ପେଲ୍‌ଭିକ୍ ଏସିଟେବୁଲାର୍‌ ସର୍ଜନଙ୍କ ସମ୍ମିଳନୀ ଆରମ୍ଭ

ଭୁବନେଶ୍ବର: ହୋଟେଲ୍‌ ମେ’‌ ଫେୟାର କନ୍‌ଭେନ୍‌ସନ୍‌ରେ ଆଜିଠାରୁ ତିନିଦିନିଆ ପେଲ୍‌ଭିକ୍ ଏସିଟେବୁଲାର୍‌ ସର୍ଜନଙ୍କ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ଅବସରରେ ଏମସ୍‌ର ନିର୍ଦେଶକ ଗୀତାଞ୍ଜଳି ବତମାନବେନ୍‌ ଓ ଆପୋଲୋ ହସ୍ପିଟାଲ୍‌ର ସିଇଓ ସୁଧୀର ଦିଗିକର୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଦେଶବିଦେଶରୁ ୨୫୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ଆନ୍ତର୍ଜାତିକ ଫାକଲ୍‌ଟି ଏବଂ ଅନ୍ୟ ୩୫ଜଣ ପ୍ରତିଷ୍ଠିତ ଫାକଲ୍‌ଟି ରହିଛନ୍ତି। ଏହି ତିନିଦିନରେ ପେଲ୍‌ଭିକ୍ ଏସିଟେବୁଲାର୍‌କୁ ନେଇ ଦେଶରେ ରହିଥିବା ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହେବ। ସମ୍ମିଳନୀ ଆୟୋଜନ କମିଟିର ଅଧ୍ୟକ୍ଷ ଡକ୍ଟର ଚିତ୍ତ ପ୍ରସାଦ ଦାସ କହିଛନ୍ତି ଯେ ଭାରତରେ ପାଖାପାଖି ୫୦ହଜାର ଲୋକ ଏହି ରୋଗ ଦ୍ବାରା ଆକ୍ରାନ୍ତ। ଯଦି ଏହାକୁ ଠିକ୍ ସମୟରେ ଚିକିତ୍ସା କରାନଯିବ ତେବେ ରୋଗୀ ସବୁଦିନ ପାଇଁ ଦିବ୍ୟାଙ୍ଗ ହୋଇଯିବାର ଆଶଙ୍କା ରହିଛି। ଚିନ୍ତାର ବିଷୟ ହେଉଛି ଏହି ରୋଗର ଚିକିତ୍ସା କରିବା ପାଇଁ ଆବଶ୍ୟକ ପରିମାଣର ବିଶେଷଜ୍ଞ ନାହାନ୍ତି। ‌ପେଲ୍‌ଭିକ୍ ଏସିଟେବୁଲାର୍‌ ସର୍ଜନଙ୍କ ସଂଘରେ ଏବେ ୧୫୦ ସର୍ଜନ ରହିଛନ୍ତି। ସେମାନଙ୍କ ସଂଖ୍ୟା ବଢ଼ାଇବା ଦିଗରେ ସରକାରଙ୍କୁ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହି ଅବସରରେ ଆୟୋଜନ କମିଟିର ସମ୍ପାଦକ ଡକ୍ଟର ସୁଜିତ୍‌ ତ୍ରିପାଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର