ଟେଲର୍‌ ଶ୍ରମିକଙ୍କୁ କୁଶଳୀ କାରିଗରର ମାନ୍ୟତା ଦାବି

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟ କରୁଥିବା ଟେଲର୍‌ ଶ୍ରମିକମାନଙ୍କୁ କୁଶଳୀ କାରିଗରର ମାନ୍ୟତା ଦିଆଯାଉ। ଏହାସହ ବ୍ଲକ୍‌ସ୍ତରରେ ସ୍କୁଲ ପିଲାଙ୍କୁ ଡ୍ରେସ୍‌ ଓଡ଼ିଶା ଟେଲର୍‌ ଶ୍ରମିକ ସଂଘ ଜରିଆରେ ଦିଆଯାଉ ବୋଲି ଦାବି ହୋଇଛି। ଆଜି ଓଡ଼ିଶା ଟେଲର ଶ୍ରମିକ ସଂଘର ମହାସମାବେଶ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହିନ୍ଦ ମଜଦୁର ସଭାର ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ସାଧାରଣ ସଂପାଦକ ଯୋଗେନ୍ଦ୍ର ନାଥ ତ୍ରିପାଠୀ, ଟାଟା ଷ୍ଟିଲ ଓ୍ଵାର୍କର୍ସ ୟୁନିୟନ୍‌ ହିନ୍ଦ ମଜଦୁର ସଭାର ସାଧାରଣ ସଂପାଦକ ବିରଜା କିଙ୍କର ନାୟକ, ଉପ ସାଧାରଣ ସଂପାଦକ ଲକ୍ଷ୍ମୀଧର ସାହୁ ଓ ସଂଘର ସଂପାଦକ କୃଷ୍ଣଚନ୍ଦ୍ର ବିନ୍ଧାଣି ପ୍ରମୁଖ ରତ୍ନ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର