ଶୀତଦିନେ ମୁହଁର ସୌନ୍ଦର୍ଯ୍ୟ

ସାଧାରଣତଃ ଶୀତଦିନେ ମୁହଁ ଶୁଷ୍କହେବା, ଫାଟିବା ଓ ବ୍ରଣହେବା ଭଳି ସମସ୍ୟା ଦେଖାଯାଇଥାଏ। ଘରୋଇ ଉପଚାର ଦ୍ୱାରା ଏଭଳି ସମସ୍ୟାକୁ ସହଜରେ ଦୂର କରାଯାଇପାରେ। ମୁହଁର ସୌନ୍ଦର୍ଯ୍ୟ ପାଇଁ ଶୀତଦିନେ ଏହି ଉପଚାର ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
ମୁହଁର ସୌନ୍ଦର୍ଯ୍ୟ ପାଇଁ
ପାଚିଲା ଅମୃତଭଣ୍ଡା ଓ ପାଚିଲା କଦଳୀକୁ ଭଲ ଭାବେ ଚକଟି ଦିଅନ୍ତୁ। ସେଥିରେ ଦୁଇ ଚାମଚ ମହୁ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁହଁ ଓ ବେକରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁ ଓ ବେକକୁ ଧୋଇ ଦିଅନ୍ତୁ, ଦେଖିବେ ମୁହଁ ଚିକ୍କଣ ରହିବ।
ଗୋଟିଏ ଚାମଚ ଆଲ୍‌ମଣ୍ଡ୍‌ ପାଉଡର୍‌ରେ ଦୁଇ ଚାମଚ କ୍ଷୀର ଗୋଳାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ସେହି ମିଶ୍ରଣକୁ ମୁହଁରେ ଲଗାଇ ୧୦ ମିନିଟ୍‌ ଯାଏ ରଖନ୍ତୁ। ତା’ପରେ ଭଲ ଭାବେ ମୁହଁକୁ ଧୋଇ ଦିଅନ୍ତୁ। ଫଳରେ ମୁହଁର ରୁଖାପଣ ଦୂର ହୋଇଥାଏ ଏବଂ ଚମକ ବଢ଼ିଥାଏ।
ପ୍ରଥମେ ମୁହଁକୁ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ପରେ ତୁଳା ସାହାଯ୍ୟରେ କିଛି ଗ୍ଲିସେରିନ୍‌ ନେଇ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ମୁହଁର ତ୍ୱଚାକୁ ନରମ ରଖିବାରେ ସାହାଯ୍ୟ କରେ।
ଗୋଟିଏ ଆଭୋକାଡ଼ୋ ନିଅନ୍ତୁ, ସେଥିରେ ଦୁଇ ଚାମଚ ମହୁ ମିଶାଇ ଏକ ମାସ୍କ ପ୍ରସ୍ତୁତ କରନ୍ତୁ। ଏହି ମାସ୍କକୁ ମୁହଁ ଏବଂ ବେକରେ ୧୦ ମିନିଟ୍‌ ଯାଏ ଲଗାଇ ରଖନ୍ତୁ। ତା’ପରେ ଭଲ ଭାବରେ ମୁହଁ ଓ ବେକକୁ ଧୋଇ ଦିଅନ୍ତୁ। ଏହା ଫଳରେ ମୁହଁ ଓ ବେକ ମୁଲାୟମ୍‌ ରହେ।

ସମ୍ବନ୍ଧିତ ଖବର