ଏପରି ଲୋକମାନେ ଧନୀ ହୋଇପାରନ୍ତି ନାହିଁ, ଜାଣନ୍ତୁ କାହିଁକି?

ରାମଚରିତ ମାନସ ଏକ ଏପରି ଗ୍ରନ୍ଥ ଯାହା ପଢିବା ଦ୍ୱାରା ବ୍ୟକ୍ତିର ଜୀବନ ଶୁଦ୍ଧ, ପରିଷ୍କୃତ ଓ ସହଜ ହୋଇଯିବ । ଆମେ ଧନ ପାଇଁ ଦିନରାତି ପରିଶ୍ରମ କରୁଥାଉ । କାହିଁକି ନା ଯେତେ ଅଧିକ ଧନ, ସେତିକି ଅଧିକ ସମ୍ମାନ ବୋଲି ଆମେ ଭାବିଥାଏ । ପରିଶ୍ରମ ଆମେ ସମସ୍ତେ କରୁଛୁ । କିନ୍ତୁ ରାମଚରିତମାନସ ଅନୁସାରେ କିଛି ଲୋକ ଏମିତି ଅଛନ୍ତି ,ଯାହା ପାଖରେ ଧନ କେବେ ରହିପାରିବ ନାହିଁ ।

ରାମଚରିତ ମାନସରେ ଉଲ୍ଲେଖିତ ଅଛି ଯେ ଯେଉଁ ଲୋକ ସବୁବେଳେ ନିଶାରେ ରହନ୍ତି, ମାଦକ ପଦାର୍ଥ ସେବନ କରନ୍ତି, ସେମାନେ ଅର୍ଜିତ କରିଥିବା ସାରା ଧନ ଏହି ଅଭ୍ୟାସରେ ହିଁ ବ୍ୟୟ କରିଥାଆନ୍ତି । ଯେଉଁ ଲୋକମାନେ ନିଜ ଜୀବନସାଥୀଙ୍କୁ ଧୋକା ଦେଇଥାଆନ୍ତି, ସେମାନେ କେବେ ହେଲେ ଧନୀ ହୋଇପାରନ୍ତି ନାହିଁ । କାହଁକି ନା ପତି ବା ପତ୍ନୀକୁ ଲୁଚେଇ କି ଯେଉଁ ଲୋକମାନେ ଅନ୍ୟ ଲୋକ ଉପରେ ଖର୍ଚ୍ଚ କରିଥାଆନ୍ତି, ସେମାନେ ଧନୀ ହୋଇପାରନ୍ତି ନାହିଁ । ଯେଉଁମାନେ ଧନକୁ ଅଧିକ ଲୋଭ କରନ୍ତି ବା ଧନ ପଛରେ ଦୌଡନ୍ତି ସେମାନେ ଧନ ପ୍ରାପ୍ତି କରିପାରନ୍ତି ନାହିଁ । ସେମାନଙ୍କର ଆଶା ଅଧାରେ ରହିଯାଏ । ଗର୍ବୀ ଲୋକମାନେ ମଧ୍ୟ ଧନ ହାସଲ କରିପାରନ୍ତି ନାହିଁ । ସେମାନେ ଅନ୍ୟକୁ ସମ୍ମାନ ଦିଅନ୍ତି ନାହିଁ । ନିଜକୁ ସବୁଠାରୁ ଉପରେ ଭାବନ୍ତି । ନିଜର ଗର୍ବ ପାଇଁ ସେମାନେ କାହା ସହିତ ମିଶିପାରନ୍ତି ନାହିଁ । ଯେଉଁ ଲୋକମାନେ ଅନ୍ୟ ପାଖରେ ଚାକିରି କରିଥାଆନ୍ତି, ସେମାନେ ନିଜର ସ୍ୱପ୍ନ ପୂରଣ କରିପାରନ୍ତି ନାହିଁ । ସେମାନେ ଖାଲି ଧନ ଅର୍ଜନ କରିଥାଆନ୍ତି, କିନ୍ତୁ ଏକତ୍ର କରିପାରନ୍ତି ନାହିଁ ।

ସମ୍ବନ୍ଧିତ ଖବର