ମହିଳାମାନଙ୍କ ମାସିକଧର୍ମକୁ ନେଇ ରହିଥିବା ସମସ୍ୟାକୁ ଦୂର କରିବ ଏହି ଯୋଗ

ଅନେକ ମହିଳା ନିଜର ଜୀବନକାଳ ଭିତରେ କେବେ ନା କେବେ ମାସିକଧର୍ମ ସଂପର୍କିତ ସମସ୍ୟାର ସମ୍ମୁଖୀନ ନିଶ୍ଚୟ ହୋଇଥାନ୍ତି। ବିଳମ୍ବରେ ଋତୁସ୍ରାବ ହେବା ଆଜିକାଲି ଅଧିକାଂଶ ମହିଳାଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହାକୁ ଯୋଗ ମାଧ୍ୟମରେ ସମାଧାନ କରାଯାଇ ପାରେ। ନିଜକୁ ଶାରୀରିକ ଭାବେ ସକ୍ରିୟ ରଖିବା ପାଇଁ ମହିଳାମାନେ ଯୋଗକୁ ଆପଣେଇବା ଉଚିତ। କେବଳ ଏହି ସମସ୍ୟା ନୁହେଁ, ଶାରୀରିକ ଭାବେ ସୁସ୍ଥ ରହିବା ସହ, ଶକ୍ତି ଉତ୍ପନ୍ନ, ଗର୍ଭକାଳୀନ କଷ୍ଟ ଆଦି ଅନେକ ସମସ୍ୟାର ସମାଧାନ ଏହି ଯୋଗରେ ରହିଛି। ଯୋଗ ଦ୍ୱାରା ଉଭୟ ମସ୍ତିଷ୍କ ଓ ଶରୀରକୁ ଆୟତ୍ତରେ ରଖାଯାଇ ପାରେ। କେବଳ ଶାରୀରିକ ସମସ୍ୟା ନୁହେଁ, ଯୋଗ ଦ୍ୱାରା ମାନସିକ ସମସ୍ୟା ବି କମ୍‌ ହୋଇଥାଏ। କିଛି ଯୋଗ ରହିଛି ଯାହାକୁ ମହିଳାମାନେ ନିଶ୍ଚୟ କରିବା ଆବଶ୍ୟକ। ସେହିପରି ଏକ ଯୋଗ ହେଉଛି ଧନୁରାସନ।

ଧନୁରାସନ: ମୁଖ,କପାଳ ଏବଂ ସଂପୂର୍ଣ୍ଣ ଶରୀରକୁ ଭୂମିରେ ସ୍ପର୍ଶ କରାଇ ତଳେ ଶୋଇ ଯାଆନ୍ତୁ । ତା’ପରେ ଧୀରେ ଧୀରେ ଗୋଡ଼କୁ ଅଣ୍ଟା ପାଖରୁ ବଙ୍କାଇ ଉପରକୁ ଉଠାନ୍ତୁ। ଦୁଇ ଗୋଡ଼କୁ ଉପରକୁ ଟେକନ୍ତୁ ଓ ଦୁଇ ହାତକୁ ପଛକୁ ବୁଲାଇ ଗୋଡ଼କୁ ଧରନ୍ତୁ। ଏହାପରେ ନିଶ୍ୱାସ ନିଅନ୍ତୁ ଏବଂ ତା’ପରେ ଗୋଡ଼କୁ ଜଙ୍ଘଠାରୁ ଉପରକୁ ଟେକିବା ନେବା ସହ ଛାତି ପାଖରୁ ପଛ ପଟକୁ ଶରୀରକୁ ଉଠାନ୍ତୁ। ଶରୀରର ଓଜନ ଯେପରି ନାଭି ଉପରେ କେନ୍ଦ୍ରିତ ହୁଏ। ଏହିପରି କିଛି ସମୟ ରହିବା ପରେ ନିଶ୍ୱାସ ଛାଡ଼ନ୍ତୁ। ଏହିଭଳି ପ୍ରକ୍ରିୟା ଅଭ୍ୟାସ କରନ୍ତୁ।

-ଗଣେଶ ଗୋଚ୍ଛିକାର

ସମ୍ବନ୍ଧିତ ଖବର