ଏହି ୫ଟି ଘରୋଇ ଉପଚାରରେ ହଳଦିଆ ହୋଇଥିବା ଦାନ୍ତକୁ ସବୁଦିନ ପାଇଁ ଧଳା କରନ୍ତୁ

ଦାନ୍ତ ସଫା ନ ଥିଲେ କିମ୍ବା ହଳଦିଆ ଦେଖା ଯାଉଥିଲେ ଆମେ ହସିବା ପାଇଁ ମଧ୍ୟ କୁଣ୍ଠାବୋଧ କରିଥାଉ। ଦାନ୍ତ ହଳଦିଆ ହେବାର ଅନେକ କାରଣ ରହିଛି। ଜାଣନ୍ତୁ ହଳଦିଆ ହୋଇଯାଇଥିବା ଦାନ୍ତକୁ ସବୁଦିନ ପାଇଁ କେମିତି କରିବେ ଧଳା।

ଷ୍ଟ୍ରବେରି: ଷ୍ଟ୍ରବେରିରେ ଥିବା ଭିଟାମିନ୍‌ ସି ଦାନ୍ତର ପ୍ଲେକ୍‌କୁ ଭାଙ୍ଗିବାରେ ସାହାଯ୍ୟ କରିଥାଏ, ଯାହା ଦାନ୍ତ ହଳଦିଆ ହେବାର ମୁଖ୍ୟ କାରଣ ଅଟେ। ଏଥିରେ ମୋଲିକ୍‌ ଏସିଡ୍‌ ନାମକ ଏଞ୍ଜାଇନ୍‌ ଥାଏ, ଯାହା ଦାଗକୁ ସଫା କରିବାରେ ସାହାଯ୍ୟ କରେ। ପାଚିଲା ଷ୍ଟ୍ରବେରିର ପେଷ୍ଟ୍‌ ତିଆରି କରି ଦାନ୍ତକୁ ସଫା କରନ୍ତୁ।

ନଡ଼ିଆ ତେଲ: ନଡ଼ିଆ ତେଲରେ ଥିବା ଲୋରିକ୍‌ ଏସିଡ୍‌ ଦାନ୍ତର ପ୍ଲେକ୍‌କୁ ସଫା କରିବାରେ ସାହାଯ୍ୟ କରିଥାଏ। ନଡ଼ିଆ ତେଲରେ ଆଣ୍ଟିମାଇକ୍ରୋବିଏଲ୍‌ ଗୁଣ ଅଛି। ଏଥିପାଇଁ ଏହାକୁ ପାଟିରେ କିଛି ସମୟ ରଖି ଦାନ୍ତକୁ ସଫା କରି ପାରିବେ।

କଦଳୀ: କଦଳୀରେ ପଟାସିୟମ୍‌, ମାଗ୍ନେସିୟମ୍‌ ଓ ମେଗ୍‌ନିକ୍‌ ଅଧିକ ମାତ୍ରାରେ ଅଛି, ଯାହା ଦାନ୍ତ ପାଇଁ ବହୁ ଲାଭଦାୟକ। ଦାନ୍ତରୁ ଦାଗ ଦୂର କରିବା ପାଇଁ ପାଚିଲା କଦଳୀର ଚୋପାର ଭିତର ପାଖକୁ ଦାନ୍ତରେ ୨ ମିନିଟ୍‌ ପାଇଁ ୧୫ ଦିନ ଧରି ଘଷନ୍ତୁ।

ହଳଦୀ: ହଳଦୀରେ କିଛି ପାଣି ମିଶାଇ ପେଷ୍ଟ୍‍ ତିଆରି କରି ବ୍ରସ୍‌ରେ ଘଷନ୍ତୁ, ଏମିତି କଲେ ଦାନ୍ତର ହଳଦିଆ ରଙ୍ଗ ଓ ଦାଗ ଦୂର ହୋଇଯିବ।

ଲେମ୍ବୁ: ଲେମ୍ବୁ ସହ ଟିକିଏ ଲୁଣ ମିଶାଇ ଦାନ୍ତରେ ଘଷନ୍ତୁ, ଏହାଦ୍ୱାରା ଦାନ୍ତର ଦାଗ ଚାଲିଯାଇଥାଏ। ଲେମ୍ବୁରେ ଭିଟାମିନ୍‌ ସି ରହିଥାଏ ଓ ଲୁଣ ଆୟୁର୍ବେଦ ଅନୁସାରେ, ମଇଳା ସଫା କରିଥାଏ।ଏହା ଦାନ୍ତ ପାଇଁ ବହୁତ ଲାଭଦାୟକ ମଞ୍ଜନ ବୋଲି କୁହାଯାଏ। ଏହାଦ୍ୱାରା ହଳଦିଆ ଦାନ୍ତ ସଫା ହୋଇଥାଏ।

ସମ୍ବନ୍ଧିତ ଖବର