ଏହି ୩ ଟି ସରଳ ଉପାୟରେ ଯୋଗ କରନ୍ତୁ, ଯୌବନ ଅପରିବର୍ତ୍ତିତ ରହିବ!

ସାଧାରଣତଃ ବ୍ୟକ୍ତି ତା’ର ତ୍ୱଚାର ଲୋଚାକୋଚାକୁ ଦୂରେଇ ରଖି ନିଜର ସୁନ୍ଦରତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବିଭିନ୍ନ ପ୍ରକାରର ଆଣ୍ଟି-ଏଜିଙ୍ଗ୍‌ ପ୍ରଡ଼କ୍ଟ ବ୍ୟବହାର କରିଥାଏ,ଯେଉଁଥିପାଇଁ ବ୍ୟକ୍ତିକୁ ବହୁତ ଗୁଡ଼ିଏ ଟଙ୍କାର ଖର୍ଚ୍ଚ କରିବାକୁ ପଡ଼ିଥାଏ।ତେବେ ଆଜି ଆମେ ଆପଣଙ୍କୁ ଏଭଳି ୩ ପ୍ରକାରର ଫେସିଆଲ୍‌ ଯୋଗ ବିଷୟରେ ଜଣାଇବୁ,ଯାହାକୁ ପ୍ରୟୋଗ କରି ଆପଣ ଆପଣଙ୍କ ବଢ଼ୁଥିବା ବୟସରେ ମଧ୍ୟ ବିରାମ ଲଗାଇପାରିବେ।କାହିଁକିନା ଏହି ଫେସିଆଲ୍‌ ଯୋଗ ଆପଣଙ୍କର ବଢ଼ୁଥିବା ବୟସରେ ଆପଣଙ୍କ ଯୌବନକୁ ଅପରିବର୍ତ୍ତିତ ରଖିଥାଏ!ଏହାର କୌଣସି ପ୍ରକାରର ପାଶ୍ୱ ପ୍ରତିକ୍ରିୟା ରହିନଥାଏ।ତେବେ ଆସନ୍ତୁ ଆଜି ଆମେ ଏହି ୩ଟି ଫେସିଆଲ୍‌ ଯୋଗ ବିଷୟରେ ଜାଣିବ।…

.
୧-ଲାୟନ୍‌ ଫେସ୍‌ ଯୋଗ:-ତେବେ ଏହି ଯୋଗ କରିବାକୁ ହେଲେ ଆପଣଙ୍କୁ ଧିରେ ଧିରେ ଆପଣଙ୍କର ନିଶ୍ୱାସକୁ ରୋକିବାକୁ ହେବ।ଏହାପରେ ଆପଣଙ୍କର ଜିଭକୁ ବାହର କରିବାକୁ ହେବ ଏବଂ ଆଖିକୁ ମଧ୍ୟ ସଂପୂର୍ଣ୍ଣ ଭାବରେ ଖୋଲିବାକୁ ପଡ଼ିବ।ଏଥିସହିତ ଆପଣ ଆପଣଙ୍କର ଜିଭକୁ ଆପଣଙ୍କର ପାରୁପର୍ଯ୍ୟନ୍ତ ବାହାରକୁ ବାହାର କରନ୍ତୁ।ଯାହାଦ୍ୱାରାକି ଆପଣଙ୍କ ମୁହଁର ରକ୍ତ ପ୍ରବାହ ବଢ଼ିବ ଏବଂ ତ୍ୱଚା ମଧ୍ୟ ଟାଇଟ୍‌ ରହିବ।

photo-youtube

୨-ଆଖିର ବ୍ୟାୟାମ -ଏଥିସହିତ ଆପଣ ଆପଣଙ୍କ ମୁଣ୍ଡକୁ ସିଧା ରଖନ୍ତୁ ଏବଂ ବିନା ମୁୁଣ୍ଡକୁ ହଲାଇକରି ଆଖିର ସହାଯ୍ୟରେ ଡ଼ାହାଣ ପାର୍ଶ୍ୱକୁ ଅନାନ୍ତୁ ଏବଂ ପୁଣିଥରେ ଓ ବାମ ପାର୍ଶ୍ୱକୁ ଦେଖିବାକୁ ଚେଷ୍ଟା କରନ୍ତୁ। ତେବେ ପ୍ରଥମେ ପ୍ରଥମେ ଏହାକୁ କରିବା ପାଇଁ ଆପଣଙ୍କୁ କଷ୍ଟ ଲାଗିପାରେ। ହେଲେ ନିୟମିତ ରୂପରେ ଏପରି ବ୍ୟାୟମ କରିଲେ ଆପଣଙ୍କର ଅଭ୍ୟାସ ହୋଇଯିବ,ଯାହାକି ଆପଣଙ୍କ ଯୌବନକୁ ଅପରିବର୍ତ୍ତିିତ ରଖିବ।

୩-ଗାଲ ପାଇଁ ବ୍ୟାୟାମ- ଗାଲ ସାହାଯ୍ୟରେ ଯୋଗ କରିବାକୁ ହେଲେ ଆପଣଙ୍କୁ ପ୍ରଥମତଃ ଲମ୍ବା ସମୟ ଧରି ନିଶ୍ୱାସ ନେବାକୁ ପଡ଼ିବ।ଏହାପରେ ଆପଣ ଆପଣଙ୍କ ମୁହଁକୁ ଯେତେ ପରିମାଣରେ ଚାହୁଁଛନ୍ତି,ସେତେ ପରିମାଣରେ ଫୁଲାନ୍ତୁ।ତେବେ ଏହି ଅଭ୍ୟାସଟିକୁ ଆପଣଙ୍କୁ ୩୦ରୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ କରିବାକୁ ହେବ।ଏହାପରେ ଆପଣ ଆପଣଙ୍କର ନାକର ସହାୟତାରେ ପ୍ରଶ୍ୱାସକୁ ଛାଡ଼ି ଦିଅନ୍ତୁ। ଯାହାକି ଆପଣଙ୍କ ଗାଲର ତ୍ୱଚାକୁ ଟାଇଟ୍‌ ରଖିବ ଏବଂ ଆପଣଙ୍କ ହସିବା ସମୟରେ ମଧ୍ୟ ତ୍ୱଚାର ଲୋଚାକୋଚା ଅଂଶ ଦେଖାଯିବାକୁ ଦେବ ନାହିଁ।

 

ସମ୍ବନ୍ଧିତ ଖବର