ସଂଭାବନା ପକ୍ଷରୁ ଓଡ଼ିଶା ମହୋତ୍ସବ-୨୦୧୯

ଭୁବନେଶ୍ବର: ସଂଭାବନା ପକ୍ଷରୁ ଓଡ଼ିଶା ମ‌ହୋତ୍ସବ-୨୦୧୯ ଏକାମ୍ର ହାଟ ସ୍ଥିତ ମୁକ୍ତାକାଶ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି। ୬ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉତ୍ସବର ଆଜି ୫ମ ଦିନରେ ଶିଶୁ-କିଶୋର କଳାକାରଙ୍କୁ ନେଇ ଓଡ଼ିଶୀ ଓ ଆଧୁନିକ ଗୀତ ଉପରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାଜଧାନୀର ବିଭିନ୍ନ ସ୍ଥାନରୁ ଆସିଥିବା ବହୁ ଶିଶୁ-କିଶୋର ପ୍ରତିଭା ନିଜର କଳା ପ୍ରଦର୍ଶନ କରିଥିଲେ। ଅନୁଷ୍ଠାନର ସଂପାଦକ ଦେବ ପ୍ରସାଦ ପରିଜାଙ୍କ ତତ୍ତ୍ବାବଧାନ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଚାରକ ଭାବ‌େ ଗୁରୁ ମୀନାକ୍ଷୀ ବେହେରା ଓ ଗୁରୁ ଦେବବ୍ରତ ଦାସ ଯୋଗଦେଇ କୃତୀ ପ୍ରତିଯୋଗୀ ବାଛିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର, ଟ୍ରଷ୍ଟି ସ୍ମୃତି ମହାନ୍ତି ଉପସ୍ଥିତ ରହି ଶିଶୁ-‌କିଶୋର ପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ। ସଦସ୍ୟ ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ ଓ ସତ୍ୟବ୍ରତ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର