ଏହି ସବୁ ଲକ୍ଷଣ ଦେଇଥାଏ ହୃଦ୍‌ଘାତର ପୂର୍ବବର୍ତ୍ତୀ ସଂକେତ, ଜାଣନ୍ତୁ କ’ଣ ସେ ସବୁ 

ଆଜିକାଲି ଅଧିକାଂଶ ଲୋକ ହୃଦ୍‌ଘାତର ଶିକାର ହେଉଛନ୍ତି। ଅସୁସ୍ଥକର ପରିବେଶ, ଅତ୍ୟଧିକ ଚିନ୍ତା ଏହାର ମୁଖ୍ୟ କାରଣ ପାଲଟିଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ୪୫ ପ୍ରତିଶତ ହୃଦ୍‌ଘାତ ବିନା କୌଣସି ଲକ୍ଷଣରେ ହେଉଛି। ପ୍ରାୟ ୨୫ ପ୍ରତିଶତ ହୃଦ୍‌ଘାତ ୪୦ ବର୍ଷ ବୟସ ମଧ୍ୟରେ ଘଟୁଛି। ଏମିତି ନୁହେଁ ଯେ ହୃଦ୍‌ଘାତ ହେବା ପୂର୍ବରୁ କୌଣସି ଲକ୍ଷଣ ଦିଶେ ନାହିଁ, ବରଂ ଆମେ ଅଧିକାଂଶ ସମୟରେ ଜାଣିପାରନ୍ତି ନାହିଁ। ତେବେ ଚାଲନ୍ତୁ ହେି ଲକ୍ଷଣଗୁଡ଼ିକ ସଂପର୍କରେ ଆଲୋଚନା କରିବା।

ଆଚନକ ଆପଣଙ୍କୁ ଯଦି ଅସହଜ ମନେ ହେଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହାବି ସାଇଲେଣ୍ଟ୍‌ ହାର୍ଟଆଟାକ୍‌(ହୃଦ୍‌ଘାତ)ର ଏକ ଲକ୍ଷଣ ହୋଇଥାଏ।

ବିନା କାରଣରେ ମୁଣ୍ଡ ଘୂରାଇବା ବି ଏହାର ଏକ ଲକ୍ଷଣ। ଯଦି ଖାଇନାହାନ୍ତି କିମ୍ବା ଖରାରେ ଯାଉଛନ୍ତି ତାହା ଭିନ୍ନ କଥା ମାତ୍ର ଖାଲିରେ ମୁଣ୍ଡ ଘୂରାଇବାର କାରଣ ହୃଦ୍‌ଘାତ ହୋଇପାରେ।

ନିଶ୍ୱାସ ନେବାରେ ବି ଅସୁବିଧା ଅନୁଭୂତ ହୋଇଥାଏ ହୃଦ୍‌ଘାତ ପୂର୍ବରୁ। ଛୋଟ ଛୋଟ ନିଶ୍ୱାସ ନେବା ଏହାର ଏକ ଲକ୍ଷଣ।

ନିଦ୍ରହୀନତା ଅନେକ ରୋଗର ଲକ୍ଷଣ ହୋଇଥିବା ବେଳେ ହୃଦ୍‌ଘାତର ପ୍ରମୁଖ କାରଣ ହୋଇଥାଏ।

ବାନ୍ତି ଲାଗିବା ବି ହୃଦ୍‌ଘାତର ଲକ୍ଷଣ। ଅନ୍ୟ କିଛି ଲକ୍ଷଣ ସହ ବାନ୍ତି ଲାଗୁଥିଲେ ହୃଦ୍‌ଘାତ ହୋଇପାରେ ବୋଲି ଚନ୍ତା କରି ସତର୍କ ରୁହନ୍ତୁ।

ହଜମ ନହେବା ଓ ଗ୍ୟାସ୍‌ ସମସ୍ୟାକୁ  ବି ହୃଦ୍‌ଘାତର ପୂର୍ବବର୍ତ୍ତୀ ପର୍ଯ୍ୟୟ ବୋଲି ମନାଯାଇପାରେ।

ସମ୍ବନ୍ଧିତ ଖବର