ଅପପୁଷ୍ଟି ବିରୋଧରେ ଲଢ଼େଇ କରିବା ଉଚିତ

ଭୁବନେଶ୍ବର: ଅପପୁଷ୍ଟି ବିରୋଧରେ ଲଢ଼େଇ କରିବା ଉଚିତ। ଆଜି ଭିସିଆର୍‌ଓ ତରଫରୁ ଓଡ଼ିଶୀ ରିସର୍ଚ ପରିସରରେ ଆୟୋଜିତ ପୁଷ୍ଟି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ସୁରକ୍ଷା ଅଧିକାର ଆୟୋଗର ସନ୍ଧ୍ୟାବତୀ ପ୍ରଧାନ ଏହା କହିଛନ୍ତି। ସେହିପରି କ୍ରାଏର କାର୍ଯ୍ୟକ୍ରମ ମୁଖ୍ୟ ମହୁଆ ଚାଟାର୍ଜି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କହିଥିଲେ କି ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକ ପୁଷ୍ଟିହୀନତା ବିରୋଧରେ ସଂଗ୍ରାମ କରି ଯେଉଁ ସଫଳତା ପାଇଛନ୍ତି, ତାହା ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଉଦାହରଣ ହେବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟୁତ ମହାନ୍ତି, ଅହଲ୍ୟା ସିଂ ବରିହା, ପ୍ରେମାନନ୍ଦ ହଂସ, ସରପଞ୍ଚ ଧୁନାମତୀ ପଟ୍ଟନାୟକ, ଅଂଶୁମାନ ପଟ୍ଟନାୟକ, ଶୁଭାଶିଷ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର