କାହିଁକି ପାଳନ କରିବା ମକର ସଂକ୍ରାନ୍ତି ?

ମକର ସଂକ୍ରାନ୍ତି ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ,ଯାହା ଆମର ଭୌତିକ ଜୀବନରେ ନୂତନତ୍ୱ ଆଣି ଦେଇଥାଏ।ଆମ ଭିତରେ ଶୁଭତ୍ୱ ଓ ନବଜୀବନ ବୋଧ ଭରିଥାଏ।

ପୁରାଣରେ ଉଲ୍ଲେଖ ରହିଛି ଯେ,ଯେତେବେଳେ ଦିବାକାର ଅର୍ଥାତ୍‌ ସୂର୍ଯ୍ୟ ମକରସ୍ଥ ହୋଇଥା’ନ୍ତି, ସେତେବେଳ ପ୍ରତ୍ୟେକ ସମୟ,ପ୍ରତିଦିନ ଓ ପ୍ରତ୍ୟେକ ସ୍ଥାନ ଶୁଭ ହୋଇଥାଏ। ପୌଷ ମାସ ହେତୁ ଅଟକି ଯାଇଥବା ଶୁଭ କାର୍ଯ୍ୟ ମକରସଂକ୍ରାନ୍ତି ଠାରୁ ପୁଣି ଆରମ୍ଭ ହୋଇଯାଏ।ଏଣୁ ମକର ସଂକ୍ରାନ୍ତିରୁ ଯେ କୌଣସି ଶୁଭ କାର୍ଯ୍ୟର ଶୁଭାରମ୍ଭ କରାଯିବାରେ କିଛି ଅସୁବିଧା ନାହିଁ ବୋଲି କୁହାଯାଏ। ବେଦରେ କୁହାଯାଇଛି ଏହି ଅବସରରେ ଯେଉଁଭଳି ସୂର୍ଯ୍ୟଦେବଙ୍କ କୃପା ହେତୁ ଅନ୍ନଦାତା ଆମକୁ ନବାନ୍ନ ଉପହାର ଦେଇଥା’ନ୍ତି,ଠିକ୍‌ ସେହିଭଳି ଏହି ଆଲୋକ ଆମକୁ ଆଳସ୍ୟ ତ୍ୟାଗ କରି ନୂତନ ସକାରାତ୍ମକ ବିଚାର ଗ୍ରହଣ କରିବା ଲାଗି ପ୍ରୋତ୍ସାହନ ଦେଇଥାଏ। କାମ-କ୍ରୋଧ,ମଦ-ଲୋଭ ଆଦି ଦୂଷିତ ବିଚାରରୁ ନିଜକୁ ମୁକ୍ତ କରି ନୂଆ ଜୀବନ ଆରମ୍ଭ କରିବାକୁ ପ୍ରେରଣା ଦେଇଥାଏ।

photo-_ndtv

ମକରସଂକ୍ରାନ୍ତି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ପାଳିତ ହୋଇଥାଏ।ଏହି ପର୍ବକୁ ଲୋହଡ଼ି,ଖିଚ୍‌ଡ଼ି,ପୋଙ୍ଗଲ୍‌ ଓ ଉତ୍ତରାୟଣୀ ଏଭଳି ଭିନ୍ନ ଭିନ୍ନ ନାମରେ ପାଳନ କରା ଯାଇଥାଏ। ଉତ୍ତରପ୍ରଦେଶ,ବିହାର ଓ ମଧ୍ୟପ୍ରଦେଶରେ ମକର ସଂକ୍ରାନ୍ତିର ପର୍ବ ମୁଖ୍ୟତଃ ଖିଚଡ଼ି ପର୍ବ ଭାବେ ପାଳିତ ହୋଇଥାଏ। ଏହି ଦିନ ଠାରୁ ପ୍ରୟାଗର ତ୍ରିବେଣୀ ସଙ୍ଗମରେ ଆରମ୍ଭ ହୋଇଥାଏ କଳ୍ପାବାସର ଆଧ୍ୟାତ୍ମିକ ସମାଗମ। ଏହି ପର୍ବ ଉତ୍ତରାଖଣ୍ଡରେ ଉତ୍ତରାୟଣୀ ନାମରେ ପାଳିତ ହୋଇଥାଏ। ଏହି ଅବସରରେ ଉତ୍ତରଖଣ୍ଡରେ ଅନୁଷ୍ଠିତ ହେଉଥିବା ଦୁଇଟି ମେଳା ବିଶ୍ୱ ବିଖ୍ୟାତ। ଏଥିମଧ୍ୟରୁ ପ୍ରଥମଟି ହେଲା ବାମେଶ୍ୱର(କୁମାଉଁ)ର ଉତ୍ତରାୟଣୀ ମେଳା ଓ ଅନ୍ୟଟି ହେଲା ଉତ୍ତରକାଶୀ (ଗଢ଼ବାଲ)ର ମାଘ ମେଳା।

ସମ୍ବନ୍ଧିତ ଖବର