ଶୋଇଥିବା ଅବସ୍ଥାରେ ଶରୀର ସହ ଘଟେ ଏହି ସବୁ କଥା!

ପିଲା ହୁଅନ୍ତୁ କି ବୟସ୍କ ଶୋଇବା ପରେ ଆମ ସହ କ’ଣ ଘଟେ ଆମେ କେହି ଜାଣିପାରନ୍ତି ନାହିଁ। ମାତ୍ର ଶୋଇବା ଅବସ୍ଥାରେ ଶରୀର ସ୍ଥିର ହୋଇ ପଡ଼ି ରହେ ନାହିଁ। ଏଥିରେ ଅନେକ  କିଛି କ୍ରିୟା ଘଟିଥାଏ। ଚାଲନ୍ତୁ ଜାଣିବା ସେ କ୍ରିୟା ସବୁ କ’ଣ।

ନିଦ୍ରା ସମୟରେ ହାତଗୋଡ଼ କିଛି ସମୟ ପାଇଁ ପକ୍ଷଘାତ ହେବା ପରି ହୋଇଯାଏ, ଅର୍ଥାତ ଅଚଳ। ଗାଢ଼ ନିଦରେ ଶୋଇଥିଲେ ଶରୀର ସମସ୍ତ ଅଙ୍ଗ ଠିକ୍‌ ଭାବେ କାର୍ଯ୍ୟ କରେ ନାହିଁ।

ଆଘ୍ରାଣ ଶକ୍ତି ହ୍ରାସ ପାଏ। ଚାହିଁଥିବା ଅବସ୍ଥାରେ ନାକ ଗନ୍ଧ ଓ ବାସ୍ନା ଉଭୟ ଜାଣିପାରେ ସିନା ମାତ୍ର ଥରେ ନିଦ୍ରା ଆସି ଯିବା ପରେ ଏ ସବୁ କିଛି ଗୁରୁତ୍ୱ ରଖେନା।

ଶୋଇବା ଅବସ୍ଥାରେ ରକ୍ତ ଚାପ କମ୍‌ ହୋଇଥାଏ। ଶରୀର ଥଣ୍ଡା ଓ ସ୍ଥିର ରହିଲେ ରକ୍ତଚାପ କମ ହୋଇଥାଏ।

ବେଳେ ବେଳେ ଏମିତି ଲାଗେ ଯେପରି ଆମେ ପଡ଼ି ଯାଉଛନ୍ତି। ନିଦ ଗାଢ଼ ହୋଇଗଲେ ଶରୀର ହାଲୁକା ପାଲଟିଯାଏ। ଶରୀର ହାଲୁକା ହେଲେ ଏପରି ଅନୁଭବ ହୁଏ।

ଶୋଇଥିବା ଅବସ୍ଥାରେ ଶରୀରର ତାପମାତ୍ରା ସ୍ଥିର ରହେ ନାହିଁ ଏହା ବଢ଼େ ଓ କମେ।

 

 

ସମ୍ବନ୍ଧିତ ଖବର