ମାଆ ସ୍ୱର ଶୁଣିଲେ, ଶିଶୁର ମସ୍ତିଷ୍କ ସକ୍ରିୟ ରହେ

ଶିଶୁ ଯେତେ ବେଳେ ମାଆର ସ୍ୱର ଶୁଣେ, ତା’ର ମସ୍ତିଷ୍କର ବିଭିନ୍ନ ଅଂଶ ସକ୍ରିୟ ହୁଏ। ସାତରୁ ବାର ମାସ ବୟସ୍କ ଚବିଶ ଜଣ ଶିଶୁଙ୍କ ମସ୍ତିଷ୍କର ସ୍କାନିଂରୁ ଏହା ଜଣାପଡ଼ିଛି। ଶିଶୁ, ନିଜ ମାଆର ସ୍ୱର ଓ ଅନ୍ୟ ମହିଳାଙ୍କ ସ୍ୱର ଭିତରେ ଥିବା ଅସାମଞ୍ଜସ୍ୟ ଧରିପାରେ। ସ୍ୱାଭାବିକ ଭାବେ ଶିଶୁ, ନିଜ ମାଆର ସ୍ୱର ବାରିପାରିବାର ସଂଭାବନା ପ୍ରାୟ ଅଠାନବେ ପ୍ରତିଶତ। ତେଣୁ, ମାଆ ସ୍ୱର ସହ ଶିଶୁର ମସ୍ତିଷ୍କ ଜନିତ ବିକାଶ ସଂପର୍କିତ। ଯେଉଁ ମାଆମାନେ ନିଜର ସନ୍ତାନଙ୍କ ସହ କଥା-ବାର୍ତ୍ତା ହୁଅନ୍ତିନାହିଁ, ସେହି ଶିଶୁ ଅଟିଜିମ୍‌ ଭଳି ବିକାରର ଶିକାର ହେବାର ଆଶଙ୍କା ଅଧିକ। ଶିଶୁର ସାମାଜିକ ସଂଯୋଗକୁ ପ୍ରଭାବିତ କରିଥାଏ, ମାଆର ସ୍ୱର। ମାଆ ସ୍ୱର ଶୁଣିବାରୁ ବଞ୍ଚିତ ଶିଶୁ ପରବର୍ତ୍ତୀ କାଳରେ ସ୍ୱାଭାବିକ ଭାବେ ଭାବ-ବିନିମୟ କରିପାରନ୍ତିନାହିଁ। ‘ଷ୍ଟାନ୍‌ଫୋଡ୍‌ର୍ ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ମେଡିସିନ୍‌’ର ଗବେଷକମାନେ ଏ ବାବଦରେ ଅଧିକ ଜାଣିବା ପାଇଁ ଗବେଷଣା ଜାରିରଖିଛନ୍ତି।

ସମ୍ବନ୍ଧିତ ଖବର