ଉତ୍କଳୀୟ ସନାତନ ଧର୍ମ ପରିଷଦର କେନ୍ଦ୍ରୀୟ ସନ୍ଥ ସମ୍ମିଳନୀ

ଭୁବନେଶ୍ୱର: ଉତ୍କଳୀୟ ସନାତନ ଧର୍ମ ପରିଷଦର କେନ୍ଦ୍ରୀୟ ସନ୍ଥ ସମ୍ମିଳନୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଞ୍ଜିନିୟର୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିପାଠ ଓ ବେଦ ଉଚ୍ଚାରଣ ପରେ ସମ୍ମିଳନୀ ଆରମ୍ଭ ହୋଇଥିଲା। ସମ୍ମିଳନୀରେ ମାନବ ସମାଜର କଲ୍ୟାଣାର୍ଥେ ସନ୍ଥ ପରମ୍ପରାର ମହନୀୟ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯାଇଥିଲା। ଧର୍ମଶକ୍ତି, ସାଧୁଶକ୍ତି ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରତ୍ୟେକ ବ୍ଲକ ଓ ଜିଲ୍ଲାସ୍ତରରେ ସନ୍ଥମାନଙ୍କର ପ୍ରତିନିଧିମଣ୍ଡଳ ଗଠନ କରାଯାଇ ବିକାଶର କାର୍ଯ୍ୟକ୍ରମ କରୁଥିବା ରାଜ୍ୟ ସରକାରଙ୍କୁ ସହଯୋଗ କରାଯିବ ବୋଲି ପରିଷଦ ପକ୍ଷରୁ ଘୋଷଣା କରାଯାଇଥିଲା। ଉଦୟାନନ୍ଦ ପର୍ବତଜୀ ମହାରାଜଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି ସଭାକୁ ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ ସଂଯୋଜନା କରିଥିଲେ। ସଭାର ଆଭିମୁଖ୍ୟ ସମ୍ପର୍କରେ ବାବାଜୀ ସଚ୍ଚିଦାନନ୍ଦ ମହାରାଜ ସୂଚନା ଦେଇଥିଲେ। ମହନ୍ତ ଦୁର୍ଯ୍ୟୋଧନ ଭାରତୀ, ମହନ୍ତ ପୂର୍ଣ୍ଣାନନ୍ଦ ଦାସ, ବାବା ଭେଲେଶ୍ୱରପୁରୀ, ସ୍ୱାମୀ ରାମ ଶରଣାନନ୍ଦ ସରସ୍ୱତୀ, ସ୍ୱାମୀ ବିଷ୍ଣୁଗିରି, ମହନ୍ତ ମନୋରଞ୍ଜନ ଦାସ, ରାଜୀବ ନାରାୟଣ ଦେବ, ଭକ୍ତ ବୈରାଗ୍ୟନନ୍ଦ ସରସ୍ୱତୀ, ବାବା ବିଶ୍ୱନାଥ ଦାସ, ମହନ୍ତ ଶୁକଦେବ ଦାସ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ବାବା ପଞ୍ଚଦେବ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର