ଜନ୍ମ ତାରିଖ (ମୂଳାଙ୍କ)ରୁ ୨୦୧୮ରେ ଭାଗ୍ୟ ଜାଣନ୍ତୁ: ୨, ୧୧, ୧୯ ଓ ୨୯ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ଦୁଇ (୨)

ଏ ବର୍ଷ ଆପଣଙ୍କର ମନୋବଳ ଓ ପରିଶ୍ରମ ଆପଣଙ୍କୁ ଧୀରେଧୀରେ ସଫଳତାର ଶିଖର ଆଡ଼କୁ ଆଗେଇ ନେଇଯିବ। ଗଣମାଧ୍ୟମ, ଚଳଚ୍ଚିତ୍ର ଓ ହୋଟେଲ ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କର ଭାଗ୍ୟ ଉଜ୍ଜ୍ଵଳ। ମଇ ଓ ସେପ୍‌ଟେମ୍ବର ମାସ ମଧ୍ୟରେ ଆୟରେ ଅଚାନକ ବୃଦ୍ଧି ଓ ଅନ୍ୟାନ୍ୟ ସୁଯୋଗ ମିଳିବ। ଚାକିରିରେ କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ ଓ ଆପଣଙ୍କର ମାନ-ସମ୍ମାନରେ ବୃଦ୍ଧି ହେବ। ପାରିବାରିକ ଜୀବନରେ ହସଖୁସିର ମାହୋଲ୍‌ ରହିବ। ଅବିବାହିତ ମାନଙ୍କ ଲାଗି ଏ ବର୍ଷ ବିବାହର ସୁଯୋଗ। କଳା ଓ ବୃତ୍ତିମୂଳକ ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପରିଣାମ ପାଇବେ। ଯେଉଁମାନଙ୍କର ବଦହଜମ ଓ ବାୟୁଜନିତ ସମସ୍ୟା ରହିଛି, ସେମାନେ ଖାଦ୍ୟ ପାନୀୟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ।
ଶୁଭଅକ୍ଷର: ଜ,ନ ଏବଂ ର।
ଶୁଭରତ୍ନ: ମୋତି ଓ ଚନ୍ଦ୍ରକାନ୍ତମଣି।
ଶୁଭସ୍ଥାନ: ନୟାଗଡ଼, ରାୟଗଡ଼ା ଓ ଖୋର୍ଦ୍ଧା।

ସମ୍ବନ୍ଧିତ ଖବର