ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ଛକ ନିକଟରେ ଗୋରୁଗାଈଙ୍କ କବଳରୁ ଏକ ଚାରା ଗଛକୁ ରକ୍ଷା କରିବା ପାଇଁ ଲାଗିଥିବା ତାର ଜାଲି ମଧ୍ୟରୁ ପାଞ୍ଚ ଫୁଟ୍ର ଏକ ନାଗ ସାପକୁ ଆଜି ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ୍ ଉଦ୍ଧାର କରିଛନ୍ତି। ସାପଟି ବାଡ଼ ଭିତରକୁ ବେଙ୍ଗ ଖାଇବା ପାଇଁ ଯାଇ ବାହାରି ପାରିନଥିଲା। ତାର ଜାଲିରେ ଥିବା ଫାଙ୍କ ଦେଇ ବାହାରିବା ପାଇଁ ଚେଷ୍ଟା କରିବାରୁ ତା’ର ପେଟରେ ତାର ଲାଗି ଯାଇଥିଲା। ସ୍ଥାନୀୟ ଲୋକମାନେ ଏ ସଂପର୍କରେ ସ୍ନେକ୍ ହେଲପ୍ ଲାଇନ୍କୁ ସୂଚନା ଦେଇଥିଲେ। ଖବର ପାଇ ଶୁଭେନ୍ଦୁ ଘଟଣାସ୍ଥଳରେ ପହଞ୍ଚି ସ୍ନେକ୍ ଷ୍ଟିକ୍ ସହାୟତାରେ ସାପଟିକୁ ଉଦ୍ଧାର କରିଥିଲେ। ପରେ ସାପର ଚିକିତ୍ସା କରି ଚନ୍ଦକା ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି।