ଦିନକୁ ଏକାଧିକ ଥର ହାଇ ଆସୁଛି କି? ହୋଇ ପାରନ୍ତି ଏହି ସବୁ ଭୟଙ୍କର ରୋଗର ଶିକାର

ଦିନକୁ ୩ ବା ୪ ଥର ହାଇ ଆସିବା ଏକ ସାଧାରଣ କଥା । କିନ୍ତୁ ଠିକ୍‌ ଭାବରେ ଶୋଇ ମଧ୍ୟ ଯଦି ଆପଣଙ୍କୁ ଦିନରେ ଏକାଧିକ ଥର ହାଇ ଆସୁଛି ତେବେ ସତର୍କ ହୋଇ ଯାଆନ୍ତୁ । କିଛି ଲୋକ ଅଧିକ କାମର ଚାପ ପାଇଁ ଏପରି ହେଉଥିବା ଭାବିଥାନ୍ତି । କିନ୍ତୁ ଏକାଧିକ ଥର ହାଇ ଆସିବା କିଛି ଭୟଙ୍କର ଶାରୀରିକ ସମସ୍ୟା ପାଇଁ ମଧ୍ୟ ହୋଇଥାଏ । ଯାହାକୁ ଲୋକମାନେ ଜାଣି ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ଶାରୀରିକ ସମସ୍ୟା ହୋଇଥିଲେ ଅଧିକ ହାଇ ଆସିଥାଏ ।

୧.ଯକୃତ ଖରାପ ହୋଇଥିଲେ ଶରୀର ଖୁବ୍‌ ଶୀଘ୍ର ଥକି ଯାଇଥାଏ । ଯେଉଁଥି ପାଇଁ ହାଇ ଆସିିଥାଏ । ଯଦି ଆପଣଙ୍କୁ ଅଧିକ ହାଇ ଆସୁଛି ତେବେ ଯକୃତ ଠିକ୍‌ ଅଛି କି ନାହିଁ ପରୀକ୍ଷା କରାଇ ନିଅନ୍ତୁ ।

nari.punjabkesari.in

୨.ଡ଼ାକ୍ତରଙ୍କ କହିବା ଅନୁଯାୟୀ ହୃତପିଣ୍ଡ ଏବଂ ପଞ୍ଜରାରେ କୌଣସି ସମସ୍ୟା ଥିଲେ ଅଧିକ ହାଇ ଆସିଥାଏ । ଯଦି ହୃତପିଣ୍ଡ ଏବଂ ପଞ୍ଜରାରେ ଠିକ୍‌ ଭାବରେ କାମ ନ କରେ ତେବେ ଶ୍ୱାସ ସମସ୍ୟା ଦେଖା ଯାଇଥାଏ । ଠିକ ସମୟରେ ଏହାର ଚିକିତ୍ସା ନ କରାଗଲେ ଏହା ପରବର୍ତ୍ତୀ ମୂହୁର୍ତ୍ତରେ ଭୟଙ୍କର ରୂପ ନେଇପାରେ ।
୩.ରକ୍ତଚାପ ଅଧିକ ହେଲେ ମଧ୍ୟ ହାଇ ଅଧିକ ଆସିଥାଏ । ଅଧିକ ଅବସାଦଗ୍ରସ୍ତ ରହିଲେ ରକ୍ତଚାପ ବଢ଼ିବା ସହ ହୃଦୟର ସ୍ପନ୍ଦନ କମ ହୋଇ ଯାଇଥାଏ । ଯାହାଦ୍ୱାରା ଅକ୍ସିଜେନ ମସ୍ତିଷ୍କ ପର୍ଯ୍ୟନ୍ତ ଯାଇ ପାରି ନଥାଏ । ଏଭଳି ପରିସ୍ଥିତିରେ ଅଧିକ ହାଇ ଆସିଥାଏ । ଯାହାଦ୍ୱାରା ଶରୀରକୁ ଅକ୍ସିଜେନ ମିଳିଥାଏ । ଯଦି ଆପଣଙ୍କର ଦରକାରଠାରୁ ଅଧିକ ହାଇ ଆସୁଛି ତେବେ ତୁରନ୍ତ ପରୀକ୍ଷା କରନ୍ତୁ ।

୪.ଶରୀରରେ ଥାଇରଏଡ଼୍‍ ହର୍‌ମୋନ କମ ହେଲେ ହାଇ ଆସିବା ସମସ୍ୟା ସୃଷ୍ଟି ହୋଇଥାଏ ।

nari.punjabkesari.in
ସମ୍ବନ୍ଧିତ ଖବର