ବିଦେଶୀଙ୍କ ତୁଳନାରେ ଭାରତୀୟମାନଙ୍କୁ କାହିଁକି ଅଧିକ ‘ରୁପି’ ହୋଇଥାଏ? ଅନ୍ତଜାର୍ତୀୟ ବ୍ରାଣ୍ଡ୍‌ ସାମ୍ପୁ ବ୍ୟବହାର କରି ମଧ୍ୟ କାହିଁକି କାମ କରେ ନାହିଁ

ଖପୁରୀରେ ଥିବା ଭଲ ଜୀବାଣୁ ରୁପି ହେବାକୁ ବନ୍ଦ କରିଥାଏ, ଭଲ ଜୀବାଣୁର ମାତ୍ରା କମିଗଲେ ବା ଖରାପ ଜୀବାଣୁ ଅଧିକ ହେବା ଦ୍ୱାରା ପୁଣି ରୁପି ହୋଇଥାଏ।

 

 

କେଶରେ ରୁପି ହେବା ସମସ୍ୟା ସହ ମୁଣ୍ଡ ସଫା କରିବାର କୌଣସି ସମ୍ପର୍କ ନାହିଁ। ବୈଜ୍ଞାନିକଙ୍କ କହିବା ଅନୁସାରେ ଭାରତୀୟ ମାନଙ୍କ ରୁପି ସମସ୍ୟା ଖପୁରୀ (ମୁଣ୍ଡର ଚର୍ମ)ରେ ଥିବା ଖରାପ ଜୀବାଣୁ ଯୋଗୁଁ ହୋଇଥାଏ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭରତୀୟ ମାନଙ୍କ ଖପୁରୀର ନିର୍ମାଣ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ୪୦ ପ୍ରତିଶତ ଫଞ୍ଜାଇ ଓ ଜୀବାଣୁ ଅଛନ୍ତି, ଯାହାକୁ ଏବେ ଯାଏଁ ଚିହ୍ନଟ କରାଯାଇ ନାହିଁ। ଏହି କାରଣରୁ ବିଦେଶୀଙ୍କ ଖପୁରୀ ଲାଗି ତିଆରି ହୋଇଥିବା ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ର ସାମ୍ପୁ ଭାରତୀୟମାନଙ୍କଠାରେ ଭଲ ଭାବେ କାମ କରି ନ ଥାଏ।

 

 

କେମିତି ହୋଇଥିଲା ଅନୁସନ୍ଧାନ
ଗବେଷକମାନେ ୨୦-୪୫ ବର୍ଷ ବୟସର ୧୪୦ଜଣ ମହିଳାଙ୍କ ଖପୁରୀ ଯାଞ୍ଚ କରିଥିଲେ। ଏମାନଙ୍କ ମଧ୍ୟରୁ ୭୦ ଜଣଙ୍କ ରୁପି ସମସ୍ୟା ଥିଲା ଓ ଅନ୍ୟ ୭୦ ଜଣଙ୍କ ନ ଥିଲା। ଏହା ବ୍ୟତୀତ ଅନୁସନ୍ଧାନ ପାଇଁ ଏମିତି ମହିଳାମାନଙ୍କୁ ଚୟନ କରାଯାଇଥିଲା, ଯେଉଁମାନେ ଧୂମପାନ କରୁ ନଥିଲେ ଓ ଯେଉଁମାନେ ୧ ମାସ ପର୍ଯ୍ୟନ୍ତ କୌଣସି ଆଣ୍ଟିବାୟୋଟିକ୍‌ ବା କୌଣସି ଫଙ୍ଗଲ୍‌ଜନିତ ସମସ୍ୟାର ଚିକିତ୍ସା କରିନଥିଲେ।

 

ରୁପିର କାରଣ ବ୍ୟାକଟେରିଆ!
ଗବେଷକଙ୍କ ଅନୁସାରେ, ଖପୁରୀରେ ଦୁଇ ପ୍ରକାରର ବ୍ୟାକଟେରିଆ ବା ବୀଜାଣୁ ଥାଏ। ତାହା ହେଲା, ଭଲ ବୀଜାଣୁ ପ୍ରୋପିଓନିବ୍ୟାକ୍ଟେରିୟମ୍‌ ଏକ୍ନେସ୍‌ ଓ ଖରାପ ବୀଜାଣୁ ଷ୍ଟେଫିଲୋକୋକସ୍‌ ଆପିଡର୍ମିଡିସ୍‌। ଖରାପ ବୀଜାଣୁ ପାଇଁ ରୁପିର ସମସ୍ୟା ହୋଇଥାଏ। ସେଥିପାଇଁ ଯେତେ ଭଲରେ ବି ଜୀବନଯାପନ କଲେ, ଖାଇବା ପିଇବା କଲେ ବା ବିଭିନ୍ନ ପ୍ରକାରର ସାମ୍ପୁସହ ଘରୋଇ ଉପକରଣ (ଦହି, ଲେମ୍ବୁ ଆଦି) ବ୍ୟବହାର କଲେ ମଧ୍ୟ ଏହା ବନ୍ଦ ହୋଇ ନ ଥାଏ।

 

ଡାକ୍ତର କ’ଣ କହନ୍ତି
ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ବ୍ୟାକ୍ଟେରିୟଲ ମାଇକ୍ରୋବାୟୋମ ଖପୁରୀରେ ଭିଟାମିନ-ବି, ବାୟୋଟିନ, ମେଟାବୋଲିଜମ୍‌ ଅଫ୍‌ ଏମିନୋ ଏସିଡ୍‌କୁ ତିଆରି କରନ୍ତି, ଯାହା ଖପୁରି ପାଇଁ ଜରୁରୀ ପୋଷକ ଯୋଗାଇଥାଏ ଓ ଏହା କେଶକୁ ମଜବୁତ୍‌ ଓ ସୁସ୍ଥ କରିଥାଏ । ଏହି ଅନୁଧ୍ୟାନ ରୁପି ସମସ୍ୟାର ଚିକିତ୍ସା କରିବା ପାଇଁ ଖୁବ୍‌ ସାହାଯ୍ୟକାରୀ ହୋଇପାରିବ।

 

ସମ୍ବନ୍ଧିତ ଖବର