ଜାଣନ୍ତୁ ଦିନରେ କେତେ ଥର ଯୋଗ କରିବା ଉଚିତ

ଆଜିକାଲି ସଚେତନ ବ୍ୟକ୍ତି ନିଜର ଶାରୀରିକ ସମସ୍ୟାକୁ ଦୂରେଇବା ଲାଗି ଓ ନିଜକୁ ଫିଟ୍‌ ରଖିବା ପାଇଁ ଯୋଗାଭ୍ୟାସ କରୁଛନ୍ତି।
ଯୋଗ ସମୟରେ ଶାରୀରିକ ଗତିବିଧି ସହିତ ଶ୍ୱାସକ୍ରିୟା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ। ତା’ ନ ହେଲେ ଏହା ବୃଥା ହୋଇଥାଏ। ତେବେ ଯୋଗ କେତେ ଥର କରିବା ଉଚିତ,ତାହା ମଧ୍ୟ ଜାଣିବା ଆବଶ୍ୟକ।
ଯୋଗ କୌଣସି ଔଷଧ ନୁହେଁ ଯେ ତାକୁ ପ୍ରତ୍ୟହ ସେବନ କରିବେ। ମନେ ରଖନ୍ତୁ ଆପଣଙ୍କ ପିଠିରେ ଯନ୍ତ୍ରଣା ହେଉଛି,ତେବେ ସେଭଳି ପରିସ୍ଥିତିରେ ଅନ୍ୟୁନ ଦୁଇ ସପ୍ତାହ ଯାଏଁ ଆପଣ ଯୋଗାଭ୍ୟାସ ନ କରିବା ଭଲ।


ଯଦି ଆପଣ ମାନସିକ ଅବସାଦ ବା ଦୁଶ୍ଚିନ୍ତା ଭିତରେ ଅଛନ୍ତି,ତେବେ ସପ୍ତାହରେ ଆପଣ ମାତ୍ର ଦୁଇରୁ ତିନି ଥର ଏକାଗ୍ରତାର ସହିତ ଯୋଗ କରିବାକୁ ପଡ଼ିବ।
କିନ୍ତୁ ସୁସ୍ଥ ଲୋକ ବା ସାଧାରଣ ଅସୁସ୍ଥତାର ଶିକାର ହୋଇଥିବା ଲୋକେ ପ୍ରତିଦିନ ଯୋଗାଭ୍ୟାସ କରିବା ଆବଶ୍ୟକ।
ମନେରଖନ୍ତୁ ଯୋଗ ଜୀବନର ସାଧନ। ଏହା ମନ ଓ ଶରୀରକୁ ସମନ୍ଵିତ କରିଥାଏ। ଏଣୁ ଯୋଗ କରୁଥିବା ଲୋକେ କୌଣସି କଷ୍ଟକର ବ୍ୟାୟାମ ନ କରିବା ଉଚିତ।

ସମ୍ବନ୍ଧିତ ଖବର