ଜାଣନ୍ତୁ ଆଜିର ରାଶିଫଳ

ମେଷ: କ୍ୟାରିୟରରେ ସୁଧାର ପାଇଁ ଭଲ ଦିନଟିଏ। ଉତ୍ସାହର ସହିତ ସବୁ କାମ କରିବେ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ଇଂଜିନିୟରଙ୍କ ପାଇଁ ଦିନଟି ଲାଭପ୍ରଦ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ବୃଷ: ଭାବନାରେ ସକାରାତ୍ମକ ମନୋଭାବ ବଜାୟ ରଖନ୍ତୁ; ସଫଳତା ପାଇବେ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ବ୍ୟବସାୟ ବୃତ୍ତିରେ ଶୀଘ୍ର ଫଇସଲାରୁ ଲାଭ ମିଳିବ। ଚାକିରିଆଙ୍କର ଉନ୍ନତି ଯୋଗ ରହିଛି। ଜୀବନସାଥୀଙ୍କ ସହିତ ରାଜ୍ୟ ବାହାରକୁ ଯିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ରାମଚଣ୍ଡୀ।

 

ମିଥୁନ: ଦିନଟି ବ୍ୟସ୍ତତାରେ କଟିବ। ଭୂସଂପତ୍ତି ମାମଲାର ବଡ଼ ଫଇସଲା ହୋଇପାରେ। କୌଣସି ନୂଆ ଯୋଜନା ସାମନାକୁ ଆସିପାରେ। ଅଫିସରେ ଉଚ୍ଚଅଧିକାରୀଙ୍କ ସହଯୋଗ ପାଇବେ। ବୈବାହିକ ଜୀବନ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

 

କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଜରୁରୀ କାମ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ। ଅଫିସରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ। ଅବିବାହିତଙ୍କ ଲାଗି ବଢ଼ିଆ ବିବାହ ପ୍ରସ୍ତାବ ଆସିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ।

 

ସିଂହ: ଆପଣ ପୂରାଦିନ ନୂଆ ଊର୍ଜା ଭରା ରହିବେ। ଆପଣଙ୍କୁ କୌଣସି ନୂଆ ସଂପର୍କରୁ ଧନଲାଭ ହେବ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ରାଜନୈତିକ ମହତ୍ତ୍ଵାକାଂକ୍ଷା ପୂରା ହେବ। ପ୍ରିୟଜନଙ୍କ ସହିତ ବାହାରକୁ ବୁଲି ଯିବାର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

କନ୍ୟା: ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ୱପ୍ନ ପୂରା ହୋଇପାରେ। ଆପଣଙ୍କ କୌତୁକିଆ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗିବ। ଘରକୁ ଅତିଥିଙ୍କ ଆସିବା-ଯିବା ଲାଗି ରହିବ। ମନୋରଂଜନଧର୍ମୀ କାର୍ଯ୍ୟରେ ପଇସା ଖର୍ଚ୍ଚ ହୋଇପାରେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

 

ତୁଳା: ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ମିତ୍ରଙ୍କ ସହାୟତା ମିଳିବ। ବିବାହିତା କୌଣସି ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିପାରନ୍ତି। ଚାକିରିରେ ଦାୟିତ୍ଵ ବଢ଼ିବ। ଅଚାନକ ଧନଲାଭ ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

ବିଛା: ଆତ୍ମବିଶ୍ୱାସର ସହିତ କାମ କରନ୍ତୁ; ସଫଳତା ନିଶ୍ଚୟ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ମହିଳାମାନେ ଜିନିଷପତ୍ର କିଣିବା ପାଇଁ ସହରକୁ ଯିବେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 

ଧନୁ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ବ୍ୟବସାୟରେ ବଡ଼ ସଉଦା ହୋଇପାରେ। ପୁରୁଣା କଥା ମନେ ପଡ଼ିବା ହେତୁ ମନ ପ୍ରସନ୍ନ ହୋଇଯିବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।

 


ମକର: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣଙ୍କ ସ୍ଥଗିତ ଥିବା କାମରେ କେହି ସାହାଯ୍ୟ କରିବେ। ଧନଲାଭ ଯୋଗ ରହିଛି। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଚର୍ଚ୍ଚିକା।

 

କୁମ୍ଭ: ଅଧିକାରୀଙ୍କ ସହିତ ତାଳମେଳ ବଜାୟ ରଖନ୍ତୁ ଫାଇଦା ହେବ। ଶତ୍ରୁ ଆପଣଙ୍କୁ ଅଶାନ୍ତି କରିବା ଲାଗି ଷଡ଼ଯନ୍ତ୍ର ରଚି ପାରନ୍ତି। ତେଣୁ ସତର୍କ ରହନ୍ତୁ। ପ୍ରିୟବନ୍ଧୁଙ୍କ ଠାରୁ ଦୂରତ୍ଵ ବଜାୟ ରହନ୍ତୁ। ବଜେଟଙ୍କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ତାରଣୀ।

 

ମୀନ: କାରବାରର ବିସ୍ତାର ଲାଗି ଯୋଜନା ପ୍ରସ୍ତୁତ କରିବେ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ମିଳିବ। ଅଚାନକ ଶୁଭ ଖବର ପାଇବେ। ସାକ୍ଷାତକାରରେ ସଫଳତା ହାସଲ କରିବେ। ଦାତ୍ୟ ସମ୍ବନ୍ଧକୁ ବଢ଼ିଆ କରିବା ଲାଗି ଚେଷ୍ଟା କରିବେ। ଶୁଭରଙ୍ଗ:ମେରୁନ। ଆରାଧନା:ମହାଲକ୍ଷ୍ମୀ।

ସମ୍ବନ୍ଧିତ ଖବର