ଶୀତ ଋତୁରେ ପ୍ରାତଃ ଭୋଜନରେ ଏହି ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବ

ଏବେ ଶୀତ ଋତୁ ଚାଲିଛି। ଏହି କାରଣରୁ ଅନେକ ଲୋକ ସକାଳେ ଜଳଖିଆ ନ ଖାଇ ଅଫିସକୁ ଚାଲିଯାଆନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ, ସକାଳର ଜଳଖିଆ ନ କଲେ ଆମ ଶରୀର ଦୁର୍ବଳ ହୋଇଥାଏ ଓ ମାନସିକ ଉତ୍ତେଜନା ବି ଦେଖା ଦେଇଥାଏ।
ସକାଳର ଭୋଜନରେ ଯଦି ଆମେ ଫଳ ଓ ସାଲାଡକୁ ଗୁରୁତ୍ୱ ଦେବା,ତେବେ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ଓ ଆମେ ରୋଗରୁ ରକ୍ଷା ପାଇପାରିବା। ଯେତେବେଳେ ଆମର ପେଟ ଖାଲିଥାଏ,ସେତେବେଳେ ଆମ ଶରୀରରେ ଥିବା ଗାମା ଏଣ୍ଟରଫେରନ୍‌ ନାମକ ଏକ ଆଣ୍ଟି ଭାଇରାଲ୍‌ ଏଜେଣ୍ଟ୍‌ ୧୭ ପ୍ରତିଶତ କମ୍‌ ହୋଇଯାଇଥାଏ। ଏହି କାରଣରୁ ଆମ ଶରୀରରେ ଅଧିକ ଉତ୍ତେଜନା ସୃଷ୍ଟି ହୋଇଥାଏ ଓ ଆମେ ସହଜରେ ଥଣ୍ଡା-କାଶରେ ପୀଡ଼ିତ ହୋଇଯାଉ। ଏଣୁ ପ୍ରତିଦିନ ସକାଳର ଖାଦ୍ୟରେ ଫଳ,ପରିବା ଓ ଡାଲି ଖାଇବା ଉଚିତ। ଯଦି ମାଂସାହାର କରିବାକୁ ଚାହାଁନ୍ତି,ତେବେ ପ୍ରାତଃ ଭୋଜନରେ ଅଣ୍ଡା ଓ ମାଛ କୁ ନିଜ ଡାଏଟ୍‌ରେ ସାମିଲ୍‌ କରିବା ଉଚିତ।


ଠିକ୍‌ ସେହିପରି ପ୍ରତିଦିନ ସକାଳେ ବ୍ୟାୟାମ କରିଲେ ଆମର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ। ଏହା ଫଳରେ ଆମେ ଅଧିକ କ୍ରିୟାଶୀଳ ରହୁ।

ସମ୍ବନ୍ଧିତ ଖବର