କେତେବେଳେ ଏବଂ କିପରି କରିବେ ଯୋଗ? ଆରମ୍ଭ କରିବା ପୂର୍ବରୁ ଜାଣନ୍ତୁ ଯୋଗ ସହିତ ଜଡ଼ିତ ଥିବା ଏହି ଉପାଦେୟ ତଥ୍ୟ ସଂପର୍କରେ…

ଏକ ସୁଖି ଓ ରୋଗଶୂନ୍ୟ ଜୀବନ ଯାପନରେ ଯୋଗର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଆମ ଜୀବନରେ ଯୋଗର ଆବଶ୍ୟକତାକୁ ଏବେ ଉଭୟ ପୁରୁଷ ଓ ମହିଳା ସମସ୍ତେ ଉପଲବ୍ଧି କଲେଣି। ତେବେ, ଅନେକେ ଯୋଗକୁ କେବଳ ଆସନ ଭାବେ ଜାଣିଛନ୍ତି। ହେଲେ ଏହା ଶରୀର, ମସ୍ତିଷ୍କ ଏବଂ ନିଃଶ୍ୱାସର ତାଳମେଳରୁ ହିଁ ଆରମ୍ଭ କରାଯାଉଥିବା ଏକ ଅଭ୍ୟାସ ଅଟେ। ଯାହାକି ବ୍ୟକ୍ତିର ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ଏହି କାରଣରୁ ଏବେ ସମଗ୍ର ବିଶ୍ୱରେ ଯୋଗ ପ୍ରତି ବହ ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଉଛି। ଏହି କରଣରୁ ଜୁନ୍‌ ୨୧ ତାରିଖକୁ ‘ବିଶ୍ୱ ଯୋଗଦିବସ’ ରୂପେ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି। ଏବେ ସମଗ୍ର ବିଶ୍ୱରେ ସଂଖ୍ୟାଧିକ ଲୋକେ ସେମାନଙ୍କର ନିରୋଗ ସ୍ୱାସ୍ଥ୍ୟ ଲାଗି ଏହି ଯୋଗକୁ ନିଜ ନିଜ ଜୀବନରେ ଆପଣାଉଥିବାର ଦେଖିବାକୁ ମିଳୁଛି।

ହେଲେ, ଏପରି କିଛି ଲୋକ ଅଛନ୍ତି, ଯେଉଁମାନଙ୍କର କି ଯୋଗକୁ ନେଇ ମନରେ ବହୁତ ହିଁ ଗୁଡ଼ାଏ ପ୍ରଶ୍ନ ରହିଛି। ତେବେ ଏହି ଲୋକମାନେ ଟିଭି, ଇଣ୍ଟରନେଟ୍‌ ଆଦିର ସହାୟତା ନେଇ ଯୋଗାଭ୍ୟାସ ତ କରୁଛନ୍ତି; ହେଲେ ସେମାନଙ୍କ ମନରେ ଯୋଗକୁ ନେଇ ଭରି ରହିଥିବା ଭୁଲ୍‌ଧାରଣାର କୌଣସି ବି ହେଲେ ସମାଧାନ ମିଳି ପାରୁନାହିଁ। ତେବେ ଆଜି ଆମେ ଏଠାରେ ଯୋଗକୁ ନେଇ ଲୋକଙ୍କ ମନରେ ଉଙ୍କି ମାରୁଥିବା ସେହି ପ୍ରଶ୍ନକୁ ଜାଣିବାକୁ ଚେଷ୍ଟା କରିବା….

୧- ‘ଓ୍ଵାର୍କ-ଆଉଟ୍‌’ ଭଲ ନା ଯୋଗ?
ଯୋଗକୁ କେବଳ ଆସନ କାରଣରୁ ଜଣାଯାଇଥାଏ। ହେଲେ ଏହା ମଣିଷର ଶରୀର, ମସ୍ତିଷ୍କଏବଂ ନିଃଶ୍ୱାସର ତାଳମେଳରେ କରାଯାଉଥିବା ଏକ ଅଭ୍ୟାସ ଅଟେ। ଯାହାକିି ଆମ ଶରୀରକୁ ନମନୀୟ କରିଥାଏ। ଏଥିସହିତ ଯୋଗ ଆମର ମାନସିକ ଶାନ୍ତି, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ଏବଂ ଶରୀରକୁ କାର୍ଯ୍ୟକ୍ଷମ କରାଇବାରେ ମଧ୍ୟ ସହଯୋଗ କରିଥାଏ। ଯେଉଁଠାରେ କି ବ୍ୟକ୍ତି ନିଜକୁ ଫିଟ୍‌ ରଖିବା ପାଇଁ ଜିମ୍‌କୁ ଯାଇଥାଏ। ଏହାଦ୍ୱାରା ବ୍ୟକ୍ତିକୁ ତାହାର ଶରୀରରୁ ବହୁତ ଗୁଡ଼ିଏ ଝାଳ ନିଗିଡ଼େଇବାକୁ ମଧ୍ୟ ପଡ଼ିଥାଏ। ତେବେ ‘ଓ୍ଵାର୍କ-ଆଉଟ୍‌’ କରିବା ଆମର ଏକ ଶାରୀରିକ ଅଭ୍ୟାସ ହୋଇଥିବାବେଳେ, ଯୋଗ ଆମର ଶରୀର, ମନ ଏବଂ ସ୍ୱାସ୍ଥ୍ୟ ଏହି ତିନିଟିର ସମ୍ମ୍ରିଶଣରେ ସଂଗଠିତ ହୁଏ।
୨- ଯୋଗ କରିବାର ସଠିକ୍‌ ସମୟ କ’ଣ?
ଏମିତି ତ କହିବାକୁ ଗଲେ ଯୋଗକୁ କୌଣସି ବି ସମୟରେ କରାଯଇପାରେ! ହେଲେ ସକାଳ ସମୟ ବା ସୂର୍ଯ୍ୟେଦୟ ପରେ ଯୋଗ କରିବା ବ୍ୟକ୍ତି ଲାଗି ଅଧିକ ଲାଭଦାୟକ ହୋଇଥାଏ। ତେବେ ସୂର୍ଯ୍ୟେଦୟର ଦୁଇଘଣ୍ଟା ପରର ସମୟ ଯୋଗ କରିବା ଲାଗି ଅଧିକ ଲାଭପ୍ରଦ ଅଟେ। ହେଲେ ଖାଦ୍ୟ ଖାଇବାର ତୁରନ୍ତ ପରେ ଆପଣ କେବେ ହେଲେ ବି ଯୋଗ କରନ୍ତୁ ନାହିଁ। ଏହା ଆଦୌ ନିରାପଦ ନୁହେଁ।
୩- ଯୋଗ କରିବାକୁ ହେଲେ ସ୍ଥାନଟି କିଭଳି ହେବା ଦରକାର?
ଖୋଲା ଏବଂ ପବନ ଦେଉଥିବା ସ୍ଥାନ ଯୋଗ ପାଇଁ ସବୁଠୁ ଭଲ ହୋଇଥାଏ। ଏତଦ୍‌ବ୍ୟତୀତ ମଧ୍ୟ ପବନ ଚଳାଚଳ ହେଉଥିବା ଘରେ ମଧ୍ୟ ବ୍ୟକ୍ତି ଯୋଗ କରିପାରେ! ଏଥିସହିତ ଆପଣ ପ୍ରଦୂଷଣ ଏବଂ ଦୁର୍ଗନ୍ଧ ହେଉଥିବା ସ୍ଥାନରେ ଯୋଗ କରିବା ଠାରୁ ବିରତ ରୁହନ୍ତୁ। ଯୋଗ କରିବା ସମୟରେ ଢ଼ିଲା ଏବଂ ଆରାମଦାୟକ ବସ୍ତ୍ରକୁ ପରିଧାନ କରନ୍ତୁ।

୪- ମାସିକ ଧର୍ମ ବା ଗର୍ଭାବସ୍ଥା ସମୟରେ ଯୋଗ କରିବା ଠିକ୍‌ କି?
ମାସିକ ଧର୍ମ ବା ଗର୍ଭାବସ୍ଥା ସମୟରେ ଯୋଗ କଲେ ବି କୌଣସି ସମସ୍ୟା ହୋଇନଥାଏ। ହେଲେ ଏହି ସମୟରେ ମହିଳାଙ୍କୁ ଓଲଟା ହୋଇ ଯୋଗ କରିବା ସହଜ ହୋଇ ନଥାଏ। ତେବେ ଗର୍ଭାବସ୍ଥା ସମୟରେ ଯୋଗ କରିବା ଦ୍ୱାରା ଯଦି ଆପଣଙ୍କ ଶରୀର ଦରଜ ହୁଏ କିମ୍ବା କୌଣସି ସ୍ଥାନରେ ଆଘାତ ଲାଗେ ତ, ତେବେ ଆପଣ ତୁରନ୍ତ ହିଁ ଡ଼ାକ୍ତରଙ୍କ ସହିତ ସଂପର୍କ କରନ୍ତୁ।
୫-ଯୋଗ ପରେ ସ୍ନାନ କରିବା ଉଚିତ୍‌ କି?
ସାଧାରଣତଃ ଯୋଗ କରିବା ଦ୍ୱାରା ଶରୀରରେ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ ଯୋଗ କରିବାର ତୁରନ୍ତ ପରେ ସ୍ନାନ କରିବା ଯୋଗୁଁ ତାହା କମ୍‌ ହୋଇଯାଏ। ତେଣୁ ଆପଣ ଅତିକମ୍‌ରେ ହିଁ ଯୋଗ କରିବାର ୨୦ରୁ ୨୫ ମିନିଟ୍‌ ପରେ ସ୍ନାନ କରନ୍ତୁ।

ସମ୍ବନ୍ଧିତ ଖବର