ଜାଣନ୍ତୁ ଏହି ବ୍ୟକ୍ତିମାନଙ୍କୁ ମଶା ଅଧିକ କାମୁଡ଼ନ୍ତି କାହିଁକି ?

ନୂଆଦିଲ୍ଲୀ : ଆପଣ ଅନେକ ସମୟରେ ଦେଖିଥିବେ କିଛି ସାଧାରଣ ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ ମଶା କାମୁଡ଼ିଥାଏ । ଏପରିକି ୧୦ ଜଣ ଗୋଟିଏ ସ୍ଥାନରେ ବସିଥିଲେ ମଧ୍ୟ ସେହି ଜଣେ ବ୍ୟକ୍ତିଙ୍କୁ ମଶା ଅଧିକ କାମୁଡ଼ିଥାଏ । ତେବେ ଏହି ସମୟରେ ସେହି ବ୍ୟକ୍ତିଙ୍କୁ ସମସ୍ତେ ପରିହାସ କରିଥାନ୍ତି । କିନ୍ତୁ ଏହା ପଛରେ ରହିଛି କିଛି ନିର୍ଦ୍ଧିଷ୍ଟ କାରଣ । ଯେପରିକି ଓ ବ୍ଲଡ଼ଗ୍ରୁପ ଏବଂ ଗର୍ଭବତୀ ଥିବା ମହିଳାଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମଶା କାମୁଡ଼ିଥାନ୍ତି । ସେହିପରି ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ଏବଂ କାହାକୁ ଅଧିକ ମାତ୍ରାରେ ମଶା କାମୁଡ଼ିଥାନ୍ତି ।

-ଯେଉଁ ବ୍ୟକ୍ତିମାନେ ଅଧିକ ବିୟର ପିଇଥାନ୍ତି ତାଙ୍କୁ ଅଧିକ ମଶା କାମୁଡ଼ିଥାଏ । ୨୦୧୦ ମସିହାରେ ଏକ ଗବେଷଣାରେ ଜଣାପଡ଼ିଥିଲା ଯେଉଁବ୍ୟକ୍ତିମାନଙ୍କ ରକ୍ତରେ ଆଲକୋହଲର ମାତ୍ରା ଅଧିକ ରହିଥାଏ ସେମାନଙ୍କ ପ୍ରତି ଅଧିକ ମାତ୍ରାରେ ମଶା ଆର୍କଷିତ ହୋଇଥାନ୍ତି ।

rochakpost

-ଅଧିକ ଓ୍ଵାର୍କଆଉଟ କରୁଥିବା ବ୍ୟକ୍ତିଙ୍କୁ ମଶା ଅଧିକ କାମୁଡ଼ିଥାଏ । କାରଣ ଅଧିକ ଓ୍ଵାର୍କଆଉଟ ଦ୍ୱାରା ସେହି ବ୍ୟକ୍ତିମାନଙ୍କ ଶରୀରରେ ଲେକ୍ଟିକ୍‌ ଏସିଡ଼୍‍ର ମାତ୍ରା ଅଧିକ ହୋଇଯାଇଥାଏ । ମଶା ଲେକ୍ଟିକ୍‌ ଏସିଡ଼ ପ୍ରତି ଅଧିକ ଆର୍କଷିତ ହୋଇଥିବାରୁ ସେହି ବର୍ଗର ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ କାମୁଡ଼ିଥାନ୍ତି ।
-ଶରୀରରେ ଅଧିକ ମାତ୍ରାରେ କାର୍ବନ ଡାଇଅକ୍ସସାଇଡ଼ ରହିଥିଲେ ମଶା ଅଧିକ କାମୁଡ଼ନ୍ତି । ଏଥିପାଇଁ ଗର୍ଭାବତୀ ମହିଳା , ଛୋଟ ଶିଶୁ ଏବଂ ବୟସ୍କଙ୍କ ସହ ଓ ବ୍ଲଡ଼ଗ୍ରୁପ୍‌ ବ୍ୟକ୍ତି ମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମଶା କାମୁଡ଼ିଥାନ୍ତି ।

Punch Newspapers

-ଶରୀରରେ ବ୍ୟାକ୍ଟରିଆ ରହିଥିଲେ ମଶା ଅଧିକ ଆର୍କଷିତ ହୋଇଥାନ୍ତି । ଏଣୁ ଖାସ କରି ଗଣ୍ଠି , ନଖ କ’ଣ ଆଦି ଅଧିକ ବ୍ୟାକ୍ଟେରିଆ ଥିବା ସ୍ଥାନରେ ଅଧିକ ମାତ୍ରାରେ ମଶା କାମୁଡ଼ିଥାନ୍ତି ।
-ଶରୀରର ତାପମାତ୍ରା ଅନୁଯାୟୀ ମଧ୍ୟ ମଶା କାମୁଡ଼ିଥାନ୍ତି । ସାଧାରଣତଃ ଅଧିକ ଗରମ ଶରୀର ଥିବା ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ ମଶା କାମୁଡ଼ିଥାନ୍ତି । ଏଣୁ ଜ୍ୱର ହେବା ସମୟରେ ମଶା କାମୁଡ଼ିବାର ଅଧିକ ସମ୍ଭାବନା ରହିଥାଏ ।

ସମ୍ବନ୍ଧିତ ଖବର