ଜାଣନ୍ତୁ କେଉଁ ରୋଗ ପାଇଁ କେଉଁ ଜୁସ୍‌ ପିଇବା ଲାଭଦାୟକ

ପ୍ରତ୍ୟେକ ବ୍ୟକ୍ତି ନିଜର ସୁସ୍ୱାସ୍ଥ୍ୟ ଲାଗି ଯଥାସମ୍ଭବ ପ୍ରୟାସ କରିଥାଏ। ଯେଉଁ କାରଣକୁ ନେଇ ସେ ନିୟମିତ ଭାବରେ ବ୍ୟାୟାମ ସାଂଗକୁ ସନ୍ତୁଳିତ ଆହରର ମଧ୍ୟ ସେବନ କରେ। ହେଲେ ଯଦି ଉକ୍ତ ବ୍ୟକ୍ତି ଜଣକ ରୋଗରେ ପଡ଼ନ୍ତି ତ, ତେବେ ସେ ସେଥିରୁ ମୁକୁଳିବା ପାଇଁ ପୌଷ୍ଟିକ ଆହାର ନେବାକୁ ବି ଚେଷ୍ଟା କରନ୍ତି। କାରଣ ରୋଗରେ ପଡ଼ିଥିବା ବ୍ୟକ୍ତି ଲାଗି ପୌଷ୍ଟିକ ଆହାରର ଆବଶ୍ୟକତା ଜରୁରୀ ହୋଇଥାଏ ବୋଲି ଡ଼ାକ୍ତରମାନେ ପରାମର୍ଶ ଦିଅନ୍ତି। ଏହାର ସେବନ ଯୋଗୁଁ ଔଷଧର ସେବନ ବ୍ୟକ୍ତି ଶରୀରରେ ସଠିକ୍‌ ଭାବରେ କାର୍ଯ୍ୟ କରିଥାଏ। ଏଥିସହିତ ରୋଗଗ୍ରସ୍ତ ବ୍ୟକ୍ତି ବି ରୋଗଦାଉରୁ ଯଥାଶୀଘ୍ର ରକ୍ଷା ପାଇଥାନ୍ତି। ତେଣୁ ବ୍ୟକ୍ତିି ସେହି ସମୟରେ ଅଧିକ ମାତ୍ରାରେ ଫଳରୁ ପ୍ରସ୍ତୁତ ହୋଇଥିବା ଜୁସ୍‌ର ସେବନ କରିବା ଅତ୍ୟନ୍ତ ଜରୁରୀ ! ଏହି କାରଣକୁ ନେଇ ଯେବେ ଆମେ ରୋଗରେ ପଡ଼ିଥାଉ ସେବେ ଆମର ପାଚନ କ୍ରିୟା ଦୁର୍ବଳ ହୋଇଯାଇଥାଏ। ଫଳରେ ସେହି ସମୟ ମଧ୍ୟରେ ତରଳ ପଦାର୍ଥର ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ଅଟେ। ଯାହାକି ଖାଦ୍ୟକୁ ସରଳ ଭାବରେ ହଜମ କରିବାରେ ସାହାଯ୍ୟ କରେ। ତେବେ କ’ଣ ଆପଣ ଜାଣନ୍ତି କି କେଉଁ ରୋଗ ଲାଗି କେଉଁ ଜୁସ୍‌ର ସେବନ ଆମ ଶରୀର ପାଇଁ ଅଧିକ ଲାଭପ୍ରଦ ହୋଇଥାଏ। ଆଜି ଆମେ ଆପଣଙ୍କୁ କେଉଁ ରୋଗ ପାଇଁ କେଉଁ ଜୁସ୍‌ର ସେବନ ଲାଭଦାୟକ ଓ କ୍ଷତିକାରକ ହୋଇଥାଏ,ସେ ବିଷୟରେ ଜଣାଇବୁ।

୧-ଏସିଡିଟି ସମସ୍ୟା : ଯେଉଁ ବ୍ୟକ୍ତିଙ୍କର ଅଧିକତର ଏସିଡ଼ିଟି ସମସ୍ୟା ରହିଥାଏ,ସେମାନଙ୍କ ପାଇଁ ସାଧାରଣତଃ କୋବି ଏବଂ ଗାଜର ଜୁସ୍‌ର ସେବନ ସଠିକ୍‌ ହୋଇଥାଏ। ହେଲେ ଏହି ସମସ୍ୟା ଥିବା ବ୍ୟକ୍ତିଙ୍କୁ ଲେମ୍ବୁ ଏବଂ ମୌସୁମୀ ଜୁସ୍‌ ଠାରୁ ଦୂରେଇ ରହିବା ଉଚିତ। କାରଣ ଏହି ଜୁସ୍‌ ଏସିଡିଟିର ସମସ୍ୟାକୁ ବଢ଼ାଇଦେଇଥାଏ।

୨-କାଶ ସମସ୍ୟା: ଯେଉଁ ବ୍ୟକ୍ତିଙ୍କର କାଶ ଜନିତ ସମସ୍ୟା ରହିଛି ସେମାନେ ଏକ ଗ୍ଲାସ୍‌ ଗରମ ପାଣି ସହିତ ଲେମ୍ବୁରସ ମିଶାଇ ପିଇବା ଉଚିତ୍‌ । ଏହା କାଶ ସମସ୍ୟାରୁ ତୁରନ୍ତ ମୁକ୍ତି ଦେଇଥାଏ। ତେବେ ଏମାନଙ୍କ ପାଇଁ ଗାଜରର ଜୁସ୍‌ ବି ଅତ୍ୟନ୍ତ ଲାଭପ୍ରଦ।

୩-ନିଦ୍ରାହୀନତା ସମସ୍ୟା : ଯଦି କୌଣସି ବ୍ୟକ୍ତି ନିଦ୍ରାଜନିତ ସମସ୍ୟା ଲାଗି ଚିନ୍ତିତ ରହୁଥାନ୍ତି ତେବେ ତାଙ୍କୁ ପୋଇ ରସ ଏବଂ ପିଜୁଳିର ରସ ସେବନ କରିବା ଉଚିତ। ଏହାସହିତ ଏହି ଧରଣର ବ୍ୟକ୍ତିଙ୍କୁ ନିୟନିତ ବ୍ୟାୟାମ କରିବା ମଧ୍ୟ ଜରୁରୀ ଅଟେ।

୪-ମାଇଗ୍ରେନ୍‌ ସମସ୍ୟା : ଯେଉଁ ବ୍ୟକ୍ତି ଏହି ସମସ୍ୟା ଦେଇ ଗତି କରୁଥାନ୍ତି, ସେମାନେ ଏକ ଗ୍ଲାସ୍‌ ପାଣିରେ ଲେମ୍ବୁ ଏବଂ ଅଦା ରସ ମିଶାଇ ପିଅନ୍ତୁ। ଏହା ତାଙ୍କୁ ଦରଜ ସମସ୍ୟାଠୁ ମୁକ୍ତି ଦେଇଥାଏ।

୫-ହାଡ଼ଭଙ୍ଗା ସମସ୍ୟା: କୌଣସି ବ୍ୟକ୍ତିର ଶରୀର ଯଦି କୌଣସି ଦୁର୍ଘଟଣା କାରଣକୁ ନେଇ ହାଡ଼ଭାଙ୍ଗି ଥାଏ ତ,ତେବେ ତାଙ୍କୁ ତାଙ୍କର ହାଡ଼କୁ ମଜ୍‌ଭୁତ କରିବାକୁ ହେଲେ ଭରପୂର ମାତ୍ରାରେ ଆଇରନ୍‌ ଆହାରର ସେବନ କରିବା ଉଚିତ୍‌ ଅଟେ। ଯେଉଁ କାରଣକୁ ନେଇ ଏଭଳି ବ୍ୟକ୍ତି ପୋଇ,ମେଥି,ଖଡ଼ା ଶାଗ ଏବଂ ଜୀରାର ରସକୁ ମିଶ୍ରଣ କରି ପିଇବା ଦରକାର।

ସମ୍ବନ୍ଧିତ ଖବର