇ ଦିଏ। ମୁଖ ଦୁର୍ଗନ୍ଧରୁ କେତେକ ରୋଗ ନିରୂପଣ କରିବା ଧାରା ହିପ୍ପୋକ୍ରେଟ୍‌ସ୍‌ଙ୍କ ଅମଳରୁ ଚଳି ଆସୁଛି। ରୋଗୀମାନଙ୍କର ପ୍ରଶ୍ୱାସ ଗନ୍ଧରୁ ପ୍ରାଚୀନ ଗ୍ରୀକ୍‌ ଚିକିତ୍ସକମାନେ ମଧ୍ୟ ରୋଗ ନିରୂପଣ କରୁଥିଲେ। ମାଢ଼ି ବେମାରୀ, ଟନ୍‌ସିଲ୍‌ ଧରିବା, ଦାନ୍ତ ପୋକ କାଟିବା ଆଦି ହେଲେ ପ୍ରଶ୍ୱାସ ବାୟୁ ଦୁର୍ଗନ୍ଧ ହୋଇଥାଏ। କିନ୍ତୁ, ଏହା ପଛରେ ଲୁଚି ରହିଥାଏ ଭିନ୍ନ କାରଣ। ଏହି ଲକ୍ଷଣ ପରୋକ୍ଷରେ କିଡ୍‌ନୀ ନଷ୍ଟ, ଲିଭର୍‌ ନଷ୍ଟ, ହୃଦ୍‌ରୋଗ, ପେଟଗୋଳମାଳ ଆଦି ରୋଗର ସୂଚନା ଦିଏ।

୧. ଆଇଁଷିଣିଆ ଗନ୍ଧ: ଏହା କିଡ୍‌ନି ଅକାମିର ଲକ୍ଷଣ ହୋଇ ଥାଇ ପାରେ। ରକ୍ତରେ ଆମୋନିଆର ଜମି ଗଲେ ପ୍ରଶ୍ୱାସ ଆଇଁଷିଣିଆ ଗନ୍ଧାଏ। ଆମୋନିଆ ହେଉଛି ପରିସ୍ରାରେ ନିର୍ଗତ ହୋଇ ଯାଉଥିବା ଏକ ବିଷାକ୍ତ ଆବର୍ଜନା। କିଡ୍‌ନୀ ସୁଚାରୁ ରୂପେ କାର୍ଯ୍ୟ ନ କଲେ ଏହା ପରିସ୍ରାରେ ନିର୍ଗତ ହୋଇ ନ ପାରି ରକ୍ତରେ ଜମି ରହେ।

୨. ପଚାଳିଆ ଗନ୍ଧ: ମାଢ଼ି ରୋଗ ହେଲେ ପ୍ରଶ୍ୱାସ ପଚାଳିଆ ଗନ୍ଧାଏ। ପାଟିରେ ରହୁଥିବା ବ୍ୟାକ୍ଟେରିଆଙ୍କ ଯୋଗୁଁ ଏ ଭଳି ଦୁର୍ଗନ୍ଧ ବାହାରି ଥାଏ।

Image Courtesy of The Speaking Tree

୩. ବାସିଆ ଗନ୍ଧ: ଅଜ୍‌ମା, ବ୍ରୋଙ୍କାଇଟିସ୍‌ ଏବଂ ସାଇନୋସାଇଟିସ୍‌ ରୋଗ ଥିଲେ ପ୍ରଶ୍ୱାସ ବାସିଆ ଗନ୍ଧାଏ। ଫୁସ୍‌ଫୁସ୍‌ ଏବଂ ଶ୍ୱାସପ୍ରଶ୍ୱାସ ପଥରେ ବ୍ୟାକ୍‌ଟେରିଆ ଏବଂ ଶ୍ଳେଷ୍ମା ଜମି ରହି ଏଭଳି ଗନ୍ଧ ସୃଷ୍ଟି କରାଏ।

୫. ଅରୁଚିଆ ଗନ୍ଧ: ପାଟିରୁ ଏ ଭଳି ଗନ୍ଧ ବାହାରୁ ଥିବା ବ୍ୟକ୍ତି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଥାଇ ପାରନ୍ତି। କର୍କଟ ରୋଗର ପ୍ରାଥମିକ ଅବସ୍ଥା ମଧ୍ୟ ଏ ଭଳି ଦୁର୍ଗନ୍ଧରୁ ଜଣା ପଡ଼ି ପାରେ।

୬. ବାଷ୍ପୀୟ ଗନ୍ଧ: ମୁଖରୁ ଏ ଭଳି ଦୁର୍ଗନ୍ଧ ବାହାରିଲେ ବ୍ୟକ୍ତି ପୃଥୁଳକାୟ ହେବାର ସମ୍ଭାବନା ଥାଏ। ବାଷ୍ପୀୟ ପ୍ରଶ୍ୱାସରେ ଘନିଭୂତ ହୋଇ ଥାଏ ହାଇଡ୍ରୋଜେନ୍‌ ଏବଂ ମିଥେନ୍‌ ବାଷ୍ପ।

୭. ଫଳୁଆ ଗନ୍ଧ: ମଧୁମେହ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମୁଖରୁ କୌଣସି ଫଳର ବାସ୍ନା ବା ନେଲ୍‌ ପଲିସ ଭଳି ଗନ୍ଧ ବାହାରିଲେ ସେମାନେ କିଟୋଏସିଡୋସିସ୍‌ ଭଳି ମାରାତ୍ମକ ସମସ୍ୟାରେ ପଡ଼ି ପାରନ୍ତି ବୋଲି କୁହାଯାଏ। ଇନ୍‌ସୁଲିନ୍‌ ନ ଥିବାରୁ ଶରୀର ଶର୍କରାକୁ ଦାହକ ରୂପେ ବ୍ୟବହାର କରି ପାରେ ନାହିଁ। ତା’ ପରିବର୍ତ୍ତେ ଚର୍ବି ଦାହକ ରୂପେ ବ୍ୟବହୃତ ହୁଏ। ଚର୍ବି ଭାଙ୍ଗି ଗଲେ ସେଥିରୁ କିଟୋନ୍‌ସ୍‌ ନାମକ ଆବର୍ଜନା ବାହାରି ଶରୀରରେ ଜମାଟ ବାନ୍ଧେ।

Image Courtesy of The Speaking Tree

୮. କାଶୁଆ ଗନ୍ଧ: ତଣ୍ଟି ଧରିବା, ନାକ ବନ୍ଦ ହେବା ଏବଂ ଆଖି ଲୋହିବା ଭଳି ଆଲାର୍ଜି ଥିଲେ ପାଟିରୁ କାଶୁଆ ଗନ୍ଧ ବାହାରେ। ଏହା ଆଲର୍ଜି ବଢ଼ି ଯିବାର ସୂଚନା।

୯. ଉଷୁମୁଳିଆ ଗନ୍ଧ: ଲିଭର୍‌ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମୁଖରୁ ଏ ଭଳି ଦୁର୍ଗନ୍ଧ ବାହାରି ଥାଏ। ବିଜ୍ଞାନ ଭାଷାରେ ଏହାକୁ ହେପାଟିକସ୍‌ କହନ୍ତି।

Image Courtesy of The Speaking Tree

୧୦. କବକିଆ ଗନ୍ଧ: ମୁଖରେ କାଣ୍ଡିଡା ଆଲବିକାନସ୍‌ ବ୍ୟାକ୍ଟେରିଆ ରହିଲେ ଏ ଭଳି ଗନ୍ଧ ବାହାରି ଥାଏ। ସାଧାରଣତଃ ଜିଭ ଫୋଡ଼ାଇଥିବା ବ୍ୟକ୍ତି ଓ ଦାନ୍ତରେ ରିଟେନର୍‌ ଲଗାଇ ଥିବା ବ୍ୟକ୍ତିଙ୍କ ପାଟିରେ କବକ ଦେଖା ଦେଇଥାଏ। ସେମାନଙ୍କ ଯୋଗୁଁ ପାଟି କବକିଆ ଗନ୍ଧାଏ।

ସମ୍ବନ୍ଧିତ ଖବର