ଯୋଗ ମାଧ୍ୟମରେ ଉଚ୍ଚ ରକ୍ତ ଚାପ ଓ ହୃଦ୍‌ରୋଗକୁ ନିୟନ୍ତ୍ରଣ କରନ୍ତୁ

ଆଜିକାଲି ଉଚ୍ଚ ରକ୍ତ ଚାପ ଓ ହୃଦ୍‌ରୋଗ ଅତି ସାଧାରଣ ହୋଇଗଲାଣି। ସବୁ ବର୍ଗ ଓ ବୟସର ଲୋକେ ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ଏହାର ଶିକାର ହେଉଛନ୍ତି। ଏହାର ମୁଖ୍ୟ କାରଣ: ଚାପ, ଅବସାଦ, ମେଦ, ଜଙ୍କ୍‌ ଫୁଡ୍‌, ବ୍ୟାୟାମ ଅଭାବ, ଧୂମପାନ, ସୁରାପାନ, ଆଧୁନିକ ଜୀବନ-ଶୈଳୀ, ପ୍ରଦୂଷଣ, କ୍ରୋଧ। ଯୋଗ ମାଧ୍ୟମରେ ହୃଦ୍‌ରୋଗ, ରକ୍ତ ଚାପ ନିୟନ୍ତ୍ରଣ କରାଯାଇପାରେ। ଏଥି ପାଇଁ ବହୁ ପଦ୍ଧତି ରହିଛି। ବିଭିନ୍ନ ଆକାର-ପ୍ରକାରର ମଣିଷଙ୍କ ପାଇଁ ଭିନ୍ନ ଭିନ୍ନ ପଦ୍ଧତିରେ ଯୋଗ କରାଯାଇପାରେ। ତେବେ, ସମସ୍ତେ ଶ୍ୱାସ ନିୟନ୍ତ୍ରଣ ଓ ଶବାସନରୁ ଆରମ୍ଭ କରିପାରିବେ। ଏହା ଦ୍ୱାରା ଶରୀରର ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗ-ପ୍ରତ୍ୟଙ୍ଗକୁ ବିଶ୍ରାମ ମିଳେ, ଯାହା ଅତି ଜରୁରୀ। ହୃତ୍‌ପିଣ୍ଡର ସ୍ୱାସ୍ଥ୍ୟ ପାଇଁ ଦୁଇଟି ଅତି ସାଧାରଣ ମୁଦ୍ରା ଦିଆଗଲା। ଏହା ସମସ୍ତେ କରିପାରିବେ। ପ୍ରତି ଦିନ ଏହି ଦୁଇ ମୁଦ୍ରାରେ କିଛି କିଛି ସମୟ ଯୋଗାଭ୍ୟାସ କରନ୍ତୁ।

-ଗଣେଶ ଗୋଚ୍ଛିକାର, ଯୋଗ ପ୍ରଶିକ୍ଷକ, ଫୋନ୍‌: ୬୨୮୧୨୧୮୬୮୮୬

ସମ୍ବନ୍ଧିତ ଖବର