ଆପଣ ଜାଣନ୍ତି କି ଶିବ କାହିଁକି ନିଜ ବେକରେ ବିଷଧର ସାପ ରଖିଥାନ୍ତି? ରହିଛି ଗୁଡ଼ାଏ କଥା, ଆସନ୍ତୁ ଜାଣିବା

ହିନ୍ଦୁ ଧର୍ମରେ ନାଗ ସାପକୁ ଦେବତା ବୋଲି ମନାଯାଏ। ଶିବ ଭକ୍ତମାନେ ସାପକୁ ଖିର ପିଆଇ ଶିବପୂଜା କରିଥାନ୍ତି। ଆପଣଙ୍କର ସମୁଦ୍ର ମନ୍ଥନ କଥା ମନେ ଥିବ ନିଶ୍ଚୟ। ମନ୍ଥନ ବେଳେ ବାହାରିଥିବା ଅମୃତକୁ ଦେବତାମାନେ ପିଇଥିବା ବେଳେ ବାଷୁକି ପେଟରୁ ବାହାରିଥିବା ବିଷ ତକ ପିଇ ଦେଇଥିଲେ ମହାଦେବ। ସେ ବିଷ ପିଇବା ପରେ ମହାଦେବଙ୍କ ଗଳା ନୀଳ ହୋଇ ଯାଇଥିଲା। ସେଥିପାଇଁ ତାଙ୍କ ନାମ ନୀଳକଣ୍ଠେଶ୍ୱର। ସେବେଠାରୁ ସେ ଦୁନିଆର ସବୁଠାରୁ ବିଷଧର ଯନ୍ତୁ ସାପକୁ ନିଜ ବେକରେ ପକାଇ ରଖିଛନ୍ତି।

ଶିବ ତାଙ୍କ ବେକରେ ସାପ ମାଳ ପିନ୍ଧି ଦୁନିଆକୁ ଏହି ସୂଚନା ଦେଇଛନ୍ତି ଯେ ଯେତେବେଳେ ନିଜର ଅହଂକାର ଉପରେ ବ୍ୟକ୍ତି ନିୟନ୍ତ୍ରଣ ଅଣିପାରେ ସେତେବେଳେ ଯେକୌଣସି ବି ବିଷକୁ ବ୍ୟକ୍ତି ଗହଣା କରି ପିନ୍ଧିପାରେ।

ଏହା ବ୍ୟତୀତ ଆହୁରି ଏକ ସୂଚନା ରହିଛି ଯେ ଜନ୍ମ ଓ ମରଣର କୌଣସି ସମୟ ନାହିଁ। ଯେଉଁଠି ଶିବ ସେଇଠି ସାପ।

ଆହୁରି ବି ବିଶ୍ୱାସ ରହିଛି ଯେ ଶିବ ସଂସାର ସବୁଠାରୁ ବିପଦପୂର୍ଣ୍ଣ ଜୀବକୁ ନିଜ ପାଖରେ ରଖିଛନ୍ତି। ଫଳରେ ସଂସାର ଲୋକେ ନିଶ୍ଚିତ ରହିପାରୁଛନ୍ତି।

ଆହୁରି ବି କଥା ରହିଛି ଯେ କୈଳାସରେ ଥିବା ବେଳେ ସାପ ସହ ଶିବଙ୍କର ଉତ୍ତମ ସଂପର୍କ ରହିଥିଲା। ସେଥିପାଇଁ ସେ ସବୁବେଳେ ସାପକୁ ନିଜ ପାଖରେ ରଖିଥାନ୍ତି।

ସମ୍ବନ୍ଧିତ ଖବର