କାହିଁକି ପାଦରେ ପିନ୍ଧାଯାଏ ରୁପାର ଆଭୂଷଣ? ଜାଣନ୍ତି କି ?

ଭାରତରେ ବିଭିନ୍ନ ପ୍ରକାରର ଧର୍ମର ଲୋକ ବାସ କରନ୍ତି । ସବୁ ଧର୍ମର ପରିଧାନ ଶୈଳୀ ଏବଂ ମହିଳାମାନଙ୍କର ଆଭୂଷଣ ମଧ୍ୟ ଭିନ୍ନ ଅଟେ । ଆଭୂଷଣ ପିନ୍ଧିବା ପଛରେ ମଧ୍ୟ ତାତ୍ପର୍ଯ୍ୟ ରହିଛି । ଏମିତି ମାନ୍ୟତା ରହିଛି ଯେ ମହିଳାଙ୍କ ଦ୍ୱାରା ଧାରଣ ହୋଇଥିବା ଆଭୂଷଣ ସବୁ ସଂପୂର୍ଣ୍ଣ ସୁନା କିମ୍ବା ପୂରା ରୁପାର ହୋଇନଥିବ । ଅଣ୍ଟାରୁ ଉପରକୁ ସମସ୍ତ ଗହଣା ସୁନାର ହୋଇଥିବ ଏବଂ ଅଣ୍ଟାରୁ ପାଦ ଯାଏଁ ରୂପାର ହୋଇଥିବା ଆବଶ୍ୟକ। ଅର୍ଥତ୍‌ କାନଫୁଲ, ଅଣ୍ଟାବିଛା, ଝୁମକା,ଚୁଡି ଆଦି ସୁନାର ହୋଇଥିବା ବେଳେ ପାଉଁଜି, ଗୋଡ ମୁଦି ଆଦି ରୁପାର ହେବା ଆବଶ୍ୟକ । ଏହା ପଛରେ ପରମ୍ପରିକ ତଥା ବୈଜ୍ଞାନିକ ମହତ୍ତ୍ୱ ରହିଛି।

ପାଦରେ ପିନ୍ଧାଯାଉଥିବା ଆଭୂଷଣ ଭିତରୁ ପାଉଁଜି ବହୁଳ ମାତ୍ରାରେ ବ୍ୟବହୃତ ହୁଏ । ଏହା ଗୋଟିଏ କିମ୍ବା ଦୁଇଟି ଚେନ୍‌ ସହି କିଛି ଘୁଙ୍ଗୁର ଲାଗିଥିବା ଏକ ଅଳଙ୍କାର । ଭାରତୀୟ ପରମ୍ପରାରେ ଏହାର ସ୍ଥାନ ଗୁରୁତ୍ୱପୂର୍ଣ୍ଣ । ଏକ କନ୍ୟା ଜନ୍ମ ହେଲା ପରେ ପ୍ରଥା ଅନୁସାରେ ୧୨ ଦିନରେ ତାକୁ ପାଉଁଜି ପିନ୍ଧାଯାଏ । ଏହା ରୁପାର ହୋଇଥାଏ । ମହିଳା କିମ୍ବା କନ୍ୟାକୁ ପାଉଁଜି ପିନ୍ଧାଇବାର ଅର୍ଥ ହେଲା ସଂସାରର ସବୁ ଖରାପ ନଜରରୁ ରକ୍ଷା କରିବା । ରୁପାର ପାଉଁଜି ପିନ୍ଧିବା ଦ୍ୱାରା ନକାରତ୍ମକ ପ୍ରଭାବ କମିଯାଇଥାଏ ଏବଂ ସୃଷ୍ଟି ହୋଇଥିବା ଶଦ୍ଦ ପରିବେଶରେ ସକାରାତ୍ମକ ପ୍ରଭାବ ପକେଇଥାଏ ।

ବିଶ୍ୱାସ କରାଯାଏ, ଏହି ପାଉଁଜି ପାଦ ତଳୁ ଆସୁଥିବା ପାତାଳର ତରଙ୍ଗକୁ ବିରୋଧ କରିଥାଏ । ହିନ୍ଦୁ ଧର୍ମ ଅନୁସାରେ ସୁନାର ମୂଲ୍ୟ ସବୁଠାରୁ ଅଧିକ, ହୀରା ଠାରୁ ମଧ୍ୟ । ଯେତେବେଳେ ମହିଳମାନଙ୍କର ଆଭୂଷଣର କଥା ଆସେ, ସେତେବେଳେ ସୁନା ଅଳଙ୍କାର ପ୍ରଧାନ୍ୟ ପାଏ। ମାତ୍ର ପାଦରେ ପିନ୍ଧାଯାଉଥିବା ଆଭୂଷଣର କଥା ଆସିଲେ ରୁପାର ପାଉଁଜି ହିଁ ପ୍ରଥମ ଆସେ। ତେବେ କାହିଁକି ପାଦରେ ପିନ୍ଧାଯାଉଥିବା ଆଭୂଷଣ ରୁପାରେ ତିଆରିହୋଇଥାଏ ? କୁହାଯାଏ କି ରୁପାରେ ଇଚ୍ଛା ଶକ୍ତି ଉତ୍ପନ୍ନ କରିବାର ଶକ୍ତି ରହିଛି।ଏହି ଇଚ୍ଛା ଶକ୍ତି ଦ୍ୱାରା କୌଣସି ପ୍ରକାରର ନକାରତ୍ମକ ପ୍ରଭାବ ମହିଳାମାନଙ୍କୁ ପ୍ରଭାବିତ କରିପାରେ ନାହିଁ ।

Tips and Care

ଆଧ୍ୟାତ୍ମିକ ମାନ୍ୟତା ଅନୁସାରେ ଯଦି କୌଣସି ମହିଳାର ସ୍ୱାସ୍ଥ୍ୟ ଖରାପ ଅଛି, ତା’ହେଲେ ସେ ପାଉଁଜି ପିନ୍ଧିବା ଦ୍ୱାରା ଆପେ ଆପେ ଠିକ୍‌ ହୋଇଯାଏ । ଏହା ଶରୀରକୁ ଆସୁଥିବା ନକାରାତ୍ମକ ଶକ୍ତିକୁ ଧୀରେ -ଧୀରେ କମାଇଦିଏ । ଏହି ନକାରାତ୍ମକ ଶକ୍ତି ପାଉଁଜିର ଘୁଙ୍ଗୁରର ଶଦ୍ଦ ଦ୍ୱାରା ବାହାରିଯାଏ । ପୁଣି ପାଉଁଜିର ଆକାର ଏମିତି କରି ବନାଯାଏ ଯେ ଯଦି ତାହା ଭାଙ୍ଗିଯାଏ , ତା’ହେଲେ ତାକୁ ଯୋଡା ଯାଇପାରିବନି ।

ପାଉଁଜି ପରେ ପାଦରେ ଆଉ ଏକ ଆଭୂଷଣ ପିନ୍ଧାଯାଏ, ଯାହା ବିବାହିତା ମହିଳାମାନେ ପିନ୍ଧନ୍ତି । ଏହା ହେଉଛି ଆଙ୍ଗୁଠିରେ ପିନ୍ଧାଯାଉଥିବା ଝୁଣ୍ଟିଆ, କେହି କେହି ବି ଗୋଡ଼ମୁଦି କହନ୍ତି। ଏହା ପାଦର ଦ୍ୱିତୀୟ ଆଙ୍ଗୁଠିରେ ପିନ୍ଧାଯାଏ । ଏମିତି ମାନ୍ୟତା ଅଛି କି ଝୁଣ୍ଟିଆ ବା ପାଦ ମୁଦି ପିନ୍ଧିବା ଦ୍ୱାରା ଜଣେ ବିବାହିତ ମହିଳା ମା’ ଲକ୍ଷ୍ମୀ ତଥା ମା’ ସରସ୍ୱତୀଙ୍କ ଆର୍ଶୀବାଦ ପାଇଥାଏ । ଏହା ହେଉଛି ବିବାହ ସହ ଜଡ଼ିତ ଏକ ପରମ୍ପରା। କୁହାଯାଏ କି ପାଦ ମୁଦି ବା ଝୁଣ୍ଟିଆ ପିନ୍ଧିବା ଦ୍ୱାରା ମହିଳାଙ୍କ ଭିତରେ ଶକ୍ତି ଉତ୍ପନ୍ନ କରିଥାଏ । ମାଛ ପରି ଦେଖା ଯାଉଥିବା ପାଦ ମୁଦି ଧାରଣ କରିବା ଦ୍ୱାରା ମହିଳାମାନଙ୍କର କେତେକ ରୋଗ ଭଲ ହୋଇଯାଇଥାଏ ।

ସମ୍ବନ୍ଧିତ ଖବର