ଜଣେ ପୁରୁଷ ପାଇଁ ଏହି ୬ ମହିଳା ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତି

ଜୀବନ, ଶାସ୍ତ୍ର, ରାଜନୀତି, ଅର୍ଥନୀତି ଆଦି ବିଭିନ୍ନ କ୍ଷେତ୍ରରେ ଅନୁଭୂତି ଅର୍ଜନ କରିବା ସହ ମହାପଣ୍ଡିତ ଚାଣକ୍ୟ ନିଜର ଜ୍ଞାନ ସମାଜ ଉଦେଶ୍ୟରେ ଦେଇ ଯାଇଛନ୍ତି। ଚାଣକ୍ୟ ନିଜର ଅନୁଭୂତିରୁ କହିଥିବା ଅନେକଗୁଡ଼ିଏ କଥା ଆମେ ପୂର୍ବରୁ ଆଲୋଚନା କରିସାରିଛେ। ପ୍ରାଚୀନ ଭାରତର ଇତିହାସ ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ବିନା ଅଧୁରା। ଚାଣକ୍ୟଙ୍କୁ ଲୋକେ କୌଟିଲ୍ୟ ନାମରେ ମଧ୍ୟ ଜାଣନ୍ତି। ସେ ଜଣେ ଭାରତୀୟ ଶିକ୍ଷକ, ଅର୍ଥନୀତିଜ୍ଞ, ରାଜ ପରାମର୍ଶଦାତା ତଥା ଦାର୍ଶନିକ। ସେ ବିଷ୍ଣୁଗୁପ୍ତ ନାମରେ ମଧ୍ୟ ଖୁବ୍‌ ପରିଚିତ। ଚାଣକ୍ୟ ଅନେକଗୁଡ଼ିଏ ବାଣୀ କହିଯାଇଛନ୍ତି ଯାହାକି ଦୈନନ୍ଦିନ ଜୀବନ ପାଇଁ ଅନେକ ଜରୁରୀ। ଏଥର ଆମେ ଆଲୋଚନା କରିବା କେଉଁମାନଙ୍କ ଜଣେ ପୁରୁଷ ପତ୍ନୀକୁ ସମ୍ମାନ ଦେବା ଉଚିତ।

ଜଣେ ପୁରୁଷର ଧର୍ମ ହୋଇଥାଏ ମହିଳାଙ୍କୁ ସମ୍ମାନ ପ୍ରଦର୍ଶନ କରିବା। ନିଜ ପତ୍ନୀକୁ ସମ୍ମାନ ସହ ଭଲପାଇବା ଦେବା ପୁରୁଷର ପରମ କର୍ତ୍ତବ୍ୟ। ସେହିପରି ଆହୁରି ଅନେକଙ୍କ ପତ୍ନୀ ଅଛନ୍ତି ଯାହାଙ୍କୁ ସମ୍ମାନ ଦେବା ପୁରୁଷ ପକ୍ଷେ ବାଞ୍ଛନୀୟ ହୋଇଥାଏ।

ଗୁରୁପତ୍ନୀ ସଦା ସମ୍ମାନଯୋଗ୍ୟା। ସେହି ମହିଳା ଜଣକ ଯେତେ କମ୍‌ ବୁଦ୍ଧି ବା ନିରକ୍ଷର ହୁଅନ୍ତୁ ପଛେ ସେ କିନ୍ତୁ ସମ୍ମାନ ପାଇବାର ଅଧିକାରିଣୀ। କାହିଁକି ନା, ସେ ଆପଣଙ୍କ ଗୁରୁଙ୍କ ପତ୍ନୀ। ଗୁରୁଙ୍କ ଭାରତୀୟ ସଂସ୍କୃତିରେ ଈଶ୍ୱର ବିବେଚନା କରାଯାଉଥିବା ହେତୁ ଗୁରୁମା ଈଶ୍ୱରୀ ହୋଇଥାନ୍ତି।

ବନ୍ଧୁ ପତ୍ନୀ ମଧ୍ୟ ସମ୍ମାନ ପାଇବାର ଅଧିକାରିଣୀ। ଅଧିକାଂଶ ପୁରୁଷ ବନ୍ଧୁଙ୍କ ପତ୍ନୀଙ୍କ ସହ ଥଟ୍ଟା ପରିହାସର ସଂପର୍କ ରଖିଥାନ୍ତି। ମାତ୍ର ମନେ ରଖନ୍ତୁ ଏହା ଶାସ୍ତ୍ର ବିରୋଧ। ବନ୍ଧୁ ପତ୍ନୀ କେବେ ବି ଥଟ୍ଟା ପରିହାସର ପାତ୍ରୀ ନୁହଁନ୍ତି।

ନିଜ ମାଆ। ଏକଥା ବୋଧ୍‌ ହୁଏ କହିବା ଅନାବଶ୍ୟକ ଯେ ଜଣେ ପୁରୁଷ ଜୀବନର ପ୍ରଥମ ସମ୍ମାନୀୟା ନାରୀ ନିଜ ମାଆ ହୋଇଥାନ୍ତି। ମାଆଙ୍କ ସ୍ଥାନ ପୃଥିବୀର ଅନ୍ୟ ସମସ୍ତ ନାରୀଙ୍କ ସ୍ଥାନଠାରୁ ଉଚ୍ଚ ହୋଇଥାଏ।

ନିଜ ମାଆ ପରି ପତ୍ନୀଙ୍କ ମାଆ ବି ସମ୍ମାନୀୟ ହୋଇଥାନ୍ତି। ଅର୍ଥାଜ ଜଣେ ପୁରୁଷ ନିଜ ମାଆଙ୍କୁ ଦେଉଥିବା ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଆଦି ନିଜ ଧର୍ମପତ୍ନୀଙ୍କ ମାଆ ଅର୍ଥାତ ଶାଶୂଙ୍କୁ ବି ଦେବା ଉଚିତ।

ସବୁକିଛି ପରେ ଆଉ ଜଣେ ସମ୍ମାନୀୟା ମହିଳା ବଞ୍ଚିପଡ଼ିଲେ। ସେ ହେଉଛନ୍ତି ଶାସନକର୍ତ୍ତାଙ୍କ ପତ୍ନୀ। ରାଜା ଶାସନକାଳରେ ରାଣୀଙ୍କୁ ସେହି ସମ୍ମାନ ଦିଆଯାଉଥିଲା।

ସମ୍ବନ୍ଧିତ ଖବର