ନୂଆ ସ୍ଥାନରେ କାହିଁକି ନିଦ ଆସେ ନାହିଁ କାହିଁକି?

ଆପଣ ସହିତ କ’ଣ ଏପରି ହୁଏ? ଆପଣଙ୍କୁ ମଧ୍ୟ ନୂଆ ସ୍ଥାନରେ ପ୍ରଥମ ରାତିରେ ନିଦ ହୁଏ ନାହିଁ? ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ବିଫଳ ହୋଇଯାଆନ୍ତି । ଆମେ ସବୁବେଳେ ଯେଉଁ ଶେଯରେ ଶୋଇଥାଉ, ସେହି ଶେଯରେ ଶୋଇଲେ କିଛି ସମୟ ପରେ ଆମକୁ ନିଦ ଆସିଯାଏ । କିନ୍ତୁ ଯଦି ଆମେ କୌଣସି ସଂର୍ପକୀୟଙ୍କ ଘରକୁ ଯାଇଥାଉ, ସେଇଠି ରହିବାକୁ ପଡେ, ଆମକୁ ସେଇଠି ନିଦ ଆସେ ନାହିଁ । ଲୋକ କହନ୍ତି ଆମକୁ ଯେଉଁ ଶେଯରେ ଶୋଇଲେ ନିଦ ଆସେ, ନୂଆ ଶେଯରେ ଶୋଇବା ଦ୍ୱାରା ନିଦ ହୋଇ ନ ଥାଏ ।

ବୈଜ୍ଞାନିକଙ୍କ ମତ ଅନୁସାରେ ନୂଆ ଜାଗାରେ ନିଦ ହେବାରେ ଲୋକମାନେ ଯେଉଁ କାରଣ ଦର୍ଶାଉଛନ୍ତି, ତାହା ମିଛ ଅଟେ। ନିଦ ନ ଆସିବା ପାଇଁ ନିଜର ମସ୍ତିଷ୍କ ହିଁ ଦାୟୀ, ଯାହା ସ୍ଥାନ ବଦଳାଇବା ଦ୍ୱାରା ଶୋଇବାକୁ ଦିଏ ନାହିଁ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଅନ୍ତଃରାଷ୍ଟ୍ରୀୟ ସ୍ତରରେ ହୋଇଥିବା ଅନୁସନ୍ଧାନ ଅନୁସାରେ ଆମ ମସ୍ତିଷ୍କର ଅଧା ଭାଗ ଆମକୁ ନୂଆ ଜାଗାରେ ଶୋଇବାକୁ ଦିଏ ନାହିଁ । ଯେ ପର୍ଯ୍ୟନ୍ତ ଆମର ଅଧା ମସ୍ତିଷ୍କ ଶୋଇ ନ ଥାଏ, ଆମକୁ ନିଦ ହେବ ନାହିଁ । ଆମ ମସ୍ତିଷ୍କର ଦୁଇ ପାର୍ଶ୍ୱ ଥାଏ । ଦୁଇ ପାର୍ଶ୍ୱର କାମ ଭିନ୍ନ ଭିନ୍ନ । ତେଣୁ ଶୋଇବା ସମୟରେ ଗୋଟିଏ ଭାଗର ସ୍ଥିତି ଅନ୍ୟ ଠାରୁ ଭିନ୍ନ ।

ତଥ୍ୟରୁ ଜଣାଗଲା ଯେ ମନୁଷ୍ୟର ମସ୍ତିଷ୍କ ସମୁଦ୍ରରେ ରହୁଥିବା ଜୀବମାନଙ୍କ ପରି ହୋଇଥାଇପାରେ । ଡଲଫିନ୍‌ କିମ୍ବା ହେ୍ଵଲ୍‌ ଯେମିତି ଶୋଇବା ସମୟରେ ସେମାନଙ୍କର ଗୋଟେ ପାଖ ମସ୍ତିଷ୍କ ସକ୍ରିୟ ରହିଥାଏ, ମଣିଷଙ୍କ କ୍ଷେତ୍ରରେ ମଧ୍ୟ ସେୟା ହୋଇଥାଏ। ନିଦ ବେଳେ କିଛି ବିପଦ ସୃଷ୍ଟି ହେଲେ ମସ୍ତିଷ୍କ ତା’ର ସୂଚନା ଦେଇଥାଏ।

ଏହି ଅଧ୍ୟୟନରେ ଅନୁସନ୍ଧାନକାରୀମାନେ ମସ୍ତିଷ୍କ ଇମେଜିଙ୍ଗ୍‌ ଟେକ୍‌ନିକ୍‌ ସାହାଯ୍ୟରେ ୩୫ ଲୋକଙ୍କର ମସ୍ତିଷ୍କକୁ ପର୍ଯ୍ୟବେକ୍ଷଣରେ ରଖିଥିଲେ। ଏହି ଲୋକମାନେ ରିସର୍ଚ ସମୟରେ ସ୍ଳିପ୍‌ ଲ୍ୟାବରେ କିଛି ରାତି କଟାଇଥିଲେ । ଅନୁସନ୍ଧାନକାରୀମାନ ମସ୍ତିଷ୍କକୁ ମନିଟର କରିଥିଲେ । ରିପୋର୍ଟରୁ ଜଣାପଡ଼ିଲା ଯେ ଗଭୀର ନିଦ ସମୟରେ ମସ୍ତିଷ୍କର ଡାହଣ ପାର୍ଶ୍ୱ ଠାରୁ ବାମ ପାର୍ଶ୍ୱ ଅଧିକ ସକ୍ରିୟ ଥିଲା । ତା’ପରେ ଲୋକମାନେ ଯେତେବେଳେ ଶୋଇଲେ, ଅନୁସନ୍ଧାନକାରୀମାନେ ସେମାନଙ୍କ କାନ ପାଖରେ କିଛିି ଶଦ୍ଦ କଲେ । କିନ୍ତୁ ସେମାନଙ୍କୁ ଶୁଣାଗଲାନି । ଯେତେବେଳେ ଦୁଇ ପାର୍ଶ୍ୱ କାନରେ ଶଦ୍ଦ କଲେ, ସେମାନେ ଉଠିଗଲେ । ତଥ୍ୟରୁ ଜଣାଗଲା ଯେ ମନୁଷ୍ୟର ମସ୍ତିଷ୍କ ସମୁଦ୍ରରେ ରହୁଥିବା ଜୀବମାନଙ୍କ ପରି ହୋଇଥାଇପାରେ । ଡଲଫିନ୍‌ କିମ୍ବା ହେ୍ଵଲ୍‌ ଯେମିତି ଶୋଇବା ସମୟରେ ସେମାନଙ୍କର ଗୋଟେ ପାଖ ମସ୍ତିଷ୍କ ସକ୍ରିୟ ରହିଥାଏ, ମଣିଷଙ୍କ କ୍ଷେତ୍ରରେ ମଧ୍ୟ ସେୟା ହୋଇଥାଏ। ନିଦ ବେଳେ କିଛି ବିପଦ ସୃଷ୍ଟି ହେଲେ ମସ୍ତିଷ୍କ ତା’ର ସୂଚନା ଦେଇଥାଏ।

ସମ୍ବନ୍ଧିତ ଖବର