publive-image

ଯେକୌଣସି ବ୍ୟକ୍ତି ଆପଣଙ୍କ ପ୍ରତି ଆକୃଷ୍ଟ ହେବା ପାଇଁ ପ୍ରଥମେ ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟ ଦେଖିବା ସହ ଆପଣଙ୍କ ଚେହେରାର ଚମକ୍‌କୁ ଦେଖିଥାଏ। ଚେହେରାର ଚମକ୍‌ ଆଣିବା ପାଇଁ ଓ ତ୍ୱଚାକୁ ସୁନ୍ଦର କରିବା ପାଇଁ ଯୋଗାସନ ହେଉଛି ଏକ ସହଜ ଓ ପ୍ରାକୃତିକ ଉପାୟ। ଯୋଗାସନ କରିବା ଦ୍ୱାରା ତ୍ୱଚାକୁ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହେବା ସହ ତ୍ୱଚାର କୋଷଗୁଡ଼ିକ ଉଚିତ୍‌ ପରିମାଣରେ ନ୍ୟୁଟ୍ରିଆଣ୍ଟ୍‌ସ ପାଆନ୍ତି ଏବଂ ଟକ୍ସିନ୍‌ ମଧ୍ୟ ବାହାରି ଯାଇଥାଏ। ଏହାଦ୍ୱାରା ତ୍ୱଚାର ମାନ୍ଦାପଣ ଓ ବ୍ରଣ ମଧ୍ୟ ବନ୍ଦ ହୋଇଥାଏ।

Advertisment

publive-image

publive-image

publive-image

ଶୀର୍ଷାସନ
ଶୀର୍ଷାସନ କରିବା ଦ୍ୱାରା ମୁହଁ ଓ ମସ୍ତିଷ୍କକୁ ଠିକ୍‌ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ। ରକ୍ତ ସଞ୍ଚାଳନ ଠିକ୍‌ ଭାବେ କରି ଏହା ତ୍ୱଚା ଖରାପ ହେଉଥିବା ଜିନିଷକୁ ଅଟକାଇବା ସହ ଚେହରୋରେ ପଡ଼ୁଥିବା ଗାରକୁ କମ୍‌ କରିଥାଏ। ଯେହେତୁ ଏହା ମାଧ୍ୟକର୍ଷଣ ଶକ୍ତିର ପ୍ରଭାବକୁ ରୋଧ କରିଥାଏ,ଏହା ଚେହେରାରେ ମଧ୍ୟ ଚମକ୍‌ ଆଣିଥାଏ।

publive-image

ଧନୁରାସନ
ଧନୁରାସନ ହଜମକ୍ରିୟା ସକ୍ରିୟ ହେବା ସହ ଫୁସ୍‌ଫୁସ୍‌କୁ ଅଧିକ ଅମ୍ଳଜାନ ପହଞ୍ଚାଇଥାଏ। ଏହା ମେରୁଦଣ୍ଡକୁ ମଧ୍ୟ ଆରାମ ଦେଇଥାଏ। ଏହାଦ୍ୱାରା ରକ୍ତରୁ ବିଷାକ୍ତ ଜିନିଷ ବାହାରିଥାଏ ଓ ତ୍ୱଚାକୁ ଶୁଦ୍ଧ ଓ ନିର୍ମଳ କରିଥାଏ।

publive-image

ହଳାସନ
ଏହି ଯୋଗାସନ ଥାଇରଏଡ୍‌ ଗ୍ଲାଣ୍ଡ୍‌କୁ ସନ୍ତୁଳିତ ରଖିବା ସହ ହର୍ମୋନ୍‌କୁ ନିୟନ୍ତ୍ରିତ କରିଥାଏ।

publive-image

ଅନୁଲୋମବିଲୋମ ଓ କପାଳଭାତି
ନିୟମିତ ଅନୁଲୋମବିଲୋମ ଓ କପାଳଭାତି ଅଭ୍ୟାସ କରିବା ଦ୍ୱାରା ଶରୀରରେ ବାୟୁ ଚଳାଚଳ ଠିକ ରହିବା ତ୍ୱଚାର ଔଜ୍ଜଲ୍ୟ ବୃଦ୍ଧି ପାଇଥାଏ । ଏହାଦ୍ୱାରା ଆପଣଙ୍କ ତ୍ୱଚା ମସୃଣ ଓ ସତେଜ ଦେଖାଯିବ। ଏହା ଶରୀରକୁ ସ୍ଫୁର୍ତ୍ତି ଦେବା ସହ ମସ୍ତିଷ୍କର ସ୍ନାୟକୁ ସକ୍ରିୟ କରିଥାଏ।

publive-image

ଭରଦ୍ୱାଜାସନ
ଏହି ଆସନ କରିବା ଲାଗି ଟିକିଏ କଷ୍ଟ ହୋଇଥାଏ, ମାତ୍ର ଏହାର ଲାଭ ଅନେକ। ଏହା ମେରୁଦଣ୍ଡକୁ ଶକ୍ତ କରିବା ସହ ତ୍ୱଚାକୁ ସତେଜ କରିଥାଏ।