ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ସଂଘମିତ୍ରା ପଟ୍ଟନାୟକଙ୍କ ଦ୍ବାରା ଲିଖିତ ପୁସ୍ତକ ‘ହର୍ଟିକଲ୍ଚର ଫର୍ ରୁରାଲ୍ ଡେଭେଲପ୍ମେଣ୍ଟ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଆଜି ହୋଟେଲ ଏମ୍ପାୟାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ କହିଲେ, ଗ୍ରାମୀଣ ଓଡ଼ିଶାର ବିକାଶ ପାଇଁ କୃଷିର ଉନ୍ନତି ଏକାନ୍ତ ଆବଶ୍ୟକ। ଏକ ସୁସ୍ଥ ଗ୍ରାମୀଣ ଜୀବନ ଅତିବାହିତ କରିବାରେ କେବଳ କୃଷି ହିଁ ଏକ ମାତ୍ର ସାହାରା ହୋଇପାରିବ। ପୁସ୍ତକର ଲେଖିକା ଡ. ସଂଘମିତ୍ରା ପଟ୍ଟନାୟକ ପୁସ୍ତକ ସମ୍ପର୍କରେ ସୂଚନା ଦେଇ କହିଲେ, ଗ୍ରାମୀଣ ଚିରନ୍ତନ ଜୀବିକାର ଉନ୍ନତି ପାଇଁ ଉଦ୍ୟାନ କୃଷି ମାଧ୍ୟମରେ ଚାଷୀମାନଙ୍କର ଆର୍ଥିକ ସ୍ଥିତି ଦୃଢ଼ କରିବା ପାଇଁ ଏହି ପୁସ୍ତକ ସହାୟକ ହେବ। କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ଓପିଏସ୍ସି ଅଧ୍ୟକ୍ଷ ବ୍ରିଗେଡିଅର ଲକ୍ଷ୍ମୀଚରଣ ପଟ୍ଟନାୟକ ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କୁଳାଧିପତି ଖଗେଶ୍ବର ପ୍ରଧାନ ଉପସ୍ଥିତ ଥିଲେ। ପ୍ରଫେସର ଦିଲ୍ଲୀପ କୁମାର ଦାଶ ପୁସ୍ତକର ସମୀକ୍ଷା କରିଥିଲେ।
‘ହର୍ଟିକଲ୍ଚର ଫର୍ ରୁରାଲ୍ ଡେଭେଲପ୍ମେଣ୍ଟ’ ପୁସ୍ତକ ଉନ୍ମୋଚିତ
/sambad/media/post_attachments/wp-content/uploads/2019/08/xcavdavdsavsavsvsavv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)