ଟାଇ ପକ୍ଷରୁ ଷ୍ଟାର୍ଟଅପ୍‌ ଉପରେ ଆଲୋଚନା

ଭୁବନେଶ୍ବର: ଓଡ଼ିଶାର ଷ୍ଟାର୍ଟ ଅପ୍ ଉଦ୍ୟୋଗୀମାନଙ୍କ ପାଇଁ କ’ଣ କ’ଣ ଆଇନଗତ ସମସ୍ୟା ରହିଛି, ସେନେଇ ଦି ଇଣ୍ଡସ୍ ଏଣ୍ଟରପ୍ରିନ୍ୟୁର୍ସ (ଟାଇ) ପକ୍ଷରୁ ଇ-ଚାଏ ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ସହଯୋଗରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ହୋଟେଲ କ୍ରାଉନରେ ଆୟୋଜିତ ଏହି କର୍ମଶାଳାରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଦେଖାଯାଉଥିବା ଆଇନଗତ ସମସ୍ୟା ଉପରେ ଆଲୋଚନା କରାଯିବା ସହ ଯୁବ ଉଦ୍ୟୋଗୀମାନେ କିପରି ପୁଞ୍ଜି ଋଣ ବଢ଼ାଇବେ, ଢାଞ୍ଚାଗତ ନିବେଶ, ମିଶ୍ରଣ ଏବଂ ଅଧିଗ୍ରହଣ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଆଇନଜୀବୀ ପରାଗ ଶ୍ରୀବାସ୍ତବ, ସଞ୍ଜୀବ କୁମାର ମହାନ୍ତି ଏବଂ ରାହୁଲ ଜେନା ପ୍ରମୁଖ ଯୋଗଦେଇ ଯୁବ ଉଦ୍ୟୋଗୀଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର