ପୁସ୍ତକ ଚର୍ଚ୍ଚାରେ ‘କଥା ଓ କାହାଣୀ’

ଭୁବନେଶ୍ବର: ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆଜି ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ‘ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ କଥାକାର ମନୋଜ ଦାସଙ୍କ ‘କଥା ଓ କାହାଣୀ’ ଗ୍ରନ୍ଥ ବାବଦରେ ଆଲୋଚନା କରିଥିଲେ ସାହିତ୍ୟିକା ଡ.ଅର୍ଚନା ନାୟକ। ଏହି ଅବସରରେ ସେ ମନୋଜ ଦାସଙ୍କ ଗଳ୍ପର ଶୈଳୀ ଏବଂ ଗ୍ରନ୍ଥ ନେପଥ୍ୟରେ ଥିବା ବହୁ ଅନୁଭୂତି ଓ ଯୁକ୍ତିକୁ ଉପସ୍ଥାପନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ଏବଂ ନିର୍ଦେଶକ ବିଜୟ ନାୟକ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ଡ.ତମସାରାଣୀ ଦାସ ମହାପାତ୍ର ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦେଶିକା ସଂଘମିତ୍ରା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର